ହେଡଲାଇନସ୍:

ବଲାଙ୍ଗିର ଫୁଟବଲ ଲିଗ ଚତୁର୍ଥ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରିଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ଚତୁର୍ଥ ଦିବସରେ ୮ଗୋଟି ପଡିଆରେ  ଅନୁଷ୍ଠିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ  ଅନୁଷ୍ଠିତ ଖେଳରେ ସକ୍ମା ୨-୧ ଗୋଲରେ ଏମ୍.ଏସ୍ ଷ୍ଟାର ବରକାନିକୁ ହରାଇ ବିଜୟ ହେଲା । ଅତିଥି ଭାବରେ କ୍ରୀଡାବିଦ୍ ସୌମେନ୍ଦ୍ର  ପରିଚ୍ଛା, ଶଶିଶେଖର ପଣ୍ଡା ଓ ପ୍ରଭୁଦତ୍ତ ପ୍ରଧାନ ଯୋଗଦେଇଥିଲେ । ଖେଳକୁ ସୁରେଶ ନାଏକ, ସୁଧାଂଶୁ ସେଠ, ଶୁଶାନ୍ତ ନାଗ ଓ ଇଶ୍ୱର ମଚଖଣ୍ଡ ପରି·ଳନା କରିଥିଲେ । ଖୋଲାନ ପଡିଆରେ  ଅନୁଷ୍ଠିତ ଖେଳରେ ଜି.ଏସ୍.ପି. ଟିଟିଲାଗଡ ୪-୦ ଗୋଲରେ ସିଆଲଝୁଡୁଙ୍ଗିକୁ ହରାଇ ବିଜୟ ହେଲା । ବିଜେଡି ଯୁବନେତା ନରେଶ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ବିନୋଦ ପ୍ରଧାନୀ, ଆଶିଷଦେବ ସା, ମୋହନ ପ୍ରଧାନୀ ଓ ଆଶିର୍ବାଦ ସା ଖେଳ ପରି·ଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମଠାରେ  ଅନୁଷ୍ଠିତ ଖେଳରେ ହରଭଙ୍ଗା ୨-୦ ଗୋଲରେ ବଡଟିକାକୁ ହରାଇ ବିଜୟ ହେଲା । ଅତିଥିଭାବେ ଓଡିଶା ରାଜ୍ୟ କଂଗ୍ରେସ ମିଡିଆ ସେଲ ସଂଯୋଜକ ଅଭିଶେକ ମହାନନ୍ଦ ଓ କାହ୍ନୁ ଚରଣ ଦର୍ଜି, ଅବସରପ୍ରାପ୍ତ ଅଧ୍ୟାପକ ଯୋଗଦେଇଥିଲେ । ଖେଳକୁ ଜୈାତିର୍ମୟ ରାଉତ, ଅଞ୍ଜନ ବେସ୍ରା, ସନ୍ତୋଷ ଧରୁଆ ଓ ବିଜୟ ରଣା ପରି·ଳନା କରିଥିଲେ । ଖୁଜେନପାଲି ଠାରେ ଅନୁଷ୍ଠିତ ଖେଳରେ ଫଟାମୁଣ୍ଡା ୧-୦ ଗୋଲରେ ଗଇଁନ୍ତଲାକୁ ହରାଇ ବିଜୟ ହେଲା । ଅତିଥି ଭାବେ କ୍ରୀଡା ସଂସଦ ଏଥ୍ଲେଟ ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ସଂଗ୍ରାମ କେଶରୀ ବହିଦାର ଯୋଗଦେଇଥିଲେ । ଖେଳକୁ ଦୋଳ ଗୋବିନ୍ଦ ମୁଣ୍ଡା, ସଂଜିତ ମହାନ୍ତି, ପ୍ରଫୁଲ୍ଲ ବଗର୍ତ୍ତି ଓ ସୁନିଲ ଚନ୍ଦ୍ର ବିଶ୍ୱାଲ ପରି·ଳନା କରିଥିଲେ । ମିଶନ ପଡିଆରେ  ଅନୁଷ୍ଠିତ ଖେଳରେ ମାଣିକେଶ୍ୱରୀ - କନ୍ଧପାଲି ୨-୧ ଗୋଲରେ ଆର.କେ. ଷ୍ଟିଲକୁ ହରାଇ ବିଜୟି ହେଲା । ଅତିଥି ଭାବରେ ଏଡଭୋକେଟ ପ୍ରବୀଣ କୁମାର ନାଗ ଓ ସାମ୍ବାଦିକ ଅଶୋକ ସାହୁ ଯୋଗଦେଇଥିଲେ । ଖେଳକୁ ନିଶାରକାନ୍ତ ନାଗ, ଦେବାଶିଷ ବାଗ, ନରସିଂ ସ୍ୱାମୀ ନାଇଡୁ ଓ ଅବଦୁଲ ମୁଜିଦ୍ ପରି·ଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଖେଳରେ ମହୀପୁର ୨-୦ ଗୋଲରେ ଭୁତିଆରବାହାଲକୁ ହରାଇ ବିଜୟ ହେଲା । ଅତିଥି ଭାବେ ବିଜେପି ଯୁବ ନେତା ତଥା କ୍ରୀଡାବିଦ୍ ଡା. ଶଶିଭୂଷଣ ସାହୁ, ବିଭୁପ୍ରସାଦ ରଣା ଓ ଅଶୋକ ଥନାପତି ଯୋଗଦେଇଥିଲେ । ଖେଳକୁ ଲକ୍ଷ୍ମୀଧର ମହାନ୍ତି, କୈଳାସ କର୍ତ୍ତି, ପ୍ରଶାନ୍ତ ଥନାପତି ଓ ଶ୍ରୀବତ୍ସ  ମେହେର ପରି·ଳନା କରିଥିଲେ ।  ଚୁଡାପାଲି ଠାରେ ଅନୁଷ୍ଠିତ ପ୍ରଥମ ଖେଳରେ ସୁନାମୁଦି ୧-୦ ଗୋଲରେ ବିଡିଘାଟକୁ ହରାଇ ବିଜୟୀ ହେଲା । ଦ୍ୱିତୀୟ ଖେଳ ୧-୧ରେ ଡ୍ର ରହିଥିଲା ଟ୍ରାଇବେକରରେ ବାରପୁଡୁଗିଆ ୪-୨ ଗୋଲରେ ରାମଚନ୍ଦ୍ରପୁରକୁ ହରାଇ ବିଜୟୀ ହେଲା । ଅତିଥି ଭାବେ କ୍ରୀଡାବିଦ୍ ଚେତରାମ ବେହେରା, ବିଜୟ କୁମାର ମେହେର ଓ ନରେଶ ଅଗ୍ରୱାଲ ଯୋଗଦେଇଥିଲେ । ଖେଳକୁ ଶରତ ନନ୍ଦ, ବୈକୁଣ୍ଠ ଜେନା, ଦେବରାଜ ନାହାକ ଓ ଜଳନ୍ଦର ସାହୁ ପରି·ଳନା କରିଥିଲେ । ପାଟଣାଗଡ ହାଇସ୍କୁଲ ପଡିଆ ଠାରେଅନୁଷ୍ଠିତ  ପ୍ରଥମ ଖେଳରେ ଉଲବା ୨-୧ ଗୋଲରେ ବଥର୍ଲାକୁ ହରାଇ ବିଜୟ ହେଲା । ଦ୍ୱିତୀୟ ଖେଳ ପାଟେନେଶ୍ୱରୀ କ୍ଲବ ପାଟଣାଗଡ ୩-୦ ଗୋଲରେ ବେଲପଡାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମୁରଲିଧର ଷଡଙ୍ଗୀ ଓ ଅରବିନ୍ଦ କୁମ୍ଭାର ଯୋଗ ଦେଇଥିôଲେ । 

 

0
0
0
s2sdefault