ହେଡଲାଇନସ୍:

ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ

ଭୁବନେଶ୍ୱର,୨୩ା୯: ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି । ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍‍ ସଂଘ (ଏଫ୍‍ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍‍ ଅଧିକ ପ୍ରସାର ଲାଭ କରିବ ସେ ନେଇ ଶ୍ରୀ ସାମନ୍ତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‍ ସଂଘ ଓ କନ୍‍ଫେଡେରେସନ୍‍ର ସଭାପତି ଯୋଗଦେଇଛନ୍ତି । ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କଂଗ୍ରେସରେ ଭଲିବଲ୍‍ର ବିକାଶ ନେଇ ବ୍ୟାପକ ଆଲୋଚନା ହେବ ।
ଏହି ଅବସରରେ ଏଫ୍‍ଆଇଭିବି ସହଯୋଗରେ କିଟ୍‍ ଓ କିସ୍‍ରେ ଏକ ଜାତୀୟ ଭଲିବଲ୍‍ ଆକାଡେମୀ ଓ କିସ୍‍କୁ ଏଫ୍‍ଆଇଭିବି ଭଲିବଲ୍‍ ଫର ସ୍କୁଲ୍‍ର ଭାରତୀୟ ନୋଡାଲ୍‍ ସେଣ୍ଟର କରିବା ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ । ଏହା ସହ ଏଫଆଇଭିବିର ପରବର୍ତ୍ତୀ ବିଶ୍ୱ କଂଗ୍ରେସ ଭୁବନେଶ୍ୱରରେ ଆୟୋଜନ ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଭଲିବଲ୍‍ କୋଚ ଓ ଟେକ୍‍ନିକାଲ୍‍ ଅଫିସରଙ୍କୁ ରିଫ୍ରେସର କୋର୍ସ ପ୍ରଦାନ କରିବା ପାଇଁ ଭୁବନେଶ୍ୱରରେ ଏଫ୍‍ଆଇଭିବିର ଏକ ଆଞ୍ଚଳିକ ବିକାଶ କେନ୍ଦ୍ର ସ୍ଥାପନା ନିମନ୍ତେ ଶ୍ରୀ ସାମନ୍ତ ଦାବି ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଶ୍ରୀ ସାମନ୍ତ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ସଭାପତି ଆରି ଗ୍ରାକା, ଏଫ୍‍ଆଇଭିବିର ଜେନେରାଲ୍‍ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ସମେତ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‍ ସଂଘ ଓ ଫେଡେରେସନ୍‍ର ସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ୩୮ତମ ଏଫ୍‍ଆଇଭିବିର ଆଲୋଚନାଚକ୍ରରେ ବିଶ୍ୱରେ ଭଲିବଲର ବିକାଶ ନେଇ ବ୍ୟାପକ ଆଲୋଚନା କରାଯିବ । ଏଥିରୁ ଭାରତକୁ ଅନେକ ସୁଫଳ ମିଳିବ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି ।

0
0
0
s2sdefault