ହେଡଲାଇନସ୍:

ଭାରତୀୟ ଅଣ୍ଡର-୧୯ ରଗବି ପ୍ରତିଯୋଗିତା: ଭାଗ ନେଲେ ଭାରତୀୟ ମହିଳା ଟିମ ସହିତ ୨୩ ରାଜ୍ୟରୁ ୩୦ ଗୋଟି ଦଳ ଓ ୧୨ ଶହ ଖେଳାଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦାସ୍ଥିତ ଆଇନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମୟୂରଭଞ୍ଜ ଜିଲ୍ଲା ରଗବି ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଅଣ୍ଡର-୧୯ ରଗ୍ବି ପ୍ରତିଯୋଗିତା ଆରମ୍ଭ ହୋଇଛି । ସେପ୍ଟେମ୍ବର ୫ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପ୍ରତିଯୋଗିତାକୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ. ପ୍ରଦୀପ କୁମାର ଚାନ୍ଦ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି , ବୀଣାପାଣି ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଲୋଗୋ, ଟ୍ରଫି, ଜର୍ସି ଆଦିକୁ ଉନ୍ମୋଚନ କରାଇବା ସହିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଆୟୋଜିତ ଏହି ଜାତୀୟସ୍ତରର ରଗବି ଟୁର୍ଣ୍ଣାମେଣ୍ଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ଫୁଟବଲ, କ୍ରିକେଟ ଓ ଭଲିବଲ ଭଳି ଖେଳରେ ଦକ୍ଷତା ରଖିଥିବା ଖେଳାଳୀମାନେ ହିଁ କେବଳ ଏହି କ୍ରୀଡ଼ାରେ ସଫଳତା ଆଣିପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । 

ବୁଧବାର ପ୍ରତିଯୋଗିତାର ପ୍ରଥମ ଦିବସରେ ଆନୁଷ୍ଠାନିକ  ବାଳକ  ବିଭାଗରେ ୮ ଓ ବାଳିକା ବିଭାଗରେ ୪ଟି ଟିମ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ବଳକ ବିଭାଗ ମ୍ୟାଚରେ ଚଣ୍ଡିଗଡ଼ ବିହାରକୁ ୧୦-୫ ଗୋଲରେ ପରାସ୍ତ କରିଥିବା ବେଳେ କେରଳ-ଭୂବନେଶ୍ୱର ଟିମକୁ ୧୯-୧୨ ଗୋଲ, ଦିଲ୍ଲୀ ରେବଲସ ଝାଡ଼ଖଣ୍ଡକୁ ୧୦-୦ ଗୋଲ, ହରିଆନା ବୁଲସ ପଞ୍ଜାବକୁ ୧୦-୦ ଗୋଲ, ଦିଲ୍ଲୀ ହେରିକିନ ତେଲେଙ୍ଗାନାକୁ ୩୪-୦ ଗୋଲ, ଏସିଏଫ ଫାଉଣ୍ଡେସନ ହରିଆନାକୁ ୧୯-୦ ଗୋଲ, ଜଙ୍ଗଲ କ୍ରୋ ଛତିଶଗଡ଼କୁ ୩୧-୦ ଗୋଲ, ମୟୂରଭଞ୍ଜ ରାଜସ୍ଥାନକୁ ୩୬-୦ ଗୋଲରେ ପରାସ୍ତ କରିଥିବା ବେଳେ ବାଳୀଖଅ ଭୀଭାଗରେ ବିହାର ମୟୂରଭଞ୍ଜକୁ ୧୫-୦ ଗୋଲ, ହରିଆନା ଭୂବନେଶ୍ୱରକୁ  ୫-୦ ଗୋଲ, ଦିଲ୍ଲୀ ରାଜସ୍ଥାନକୁ ୨୫-୦ ଗୋଲ ଓ ଭୂବନେଶ୍ୱର କିସ ଚଣ୍ଡିଗଡ଼କୁ ୫୬-୦ ଗୋଲରେ ପରାସ୍ତ କରିଥିଲା । କ୍ରୀଡ଼ାର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲେ ନେହା ପରଦେଶୀ । ଜାତୀୟ ରଗବି ଟିମର ଅଧିନାୟିକା କ୍ରୀଡ଼ାରେ ଭାଗ ନେଇଥିବା ବିଭିନ୍ନ ଖେଳାଳୀମାନଙ୍କୁ ବିଭିନ୍ନ ପ୍ରକାରର କ୍ରୀଡ଼ା କୌଶଳ, ଶାରିରୀକ ଦକ୍ଷତା ଆଦିକୁ ନେଇ ଟିପ୍ସମାନ ପ୍ରଦାନ କରିଥିଲେ ।

0
0
0
s2sdefault