ହେଡଲାଇନସ୍:

 ଜାତୀୟ କ୍ରୀଡା ଦିବସ ପାଳିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି) - ଅଗଷ୍ଟ  ୨୯ ତାରିଖ ହକିର ଯାଦୁଗର ଧୟାନଚାନ୍ଦ ଙ୍କ ଜନ୍ମ  ବାର୍ଷିକୀ ଉପଲକ୍ଷେ  ଜିଲା ପ୍ରଶାସନ ମୟୁରଭଞ ଓ ରାଜ୍ୟକ୍ରୀଡା ନିର୍ଦ୍ଦେଶାଳୟ  ଓଡିଶା ର ମିଳିତ ଆନୁକୁଲ୍ୟରେ ମୟୁରଭଞ ଜିଲା ସଦର ମହକୁମା ବାରିପଦାଠାରେ ମହାସମାରୋହରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଭିନ୍ନ ସ୍କୁଲ ଏବଂ କ୍ରୀଡାଛାତ୍ରାବାସ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଗଣଦୈାଡଅନୁଷ୍ଠିତ  ହୋଇଯାଇଅଛି । ଅନୁଷ୍ଠିତ  ଉକ୍ତ ଗଣଦୈାଡ କୁ ଜିଲାପାଳ ବିନୀତ ଭରଦ୍ୱାଜ ଇନଡୋର ଷ୍ଟାଡିୟମ ସମ୍ମୁଖରୁ ପତାକା ଦେଖାଇ ଶୁଭାରାମ୍ଭ କରିଥିଲେ । ଉକ୍ତ ଗଣଦୈାଡ ଇନଡୋର ଷ୍ଟାଡିୟମ ରୁ ବାହାରି ସହରର କଚେରିରୋଡ , ଅମ୍ବିକା ମନ୍ଦିର , ବେଲଗଡିଆ ଦେଇ ଆସି ପୁଣି ଇନଡୋର ଷ୍ଟାଡିୟମ ସମ୍ମୁଖରେ ପହଞ୍ଚିଥିଲା । ଗଣଦୈାଡର ପ୍ରାରମ୍ଭରେ ଜାତୀୟ କ୍ରୀଡା ଦିବସ ପାଳନର ମୁଖ୍ୟ ସେହି ମହାନ ହକି ଯାଦୁଗର ଧ୍ୟାନଚାନ୍ଦ ଙ୍କ ଜୀବନୀ ଉପରେ ବକ୍ତାମାନେ ସଂଙ୍ଖେ୍ୟପରେ ଆଲୋକପାତ କରିଥିଲେ । ଅପରାହ୍ନରେ ପୋଲିସ ରିଜର୍ଭ ପଡିଆଠାରେ ଜିଲାକ୍ରୀଡା ବିଭାଗ ତରଫରୁ ଫୁଟବଲ ଏବଂ ଭଲିବଲ ର ବନ୍ଧୁତ୍ୱପୂନ୍ନ ମ୍ୟାଚଅନୁଷ୍ଠିତ  ହୋଇଥିଲା ।  ଆୟୋଜିତ ଉକ୍ତ ଜାତୀୟ କ୍ରୀଡାଦିବସ  ପାଳନରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ଜେନେରାଲ) ଗଙ୍ଗାଧର ନାୟକ , ଅନ୍ୟତମ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ , ଜିଲା କ୍ରୀଡାଅଧିକାରୀ ପ୍ରଦୀପ କୁମାର ବେହେରା  ,ବରିଷ୍ଠ  ପ୍ରଶିକ୍ଷକ କୁମାର ରଞନ ପଣ୍ଡା  ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲା କ୍ରୀଡାଅଧିକାରୀ ଶ୍ରୀ ବେହେରା ପରିଚାଳନା କରିଥିଲେ ।

 

 

 

 

 

 

0
0
0
s2sdefault