ହେଡଲାଇନସ୍:

ବୀର ବଜରଙ୍ଗବଳି କ୍ରିକେଟ୍: ଜୁରିଆ ଚାମ୍ପିୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପଦ୍ମପୁର ନିକଟସ୍ଥ ଆମମୁଣ୍ଡା ଠାରେ ବି.ବି.ସି.ସି. ଦ୍ଵାରା ଆୟୋଜିତ ୨୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବୁଢି଼ମାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟରେ ୧୦୩ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଜୁରିଆ ଦଳ ୯ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୁଦାମ ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ସାନ୍ତାନୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ହାତୀ ଓ ଉପେନ୍ଦ୍ର ହାତୀ ଯୋଗଦେଇ ବିଜେତା ଦଳକୁ ୧୧୧୧୧ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ୬୬୬୬ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଜୁରିଆ ଦଳର ସୁରଜ ମେନ ଅଫ ଦି ମେଚ ଓ ଆକାଶ ମେନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ଫାଇନାଲ ମ୍ୟାଚରେ କେଶରଞ୍ଜନ ହାତୀ ଓ ଗୁଣନିଧି ସାହୁ ଅମ୍ପାୟାରିଂ ଏବଂ ସନ୍ତୋଷ ଓ ଦୟାସାଗର ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଦିଲୀପ ବସୁଦେବ ଓ ନିହାର ଧାରାବିବରଣୀ ପ୍ରଦାନ କରିଥିଲେ। ନବିନ ଟେଣ୍ଟ, ଆକାଶ, ପିତାମ୍ବର, ସଚିନ, ନିବାସ, ପ୍ରଶାନ୍ତ, ଶାନ୍ତାନୁ, ଆଲୋକ, ପ୍ରତାପ, ସୁନୀଲ ଆଦି ବିଶେଷ ସହଯୋଗ କରିଥିଲେ। ଶେଷରେ ରଞ୍ଜନ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault