ହେଡଲାଇନସ୍:

ସଂଗ୍ରାମୀ ବରୀ ମାଟିର ସ୍ୱର୍ଣ୍ଣୀମ ଇତିହାସରେ ଆଉ ଏକ ଉଜ୍ଜ୍ୱଳ ପୃଷ୍ଠା  ଯୋଡ଼ି ହୋଇଛି: ବିଜୟ ନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହିତ କରିବ’

ଭୁବନେଶ୍ୱର,: ଭାରତୀୟ କ୍ରୀଡ଼ା ଆକାଶର ଚାନ୍ଦ ଦୂତି ଚାନ୍ଦ ସଂପ୍ରତି ଚଳିତ ୧୮ତମ ଏସିଆନ୍‍ ଗେମ୍ସରେ ୨୦ ବର୍ଷ ପରେ ଭାରତ ପାଇଁ ମେଡାଲ ଜିତି ଆମମାନଙ୍କୁ ଗର୍ବିତ କରିଛନ୍ତି । ଏହା ତାଙ୍କର ଦୀର୍ଘ ବର୍ଷର ସାଧନା, ସିଦ୍ଧି ଓ ସଂକଳ୍ପର ଫଳ । ସମଗ୍ର ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‍ଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କର ଏହି ସଫଳତା ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏଥିପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ । ରାଜ୍ୟ ସରକାର ଓଡ଼ିଶାର କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ ଯୋଜନା କରୁଛନ୍ତି । ପ୍ରତି ପଞ୍ଚାୟତରେ ଖେଳ ପଡ଼ିଆ ଏବଂ ପ୍ରତି ବ୍ଲକରେ ମିନି ଷ୍ଟାଡିୟମ୍‍ ନିର୍ମାଣ କରି ଓଡ଼ିଶାକୁ କ୍ରୀଡ଼ାର ହବ୍‍ କରିବା ପାଇଁ ଯୋଜନା କରାଯାଉଛି । ହକି ବିଶ୍ୱକପ୍‍ ଆୟୋଜନ ଏକ ଉଲ୍ଲେଖନୀୟ ସଂଯୋଜନା । ଉନ୍ନତମାନର ଭିତ୍ତିଭୂମି ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଇପାରିଲେ ଓଡ଼ିଶାର ପ୍ରତିଭାମାନେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିପାରିବେ, ଯାହା ଦୂତି ଚାନ୍ଦଙ୍କ ସଫଳତାରୁ ସ୍ପଷ୍ଟ ହୋଇଛି । ଦୂତି ଚାନ୍ଦ ହେଉଛନ୍ତି, ବରୀ ମାଟିର ସୁଯୋଗ୍ୟ ସନ୍ତାନ । ତାଙ୍କର ଏହି ସଫଳତା ବିଶେଷକରି ବରୀବାସୀଙ୍କୁ ଉଲ୍ଲସିତ କରିଛି । ତାଙ୍କ ମାଧ୍ୟମରେ ସଂଗ୍ରାମୀ ବରୀ ମାଟିର ସ୍ୱର୍ଣ୍ଣୀମ ଇତିହାସରେ ଆଉ ଏକ ଉଜ୍ଜ୍ୱଳ ପୃଷ୍ଠା  ଯୋଡ଼ି ହୋଇଯାଇଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault