ହେଡଲାଇନସ୍:

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ୮ମ ଆନ୍ଧ୍ର - ଓଡିଶା ବାସ୍କେଟବଲ ଓ କ୍ରିକେଟ ଖେଳ ପ୍ରତିଯୋଗିତା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ୬ଟି ବିଶ୍ୱ ବିଦ୍ୟାଳୟ ଓ ୧୧ଟି ମହାବିଦ୍ୟାଳୟର ୩୦୦ଜଣ ଖେଳାଳୀ ସାମିଲ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ 

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଜସୀତାପୁର ସ୍ଥିତ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ନିକଟରେ ବିଶ୍ୱ ବିଦ୍ୟାଳୟର ବାର୍ଷିକ ଗଜଜ୍ୟୋତି -୨୦୧୯ଅବସରରେ ୮ମ ଆନ୍ଧ୍ର-ଓଡିଶା ଅନ୍ତଃ ମହାବିଦ୍ୟାଳୟ ବାସ୍କେଟ ବଲ ଓ କ୍ରିକେଟ ଖେଳ ପ୍ରତିଯୋଗିତା ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି । ବିଶ୍ୱ ବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ଡ: ଗୋବିନ୍ଦ ରାଓ ଇଟ୍‍ରାଜୁଙ୍କ ସଭାପତିତ୍ୱରେ ରେଜିଷ୍ଟ୍ରାର ଡ: ଅନିତା ପାତ୍ର ଏବଂ ଡିନ୍‍ ସୋଏଟ ଡ: ଅନୁରାଗ ମିଳିତ ଭାବେ ବାସ୍କେଟ ବଲ ଓ କ୍ରିକେଟ ଖେଳ ପ୍ରତିଯୋଗିତାର ଉଦ୍‍ଘାଟନ କରିଥିଲେ । ଯେ କୌଣସି ଖେଳର ଅଭ୍ୟାସ ଦ୍ୱାରା ମନକୁ ଦୃଢ ରଖିବା ସହ ଦେହକୁ ସୁସ୍ଥ ରଖିଥାଏ । ନିଷ୍ଠାରସହ ଦୃଢ ମନଭାବ ନେଇ ଖେଳ ଅଭ୍ୟାସ କଲେ ତାହା ଦ୍ୱାରା ଜଣେ ଶୃଙ୍ଖଳିତ ଓ ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ଖେଳାଳୀ ହୋଇଥାଏ । ତେଣୁ ଯେକୌଣସି ଖେଳପ୍ରତିଯୋଗିତାରେ  ନିଷ୍ଠା ଓ ଶୃଙ୍ଖଳାର ସହ ଖେଳୁଆଡ ମନୋଭାବ ନେଇ  ଖେଳିବାକୁ ଉପସ୍ଥିତ ଖେଳାଳି ମାନଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ଜାତୀୟଗାନ ହେବା ସହ ଉପସ୍ଥିତ ତଥା ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଖେଳ ପ୍ରତିଯୋଗିତାରେ ଶୃଙ୍ଖଳିତ ଭାବେ ଆମ୍ପାୟର ଓ ରେଫିରିଙ୍କ ନିଷ୍ପତିକୁ ଶେଷ ନିଷ୍ପତି ଭାବେ ମାନି ନେଇ ଖେଳିବାକୁ ଆହ୍ୱାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯକ୍ରମରେ ବିଶ୍ୱ ବିଦ୍ୟାଳୟରେ ଡେପୁଟି ରେଜିଷ୍ଟ୍ରାର ଡ: ଦୁର୍ଗା ପାଢୀ, ଛାତ୍ର ଉପଦେଷ୍ଟା ଡ: ସୁଶାନ୍ତ କୁମାର ପଟ୍ଟନାୟକ, ଡ: ପ୍ରଜ୍ଞା ପାଣୀ, ଏଡ୍‍ମିଶନ ଆଞ୍ଚଳିକ ନିର୍ଦ୍ଦେଶକ ସମ୍ୱିତ ପାତ୍ର, ମେନେଜର ରାମପ୍ରସାଦ ଦାସ, ତୋଫାନ ନାହାକ, ଅର୍ଦ୍ଦେୟୁ ଶେଖର ସୁଧାଂଶୁ ଶେଖର ସାହୁ ଏବଂ କଲ୍ୟାଣ ଚକ୍ରବର୍ତ୍ତୀ ପ୍ରମୁଖ ମଞ୍ଚାସୀନ ଉପସ୍ଥିତି ଥିଲେ । ଉଦ୍‍ଘାଟନ ଉତ୍ସବର ପ୍ରଥମ ଦିନର କ୍ରିକେଟ ମ୍ୟାଚ ବିଶାଖାପାଟନା ସ୍ଥିତ  ଗାୟତ୍ରୀ ବିଶ୍ୱ ପରିଷଦ ଏବଂ ଶ୍ରୀକାକୁଲମ  ସରକାରୀ ବିଦ୍ୟାଳୟ ମଧ୍ୟରେ  ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଶ୍ରୀକାକୁଲମ ସରକାରୀ ମହାବିଦ୍ୟାଳୟ ବିଜୟୀ ହୋଇଥିଲେ । ସେହିଭଳି ବାସ୍କେଟ ବଲର ପ୍ରଥମ ମ୍ୟାଚରେ କାକିନାଡାର ରଘୁକଲେଜ ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି ମଧ୍ୟରେ ହୋଇଥିଲା । ଏଥିରେ କାକିନାଡାର ରଘୁ କଲେଜ ବିଜୟୀ ହୋଇଥିଲେ । ଦଶଦିନ ଧରି ଚାଲିବାକୁ ଥିବା ଏହି ବାସ୍କେଟ ବଲ ଓ କ୍ରୀକେଟ ପ୍ରତିଯୋଗିତା ମହୋତ୍ସବରେ ଆନ୍ଧ୍ରର ୧୧ଟି  ଓ ଓଡିଶାର ୬ଟି ବିଶ୍ୱ ବିଦ୍ୟାଳୟ ଇଁଜିନିୟରିଂ ଓ ସ୍ୱୟଶାସିତ ମହାବିଦ୍ୟାଳୟର ମୋଟ ୩୦୦ ଜଣ ଅଂଶଗ୍ରହଣ କରିବେ ଏଥିରେ କ୍ରିକେଟ ମ୍ୟାଚରେ ୧୪ଟି ଦଳ ଏବଂ ବାସ୍କେଟ ମ୍ୟାଚରେ ୯ଗୋଟି ଦଳଭାଗ ନେଇଛନ୍ତି ।

 

0
0
0
s2sdefault