ହେଡଲାଇନସ୍:

୭ମ ନୁଆପଡା କ୍ରିକେଟ କପ ଉଦଯାପିତ :ଖଇରପାଲି ଦଳ ଚମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

||ପଦ୍ମପୁର/ନିଳ ଦୀପ||

ପଦ୍ମପୁର ସହରର ନୁଆଁପଡା କ୍ରିକେଟ କ୍ଳବ ଦ୍ବାରା ଆୟୋଜିତ ବିଗତ ପାଞ୍ଚ ଦିନଧରି ଚାଲୁଥିବା ନୁଆଁପଡା କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ସତୀଭଟା ଓ ଖଇରପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଖଇରପାଲି ଦଳ ଟସଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।୦୭ ଓଭର ବିଶିଷ୍ଟ ମ୍ୟାଚରେ ୦୨ ୱିକେଟ ବିନିମୟରେ ୧୧୫ରନ ସଂଗ୍ରହ କରିଥିଲେ । ୧୧୬ ରନର ଲକ୍ଷନେଇ ସତୀଭଟା ଦଳ ବ୍ୟାଟିଙ୍ଗ କରି ବିଫଳ ହୋଇ ୭ ୱିକେଟ ବିନିମୟରେ ମାତ୍ର ୭୦ ରନ ସଂଗ୍ରହ କରିଥିଲେ ଏବଂ ପରାସ୍ତ ହୋଇଥିଲେ ।ଉଦଯାପନୀ ଉତ୍ସବରେ ବିବାନ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଚନ୍ଦନ ବଂସଲ ମୁଖ୍ୟ ଅତିଥି ଭାବରେ ଏବଂ ଶ୍ରୀ ନରେନ୍ଦ୍ର ପ୍ରଧାନ, କିଶୋର ପାତ୍ର, ଭଜନ ଅଗ୍ରୱାଲ, ବିକାଶ ନାଏକ ଓ ମିନକେତନ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବିଜେତାଦଳକୁ ୧୮୦୦୦ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୧୦୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ।ଏହାସହ ମ୍ୟାନ ଅଫ ଦ ମ୍ୟାଚ ଭାବରେ ସତୀଭଟା ଦଳର ମୁବାରକ ଖାନ ଓ ମ୍ୟାନ ଅଫ ଦି ସିରିଜ ଭାବରେ ଖଇରପାଲି ଦଳର ମନୋଜ ମେହେରଙ୍କୁ ପୁରଷ୍କୃତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ କିଶୋର ପାତ୍ର,ବରିଷ୍ଠ ଶିକ୍ଷକ ନରେନ୍ଦ୍ର ପ୍ରଧାନ ଓ ବ୍ୟବସାୟୀ ମିନକେତନ ସାହୁ ଆୟୋଜକ କମିଟି ତରଫରୁ ସମ୍ମାନୀତ କରାଯାଇଥିଲା । ରାକେଶ ପଟେଲ ଓ କୁଲବିର ସିଂ ଖେଳ ପରିଚାଳନା କରିଥିବା ବେଲେ ରାଜେଶ ପଟେଲ ଓ ନିଳମାଧବ ସାହୁ ସ୍କୋରର ଦାୟିତ୍ୱ ତୁଲାଇଥିଲେ ଏବଂ ଶ୍ରୀକାନ୍ତ ବାରିକ ଓ କମଳ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।

 

 

 

0
0
0
s2sdefault