ହେଡଲାଇନସ୍:

ବିସିସିଆଇର ଗୋଳିଆ ହିସାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବ୍ରଡକାଷ୍ଟ  ରାଇଟ ବାବଦ ଅର୍ଥରୁ ୨୬% ବଦଳରେ ଖେଳାଳିଙ୍କୁ ଦେଉଛି ୮%

 ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଖେଳାଳିମାନେ ବ୍ରୋଡକାଷ୍ଟ ରାଇଟ୍ ବାବଦରେ ଅର୍ଜିତ ଅର୍ଥର ୨୬ ପ୍ରତିଶତ ପାଇବାକୁ ଧାର୍ଯ୍ୟ  ହୋଇଥିବା ବେଳେ ବାସ୍ତବରେ ସେମାନଙ୍କୁ  ମାତ୍ର ୮ ପ୍ରତିଶତ ଅର୍ଥ ଦିଆଯାଉଛି । ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟି ଅନ୍ ଆଡ୍ମିନିଷ୍ଟ୍ରେସନ  ବ୍ୟବସ୍ଥା ବିଷୟର ଅନୁଧ୍ୟାନ କରିବା ବେଳେ ଜାଣିବାକୁ ପାଇଛନ୍ତି ଯେ କ୍ରିକେଟରମାନଙ୍କୁ ପାରିଶ୍ରମିକ ଓ ବୋନସ ବାବଦରେ ଯାହା ମିଳୁଛି , ତାହା ବିିସିସିଆଇର ମୋଟ ରାଜସ୍ୱର ମାତ୍ର ୮%, ଯାହାକି ଅତ୍ୟନ୍ତ ନଗନ୍ୟ ।

ସୂଚନାଯୋଗ୍ୟ ଯେ, କ୍ରିକେଟରମାନଙ୍କୁ ବ୍ରଡକାଷ୍ଟିଂ ରାଇଟ୍ ବାବଦ ଆୟର ୨୬ ପ୍ରତିଶତ ଦେବା ପାଇଁ ୨୦୦୧ରେ ଏକ ଫର୍ମୁଲାକୁ ବିସିସିଆଇର ଅନୁମୋଦନ ମିଳିଥିଲା ସାଧାରଣ ପରିଷଦ ବୈଠକରେ । ହେଲେ ଏହାକୁ ପୂର୍ବତନ ବିସିସିଆଇ ପ୍ରେସିଡେ ଜଗମୋହନ ଡାଲମିଆଙ୍କ ବେଳେ ୨୦୦୪ ବରିଷ୍ଠ  ଖେଳାଳି ଅନୀଲ କୁମ୍ବଲେ ଓ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ହୋଇଥିବା ଦୀର୍ଘ ଆଲୋଚନା ପରେ ଏହାକୁ ଗ୍ରହଣ କରାଯାଇଥିଲା  । ଆଉ ଏହି ୨୬ରୁ କିଏ କେତେ ପାଇବେ ତାହା ବି ଧାଯର୍ୟ ହୋଇଥିଲା  । ଅନ୍ତର୍ଜାତୀୟ ଖେଳାଳିଙ୍କୁ ୧୩%, ଘରୋଇ ମ୍ୟାଚ ଖେଳୁଥିବା ଖେଳାଳୀଙ୍କ ପାଇଁ ୧୦ ପ୍ରତିଶତ  ଓ ଅବଶିଷ୍ଟ ମହିଳା ଓ ଜୁନିୟରମାନଙ୍କ ପାଇଁ  । ହେଲେ ବିସିସିଆଇ ମୋଟ ଆୟର ୭୦ ପତିଶତ କାଟି ସେ ସବୁକୁ ବିଭିନ୍ନ  ରାଜ୍ୟର ସଂଘକୁ ପ୍ରଦାନ କରିଆସୁଛନ୍ତି  । ଖେଳାଳିମାନଙ୍କୁ ମୋଟ ଆୟର ୨୬ ପ୍ରତିଶତ ଦେବା ପରିବେ ର୍ ଅବଶିଷ୍ଟ ୩୦ ପ୍ରତିଶତର ୨୬ ପ୍ରତିଶତ ଦିଆଯାଇ ଆସୁଛି, ଯାହାକି ବିସିସିଆଇ ମୋଟ ଆୟର ମାତ୍ର ୮ ପ୍ରତିଶତ  । ଆଉ ସେଥିରୁ ଯାହା ବଳିଲା ସେ ଅର୍ଥରେ ଷ୍ଟାଡିୟମ ନିର୍ମାଣ, ଭିତ୍ତିଭୂମି  ରକ୍ଷଣାବେକ୍ଷଣ , ବିସିସିଆଇର ପରି·ଳନା ବାବଦରେ ଖର୍ଚ୍ଚ ହୋଇଥାଏ  । ସେହିପରି ବିଭିତ୍ତ ଆଇସିସି ଇଭେଣ୍ଟରେ  ଯୋଗଦେବା ପାଇଁ ମିଳୁଥିବା ସ୍ପନସରସିପରୁ ମିଳୁଥିବା ଅର୍ଥରୁ ଖେଳାଳିଙ୍କୁ ବହୁତ କମ୍ ଅଂଶ ପ୍ରଦାନ କରାଯାଉଛି ବୋଲି ସୁପ୍ରିମକୋର୍ଟ ଦ୍ୱାରା ନିୟୁକ୍ତ କମିଟି ଅନ୍ ଆଡମିନିଷ୍ଟେ୍ରସନ ଜାଣିବାକୁ ପାଇଛନ୍ତି  । ଖେଳାଳିମାନଙ୍କ ଅଧିକ ଅଂଶ ଦେବା ପାଇଁ କମିଟି ଉଦ୍ୟମ କରୁଥିବା ବେଳେ ବିସିସିଆଇ କିନ୍ତୁ ନାରାଜ । ଆଇପିଏଲ ମିଳୁଥିବା ରାଜସ୍ୱ ବିସିସିଆଇ ଗ୍ରସ ରେଭେନୁ୍ୟରେ ଯାଉନାହିଁ  । ସୂଚନାଯୋଗ୍ୟ ଯେ ମେଡିଆ ରାଇଟ ବାବଦ ଆୟ ଲାଗାତାରଭାବେ କ୍ଷୀପ୍ରଗତିରେ ବୃଦ୍ଧି ପାଇ·ଲିଛି, କିକ୍ରେଟରମାନଙ୍କ ରୋଜଗାର ସେହି ଅନୁସାରେ ବଢିନି  । ଯଦିଓ କୋଚ୍ ଅନିଲ କୁମ୍ବଲେ ଖେଳାଳିଙ୍କୁ ଅଧିକ ଦେବା ପାଇଁ ଉଦ୍ୟମ କରୁଛନ୍ତି ତଥାପି ତାହା ବିସିସିଆଇର ବୋର୍ଡ ବୈଠକରେ ଦାନା ବାନ୍ଧୁନି ସଦସ୍ୟଙ୍କ ଅସହଯୋଗ କାରଣରୁ  ।

0
0
0
s2sdefault