ପୂର୍ବତନ ହକି ଅଲମ୍ପିୟାଡ଼ ସୁବେଦର  ହର ଦୟାଲ ସିଂ ଙ୍କ ପରଲୋକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

Sushanta Behera  :ପୂର୍ବତନ ହକି ଖେଳାଳୀ ତଥା କୋଚ୍ ସୁବେଦର ହର ଦୟାଲ ସିଂ ୯୦ ବର୍ଷ ବୟସ ରେ ଡେରାଡୁନ ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଛି।ସେ ୧୯୫୬ ମସିହା ମେଲବର୍ନ ସମ୍ମର ଅଲମ୍ପିକ ରେ ଭାରତୀୟ ହକି ଦଳରୁ ପ୍ରତିନିଧିତ୍ୱ କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ।୧୯୮୩ ମସିହା ରୁ ୧୯୮୭ ପର୍ଯ୍ୟନ୍ତ ସେ ଭାରତୀୟ ହକି ଦଳର କୋଚ୍ ହିସବାରେ ଦାଇତ୍ଵ ମଧ୍ୟ ତୁଲାଇଥିଲେ।ସେହିପରି ଶ୍ରୀ ସିଂ  ୨୦୦୪ ମସିହା ରେ ସଂମାନ ଜନକ ଧ୍ୟାନଚାନ୍ଦ ଜୀବନ ବ୍ୟପି କ୍ରୀଡା ସାଧନା ପୁରସ୍କାର  ସଂମାନ ରେ ସଂମାନିତ ମଧ୍ୟ ହୋଇଛନ୍ତି।ଶ୍ରୀ ସିଂ ୧୯୪୯ ମସିହାରେ ଶିଖ ରେଜିମେଣ୍ଟ ଯୋଗ ଦେଇ ୧୯୬୯ ମସିହାରେ ଅବସର ନେଇଥିଲେ।୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ଯୁଦ୍ଧର ସମ୍ମୁଖିନ ହେବ ସହିତ ସୁବେଦର ହିସବାରେ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ  କରିଥିଲେ।ଶ୍ରୀ ସିଂ ଙ୍କ ବିୟୋଗ ରେ ପୂର୍ବତନ  ହକି ଅଲମ୍ପିୟାଡ଼ ଅଶୋକ କୁମାର ଧ୍ୟାନଚାନ୍ଦ,ଲେଡିଲି ଫର୍ଣ୍ଣାଦିସ,ଅଜିତ ରାମ ପଲ ପ୍ରମୁଖ ଖେଳାଳି ଗଭୀର ଶୋକବ୍ୟକ୍ତ କରିଛନ୍ତି।ସେହିପରି କ୍ରୀଡ଼ା ସାମ୍ବାଦିକ ସଙ୍ଗ, ଓଡ଼ିଶା ଏଭଳି ଏକ ମହାନ ଖେଳାଳି କୁ ଦେଶ ହରାଇଥିବା ରୁ ଗଭୀର ଶ୍ରଦ୍ଧାଞ୍ଜଳି ସହିତ ଶୋକ ବ୍ୟକ୍ତ ମଧ୍ୟ ଜଣାଇ ଛନ୍ତି।

0
0
0
s2sdefault