ହେଡଲାଇନସ୍:

୬୩ ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଏଥଲେଟିକ ପ୍ରତିଯୋଗିତା ଉଦ୍ଘାଟିତ, ଭାଗନେଲେ ୩୦ଟି ଜିଲ୍ଲାରୁ ୬୪୦ ପ୍ରତିଯୋଗୀ ।  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗିରରୁ ନିରୋଜ ମିଶ୍ର  - ସ୍ଥାନୀୟ ଗାନ୍ଧି ଷ୍ଟାଡିୟମଠାରେ ୬୩ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଏଥ୍ଲେଟିକସ ପ୍ରତିଯୋଗୀତା ଉଦ୍ଘାଟିତ ହୋଇଯାଇଛି । ସୁବୋଧ କୁମାର ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସମାରୋହରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍ରେ ଯୋଗଦାନ କରିଥିବାବେଲେ ସମ୍ମାନିତ ଅତିଥିଭାବରେ ସର୍ବଶ୍ରୀ ଭୈରବ ସିଂପଟେଲ, ଉପ-ଜିଲ୍ଲାପାଳ ବଲାଙ୍ଗିର, ଶ୍ରୀମତି ଲକ୍ଷ୍ମୀପ୍ରିୟା ଦେଇ, ଭାରପ୍ରାପ୍ତ ସହକାରୀ ନିର୍ଦେଶକ ପ୍ରଭାକର ମଙ୍ଗରାଜ, ଅବସର ପ୍ରାପ୍ତ ସହକାରୀ  ନିର୍ଦେଶକ, ଓଡିଶା ମାଧ୍ୟମିକ ଶିକ୍ଷା  ନିର୍ଦେଶଳୟ, ଡ. ଶ୍ରୀକର ମିଶ୍ର, କାର୍ଯ୍ୟକାରୀ ସଭାପତି ଜିଲ୍ଲା କ୍ରୀଡା ସଂସଦ ଓ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ରାଜେନ୍ଦ୍ର ପ୍ରସାଦ ବଢେ଼ଇ, ଜିଲ୍ଲା କ୍ରୀଡା ଅଧିକାରୀ ଯୋଗଦେଇଥିଲେ ।  ଏହି ଅବସରରେ ଶ୍ରୀ ମଙ୍ଗରାଜଙ୍କୁ ମେମେଣ୍ଟୋ ଓ ଉପଢେ଼ାନଦେଇ ଅବସର କାଲୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୩୦ଟି ଜିଲ୍ଲାର ୬୪୦ଜଣ କ୍ରୀଡାବିତ ମାର୍ଚ୍ଚପାଷ୍ଟ  ରେ ଅଂଶ ଗ୍ରହଣ କରିଥିଲେ । ଅତିଥିମାନେ ଅଭିଭାଦନ ଗ୍ରହଣ ପରେ ମାନ୍ୟବର ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ଘୋଷଣା କରିଥିଲେ ।  ଜ୍ୟୋତି ପ୍ରଦାସ ପରିଡା ଶାରିରୀକ ଶିକ୍ଷା ନିରୀକ୍ଷକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଧାକ୍ରୀଷ୍ଣା ବୋଷ, ଶାରିରୀକ ଶିକ୍ଷା ନିରୀକ୍ଷକ ଯାଜପୁର ମଂଚ ପରିଚାଳନା କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିର କଲେଜ ଛକ ଓ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜି ଆୟୋଜିତ ପ୍ରତିଯୋଗିତାରେ୧୭ବର୍ଷରୁ କମ ବାଳକ ବିଭାଗରେ ୮୦୦ମିଟର ଦୌଡରେ ପ୍ରଥମ - ଗଙ୍ଗାଧର ମେଲକା, କୋରାପୁଟ, ଦ୍ୱିତିୟ ବାଲେଶ୍ୱର ଶିଶା, କନ୍ଧମାଲ ଓ ତୃତୀୟ ସୋମା କିରସାନୀ, ଭୁବନେଶ୍ୱର,  ୩୦୦୦ ମିଟର ଦୌଡରେ ପ୍ରଥମ- ଆକାଶ ସିଂ, କନ୍ଧମାଲ, ଦ୍ୱିତିୟ-ବିଷ୍ଣୁ ସାଏ, ମୟୁରଭଞ୍ଜ ଓ ତୃତୀୟ-ବିଜୟ ନାଏକ, ସୋନପୁର, ହାଇଜଂମ୍ପରେ ପ୍ରଥମ-ଅମିୟ କୁମାର ପ୍ରଧାନ, ସମ୍ବଲପୁର, ଦ୍ୱିତିୟ-ଅନନ୍ତ କୁମାର ସ୍ୱାଇଁ, ଜଗତସିଂପୁର ଓ ତୃତୀୟ ଅମିୟ ରଞ୍ଜନ ମହାନ୍ତି, ଖୋର୍ଦ୍ଧା, ପୁଟିଂଗ ଦ ସଟରେ ପ୍ରଥମ-ଅକ୍ଷୟ କୁମାର ବେହେରା, ଭୁବନେଶ୍ୱର, ଦ୍ୱିତିୟ- ନନୀନି ଦେହୁରି, ବାଲେଶ୍ୱର, ତୃତିୟ-ଶୁଭେନ୍ଦୁ କୁମାର ଦେଓ, ଯାଜପୁର, ୧୭ ବର୍ଷରୁ କମ୍ ବାଲିକା ବିଭାଗରେ ହାଇଜମ୍ପରେ ପ୍ରଥମ-ହେମା ଧରୁଆ, କଲାହାଣ୍ଡି, ଦ୍ୱିତିୟ-କବିତା କୁଡୁ, ମୟୁରଭଞ୍ଜ, ତୃତୀୟ- ଅଞ୍ଜଳି ହାଁସଦା, ବରଗଡ, ପୁଟିଂଗ ଦ ସଟରେ ପ୍ରଥମ-ବୁଧୁନି ମାଝୀ, ମୟୁରଭଞ୍ଜ, ଦ୍ୱିତିୟ-ଲପ୍ତି ଦ୍ରକା, ଭୁବନେଶ୍ୱର, ତୃତୀୟ- ମନିଷା ଦାସ ଜଗତସିଂପୁର, ୧୪ ବର୍ଷରୁ କମ୍ ବାଲିକା ବିଭାଗରେ ୬୦୦ ମିଟର ଦୌଡରେ ପ୍ରଥମ- ସୋନାଲି ମୁର୍ମୁ, ଭୁବନେଶ୍ୱର, ଦ୍ୱିତିୟ- ସାବିତ୍ରୀ ଭୁଏ, ବରଗଡ, ତୃତୀୟ-ଶୁଭଦ୍ରା ମହାରଣା, କଟକ, ଲମ୍ବଜମ୍ପରେ ପ୍ରଥମ- ସବିତା ଟୋପୋ, ସୁନ୍ଦରଗଡ, ଦ୍ୱିତିୟ-ମିତାଜାଲ, ବରଗଡ, ତୃତୀୟ- ସୀମା ଦେଓଗାନ, ମୟୁରଭଞ୍ଜ, ୧୪ ବର୍ଷରୁ କମ ବାଳକ ବିଭାଗରେ ପ୍ରଥମ ଲକ୍ଷ୍ମଣ ମାଝୀ, ନବରଂଗପୁର, ଦ୍ୱିତିୟ- ଯଶବନ୍ତ ମହନ୍ତ, କେନ୍ଦୁଝର, ତୃତୀୟ ଜଗମୋହନ ମାତି, ମାଲକାନଗିରି ।

0
0
0
s2sdefault