ହେଡଲାଇନସ୍:

ବଡ଼ବିଲ ବଏଜ କ୍ଲବ ପୁରୁଷ ଡବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ  : କିରିବୁରୁର ଆୟୁଷ ଓ ବିବେକ ଚମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଚିତ୍ତରଞ୍ଜନ କର) :ବଡ଼ବିଲ ବଏଜ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ପୁରୁଷ ଡବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ ଶେଷ ହୋଇଛି। ଏକ ସଙ୍ଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ କିରିବୁରୁର ଡବଲସ ଯୋଡି ଆୟୁଷ ଓ ବିବେକ ବଡ଼ବିଲର ମକସୁଦ ଆଲାମ ଓ ସରବଜିତ ସିଂଙ୍କ ଯୋଡିକୁ ପରାସ୍ତ କରି ଚମ୍ପିୟାନ ହୋଇଥିବା ଜଣାପଡିଛି। ଏହି ରୋମାଞ୍ଚକର ଫାଇନାଲରେ ଚମ୍ପିୟାନ ଯୋଡି ୨୧-୧୫ରେ ପ୍ରଥମ ସେଟ ଜିତିଥିଲେ। ଦ୍ଵିତୀୟ ସେଟକୁ ମକସୁଦ ଓ ସରବଜିତ ଯୋଡି ୧୮-୨୧ରେ ଜିତି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ଶେଷରେ ୩ୟ ସେଟକୁ ୨୧-୧୭ ଜିଣି ଆୟୁଷ ଓ ବିବେକ ଯୋଡି ଜିତି ବାଜି ମାରି ନେଇଥିଲେ। ଫାଇନାଲ ମ୍ୟାଚ ପୂର୍ବରୁ ବଡ଼ବିଲ ଏସ ଡି ପି ଓ ରାହୁଲ ଜୈନ ବଏଜ କ୍ଲବ ତରଫରୁ ନବନିର୍ମିତ ଉଡେନ ଵ୍ୟାଡ଼ମିଣ୍ଟନ କୋର୍ଟକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ମ୍ୟାଚ ଶେଷରେ ରୁଙ୍ଗଟା କମ୍ପାନୀର ଉପସଭାପତି ରାମପାଲ ଚୋୖଧୁରୀ ବିଜେତା ଯୋଡିକୁ ୫୧୦୦ ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ରନର୍ସ ଅପ ଯୋଡିକୁ ୩୧୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି କ୍ରୀଡ଼ାର ଉନ୍ନତି ତଥା ଯୁବପୀଢୀକୁ ପ୍ରୋତ୍ସାହନ ଦେବାରେ ନିଜର ଅବଦାନ ନିମନ୍ତେ ରାମପାଲ ଚୌଧୁରୀଙ୍କୁ ବଏଜ କ୍ଲବ ତରଫରୁ ସମ୍ମାନିତ କରାଯାଇଥିଲା। ଏହି ଫାଇନାଲ ମ୍ୟାଚରେ ଦେବରଂଜନ ନାଏକ ରେଫରି କାର୍ଯ୍ୟ ତୁଲାଇଥିବା ବେଳେ ବଏଜ କ୍ଲବର ସମ୍ପାଦକ ଶରତ ପଣ୍ଡା, ସହ ସମ୍ପାଦକ ରସିଦ ଆନସରି, କୋଷଧକ୍ଷ ତାହୀର ହୁସେନ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଂଟର ସଫଳ ପରିଚାଳନା କରିଥିବା ଜଣାପଡିଛି।

 

0
0
0
s2sdefault