ହେଡଲାଇନସ୍:

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ : ତିନୋଟି ଶୃଙ୍ଖଳରେ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କଲେ ଭୋଳା ଓ ଶ୍ରୀଲକ୍ଷ୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୟୁଥ ବାଳକ 102 କେଜି ବର୍ଗରେ ବିହାର ଭୋଳା ସିଂହ ଏବଂ 81କେଜି ୟୁଥ ବାଳିକା ବର୍ଗରେ ଚ. ଶ୍ରୀଲକ୍ଷ୍ମୀ ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ସ୍ଥାପନ କରିବା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I
102 କେଜି ୟୁଥ ବାଳକ ବର୍ଗରେ ବିହାରର ଭୋଳା ସିଂହ ସ୍ନାଚ ରେ 126 କେଜି ଓ କ୍ଲିନ ଆଣ୍ଡ ଜର୍କରେ 150 କେଜି ଏବଂ ମୋଟରେ 276 କେଜି ଉତ୍ତୋଳନ କରି ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I
ସେହିପରି 81 କେଜି ୟୁଥ ବାଳିକା ବର୍ଗରେ ଆନ୍ଧ୍ରପ୍ରଦେଶର ଚ. ଶ୍ରୀଲକ୍ଷ୍ମୀ ସ୍ନାଚରେ 81 କେଜି, କ୍ଲିନ ଆଣ୍ଡ ଜର୍କରେ 104 କେଜି ଏବଂ ମୋଟରେ 185 କେଜି ଉତ୍ତୋଳନ କରି ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଶ୍ରୀଲକ୍ଷ୍ମୀ ଜୁନିୟର ମହିଳା 81 କେଜି ବର୍ଗରେ ମଧ୍ୟ ମୋଟ 185 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I
ଜୁନିୟର 102 କେଜି ପୁରୁଷ ବର୍ଗରେ ରାଜସ୍ଥାନର ହରଚରଣ ସିଂ ସ୍ନାଚରେ 151 କେଜି, କ୍ଲିନ ଆଣ୍ଡ ଜର୍କରେ 168 କେଜି ଉତ୍ତୋଳନ ସହ ମୋଟ 319 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏଥି ସହିତ ହରଚରଣ ସ୍ନାଚ ଓ ମୋଟ ଶୃଙ୍ଖଳରେ ସର୍ବଶ୍ରେଷ୍ଟ ଉତ୍ତୋଳନ କରି ଦୁଇଟି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି I ଏହି ବର୍ଗରେ ହରିୟାଣା ର ଅମନ ମୋଟ 314 କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି I ଅମନ ଆଜି ସ୍ନାଚରେ 177 କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି I ପଞ୍ଜାବର ଯଶବୀର ସିଂ ମୋଟ 294 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
ସିନିୟର ପୁରୁଷ 102 କେଜି ବର୍ଗରେ ଅରୁଣାଚଳ ପ୍ରଦେଶର କୁଜୁମ ତାବା ସ୍ନାଚରେ 153କେଜି ଉତ୍ତୋଳନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି I ଏଥିସହ ସେ କ୍ଲିନ ଆଣ୍ଡ ଜର୍କରେ 192 କେଜି ଓ ମୋଟରେ 345 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏସଏସସିବିର ବିକାଶ ଠାକୁର ମୋଟ 341 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ସଚିନ ମେହମି 333କେଜି ଉତ୍ତୋଳନକରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
81 କେଜି ସିନିୟର ମହିଳା ବର୍ଗରେ ବର୍ଗରେ ଉତ୍ତର ପ୍ରଦେଶର କ୍ରୀତ୍ୟଗା ପନୱାର ମୋଟ 203 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଚଣ୍ଡିଗଡ଼ର ବଂଶୀତା ବର୍ମା ରୌପ୍ୟ ଏବଂ ଉତ୍ତର ପ୍ରଦେଶର ପୂଜା ୟାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I

0
0
0
s2sdefault