ହେଡଲାଇନସ୍:

ସୁନା ଝିଅ ଦୀପ ଜଳାଇଲେ  ପ୍ରତିଭାର ଦୀପ : ଓଡିଶା ହେଲା ଉଦ୍ଭାସିତ, ହଟିଲା ପରିବାରର ଅଭାବୀ ଅନ୍ଧାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲାରୁ ସୁଶାନ୍ତ ବେହେରା : ଅଭାବୀ ପରିବାର | ସମ୍ବଳ ବୋଲି ଗୂଂଠେ ଜମି | ସେତିକି ଜମିରେ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇବା ଅସମ୍ଭବ ଥିଲା ଚାର୍ଲସଙ୍କ ପାଇଁ | ପିଲା ଦିନୁ କୁନି ଝିଅଟିର ହକିଖେଳ ପ୍ରତି ଆଗ୍ରହ ଦେଖି ଚିନ୍ତା ବଢିଥିଲା ଚାର୍ଲସ ଆଉ ତାଙ୍କ ପତ୍ନୀ ଜୟମଣିଙ୍କର | ହେଲେ ସେମାନେ ହାର ମାନି ନଥିଲେ | ସେଇ କୁନି ଝିଅଟିର ଅଦମ୍ୟ ଆଗ୍ରହ ଆଉ ଝିଅର ଇଛାକୁ ସାକାର କରିବା ପାଇଁ ବାପା ମାଙ୍କ କଠିନ ନିଷ୍ପତ୍ତି ଆଜି ବଦଳାଇ ଦେଇଛି ତାଙ୍କ ପରିବାରର ଭୋକର ଭୂଗୋଳ, ଭାରତ ମାନଚିତ୍ରରେ ପରିଚୟ ପାଇଛି ଅଖ୍ୟାତ ବ୍ରାହ୍ମଣୀପାଲି | ଦେଶବ୍ୟାପୀ ବାହାବା ଝିଅଟି ପାଇଁ, ଆଉ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ କୋଟିଏ ତାଙ୍କର ପୁରସ୍କାର ଘୋଷଣା କରିଛନ୍ତି, ଯାହାକି ଏଇ ପରିବାର ପାଇଁ ଥିଲା ସ୍ବପ୍ନ | ଆମେ ଏଠି କାହା କଥା କହୁଛୁ ବୁଝି ଜିବେଣି ପାଠକେ | ହଁ,,,, ଏସିଆନ କ୍ରୀଡ଼ାରେ ବେକରେ ରୂପ ମେଡାଲ ଝୁଲାଇ ପ୍ରତିଟି ଓଡ଼ିଆଙ୍କୁ ଗର୍ବ କରିବାର ସୁଯୋଗ ଦେଇଥିବା ସେଇ ସୁନା ଝିଅ ତଥା ଭାରତୀୟ ମହିଳା ହକି ଦଳର  ୫ମ ଶ୍ରେଷ୍ଠ ଖେଳାଳି ଦୀପ ଗ୍ରେସ ଏକ୍କାଙ୍କ କଥା ଆମେ କହୁଛୁ | |

  ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ଜିତିବା ପରେ ସମସ୍ତଙ୍କ ମୁହଁରେ ସୁନ୍ଦରଗଡର ଚାରି ସୁନା ଝିଅଙ୍କ କଥା। ସୁନ୍ଦରଗଡର ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପଗ୍ରେସ ଏକ୍କା ଆଉ ଥରେ ଜିଲ୍ଲା ସହ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଅଲମ୍ପିକ ଓ ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳରେ ହକି ଖେଳି ଚର୍ଚ୍ଚାକୁ ଆସିଥିବା ୪ ଓଡିଆ ଝିଅଙ୍କ ମଧ୍ୟରୁ ଦୀପ୍‌ ଗ୍ରେସ ଏକ୍କା ଅନ୍ୟତମ।

ସୁନ୍ଦରଗଡ ବାଲିଶଙ୍କରା ବ୍ଲକ୍‌ର ଝାରଖଣ୍ଡ ଓ ଛତିଶଗଡ ସୀମାନ୍ତ ବ୍ରାହ୍ମଣୀପାଲି ଗାଁକୁ ମିଳିଛି ନୂଆ ପରିଚୟ। ଏହି ଗାଁ ଭାରତ ମାନଚିତ୍ରରେ ଏଥିପାଇଁ ପରିଚିତ ଯେ, ଏହି ଗାଁର ଝିଅ ଦୀପ୍‌ ଗ୍ରେସ ଏକ୍କା ୧୮ତମ ଏସିଆନ୍‌ ଗେମରେ ହକି ଖେଳି ଦେଶ ପାଇଁ ପଦକ ଆଣିଛନ୍ତି ।

ବ୍ରାହ୍ମଣୀପାଲିର ଚାଲର୍ସ ଏକ୍କା ଓ ଜୟମଣି ଏକ୍କାଙ୍କ ଝିଅ ଦୀପ୍‌ ବହୁ କଷ୍ଟରେ ହକି ଖେଳକୁ ଆପଣେଇ ପାରିଛନ୍ତି। ଚାଷୀ ପରିବାରର ଝିଅକୁ ଦିନେ ଜୋତା ଆଉ ଖେଳ ସାମଗ୍ରୀ ଯୋଗାଇ ପାରୁନଥିବା ପରିବାରର ଆର୍ଥିକ ସ୍ଥିତି ସୁଧାରିଛି ଝିଅର ସଫଳତା। ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିବାରୁ ଦୀପ୍‌ଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗୁଣ୍ଠେ ଜମିରେ ଚାଷ କରି ଝିଅକୁ ଖେଳ ଶିଖାଇବା ଚାଲର୍ସ ଏକ୍କାଙ୍କ ପାଇଁ ଥିଲା ଅନେକ କଷ୍ଟକର ବ୍ୟାପାର। ତଥାପି ପିଲାବେଳୁ ଦୀପ୍‌ଙ୍କ ଖେଳ ପ୍ରତି ରହିଥିବା ଅହେତୁକ ଆଗ୍ରହକୁ ଦେଖି ତାଙ୍କୁ ଆଗକୁ ବଢ଼ିବା ପାଇଁ  ତାଙ୍କ ପରିବାର ନିଷ୍ପତ୍ତି ନେଇଥିଲା।  ଅଧିକ ଖେଳ ଶିଖାଇବା ପାଇଁ ସୁନ୍ଦରଗଡ ସାଇ ହଷ୍ଟେଲକୁ ତାଙ୍କୁ ପଠାଯାଇଥିଲା | ହକିରେ ସୁନାମ ଆଣିଥିବା ଇଗ୍ନେଶ ତିର୍କୀ, ପ୍ରବୋଧ ତୀର୍କି ଆଦିଙ୍କ ଭଳି ଖେଳାଳୀଙ୍କ ଠାରୁ ଅନୁପ୍ରାଣିତ ହୋଇଛନ୍ତି ଦୀପ୍‌। ସେ ୨୦୧୧ ମସିହାରେ ୧୮ ବର୍ଷରୁ କମ ଏସିଆ କପ୍ ରେ ଖେଳି ଅର୍ନ୍ତଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ସେ । ଖେଳର ଗୋଟିଏ ସିଜନ୍‌ରେ କ୍ରମଗାତଭାବେ ଏକାଧିକ ସଫଳତା ସାଉଁଟିଥିବା ଦୀପ୍‌ ତାଙ୍କ ଅଞ୍ଚଳ ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ମହିଳା ହକି ଖେଳାଳୀମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ବା ଆଇକନ୍‌। ଆସନ୍ତା ଦିନରେ  ଦୀପ୍‌ ଏହିଭଳି ସଫଳତା ଜାରି ରଖିବା ବୋଲି ଅସନ୍ତୁ କାମନା କରିବା।

 

0
0
0
s2sdefault