ହେଡଲାଇନସ୍:

୫-ଏ ସାଇଡ୍ ହକି, ଭାରତୀୟ ଦଳରେ ଓଡିଶାରୁ ଏକମାତ୍ର  ସୁଦୀପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା: ଆସନ୍ତା  ଅକ୍ଟୋବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ବୁଏନେସ ଆଏରିସ ଠାରେ  ୨୦୧୮ ୟୁଥ୍ ଅଲିମ୍ପିକରେ  ଅନୁଷ୍ଠିତ ହେବାକୁ ଥିବା ୫-ଏ ସାଇଡ୍ ହକି ପ୍ରତିଯୋଗିତା ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସୁଦୀପ ଚିର୍ମାକୁ ସ୍ଥାନ ପାଇଛନ୍ତି । ରାଉରକେଲା କାନ୍ସବାଲ ନୂଆଗାଁର ସୁଦୀପ ଦୀର୍ଘ ୭ବର୍ଷ ହେବ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ମିଲଟନ ବିଲୁଙ୍ଗଠାରୁ ପ୍ରଶିକ୍ଷଣ ନେଉଛନ୍ତି । ସେହିଭଳି ଚଳିତ ବର୍ଷ ଖେଲୋ ଇଣ୍ଡିଆ ତରଫରୁ ମଧ୍ୟ ସୁଦୀପଙ୍କୁ ଚୟନ କରାଯାଇଛି । ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ସୁଦୀପଙ୍କୁ ଭାରତୀୟ ଦଳ ଚୟନ ଶିବିର ପାଇଁ ମନୋନୀତ କରାଯାଇଥିଲା । ସୁଦୀପଙ୍କ ବଡ଼ଭାଇ ଅମିତ୍ ଚିର୍ମାକୁ ଏବେ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି ପ୍ରଶିକ୍ଷଣ ନେଉଛନ୍ତି ।

ରାଜ୍ୟର ପ୍ରଥମ ଫରୱାର୍ଡ଼  ଖେଳାଳି ଭାବେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ରାଜ୍ୟର କୌଣସି ଖେଳାଳି ଫରୱାର୍ଡ଼  ଖେଳାଳି ଭାବେ ଦଳରେ ସ୍ଥାନ ପାଇ ନାହାନ୍ତି । ଏହି ଖବର ପ୍ରକାଶ ପାଇବା ପରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ତଥା ସୁନ୍ଦରଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସୂଦୀପଙ୍କ କୋଚ ମିଲଟନ ବିଲୁଙ୍ଗ ଅମିତଙ୍କ ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଶୁଭକାମନା ଜଣାଇଛନ୍ତି | 

 

0
0
0
s2sdefault