ହେଡଲାଇନସ୍:

  ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଉଦଯାପିତ :ୟୁଥ କ୍ରିକେଟ କ୍ଲବ ରାଉଲକେଲା ଚମ୍ପିୟାନ  ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଉଦଯାପିତ ହୋଇଯାଇଛି  ।ଉଦଯାପନୀ ମ୍ୟାଚ ଇକୋ ରେଲୱେ ଖୋର୍ଦ୍ଧା ଓ ୟୁଥ କ୍ରିକେଟ କ୍ଲବ ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲେ ଏବଂ ୟୁଥ କ୍ରିକେଟ କ୍ଲବ ରାଉଲକେଲା ଦଳ ଚମ୍ପିୟାନ ହୋଇଥିଲା ।

            ଇକୋ ରେଲୱେ ଖୋର୍ଦ୍ଧା ଦଳର ଅଧିନାୟକ ରାକେଶ ମହାନ୍ତି ଟସ ଜିତି ୩୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୮.୫ ଓଭରରେ ୧୭୫ ରନ ସଂଗ୍ରହ କରି କରିଥିଲେ । ଦଳ ପକ୍ଷରୁ ପ୍ରଶାନ୍ତ ସାହୁ୭୭(୭୧),ରାକେଶ ମହାନ୍ତି୨୪(୨୧),ସୂର୍ଯ୍ୟକାନ୍ତ ପ୍ରଧାନ୧୯(୭)ରନ ସଂଗ୍ରହ କରିଥିଲେ । ୟୁଥ କ୍ରିକେଟ କ୍ଲବ ରାଉଲକେଲା ଦଳ ପକ୍ଷରୁ ଆୟୁସ କାନ୍ତ ସାହୁ ୨୬ ରନରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ୧୭୬ ରନର ବିଜୟ ଲକ୍ଷ ନେଇ ୟୁଥ କ୍ରିକେଟ କ୍ଲବ ରାଉଲକେଲା ଦଳ ୭୧ ରନରେ ୫ଟି ୱିକେଟ ହରାଇଥିବା ବେଲେ ରଣଜୀ ଖେଳାଳି ଗୋବିନ୍ଦ ପୋଦାର ୧୧୦(୬୭),ବାସୁଦେବଙ୍କ ୨୫ ରନ ସହାୟତାରେ ୨୩.୨ ଓଭରରେ ୪ ୱିକେଟ ବିନିମୟରେ  ୨୭୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ ।

                  ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଓ ସମ୍ମାନୀତ ଅତିଥି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ,ବରଗଡ ସାଂସଦ ଡ.ପ୍ରଭାସ ସିଂ ଓ ପୂର୍ବତନ କୁଲପତି ଚିତରଂଜନ କର  ଯୋଗଦେଇ ଚମ୍ପିୟାନ ଦଳକୁ ବୋରାସମ୍ବର କପ ସହ ଏକ ଲକ୍ଷ ଟଙ୍କା ପୁରଷ୍କାର ରାଶି ଓ ଉପବିଜେତା ଦଳକୁ ୫୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ।ଉଦଯାପନୀ ଖେଳରେ ଗୋବିନ୍ଦ ପୋଦ୍ଧାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ,ରାଜୀବ ନାୟକଙ୍କୁ ଶ୍ରେଷ୍ଠ ଖେଳାଳି,ଆଲୋକ ମଙ୍ଗରାଜଙ୍କୁ ଶ୍ରେଷ୍ଠ  ବୋଲର ଓ ପ୍ରଶାନ୍ତ ସାହୁଙ୍କୁ ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଭାବରେ ପୁରଷ୍କୃତ କରିଥିଲେ ।ଏହି ଉତ୍ସବରେ ପ୍ରଦୀପ ପାଢୀଙ୍କ ସଂଯୋଜନାରେ ସ୍ମରଣୀକା-୨୦୧୯ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।  ଅନ୍ୟ ମାନଙ୍କ ମଧ୍ୟରେ ଭିଭାନ ଚାରିଟେବୁଲ ଟ୍ରଷ୍ଟର  ମୁଖ୍ୟ ଶ୍ରୀ ଚନ୍ଦନ ବଂଶଲ ଯୋଗଦେଇ ଖେଳାଳି ମାନଙ୍କୁ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରିଥିଲେ । ଉଦୟନାଥ ଫର୍ଣ୍ଣିଚର ତରଫରୁ ଆୟୋଜିତ  “ଆଜିର ମ୍ୟାଚ କିଏ ଜିତିବ”ର ବିଜେତା ସନ୍ଦିପ ମେହେରଙ୍କୁ ମୁଖ୍ୟ ଅତିଥି ଏକ ହଜାର ଟଙ୍କା ପୁରଷ୍କାର ରାଶି ପ୍ରଦାନ କରିଥିଲେ । ଆଜିର ମ୍ୟାଚ ଅମ୍ପାୟାର ବଳରାମ ପଟ୍ଟନାୟକ ଓ ଅମୀୟ ସାହୁ ପରିଚାଳନା କରିଥିଲେ ।ଆକାଶ ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ସନ୍ତୋଷ ନାୟାର ଧାରାବିବରଣୀ ପ୍ରଦାନ କରିଥିଲେ ।ସଭା ଶେଷରେ ବୋରାସମ୍ବର ସ୍ପୋର୍ଟିଙ୍ଗର ସମ୍ପାଦକ ଭରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault