ହେଡଲାଇନସ୍:

ପ୍ରତିଭା ପ୍ରସ୍ଫୁଟିତ କରୁଛି ଜେଏସଡବ୍ଲ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଆରମ୍ଭ ହେବ ‘ଖାଓ ଔର ଖେଲୋ’ ପ୍ରୋଗ୍ରାମ

  • ଖେଳାଳି ପାଇବେ ବାର୍ଷିକ ଖେଳବୃତ୍ତି

  • କେନ୍ଦୁଝର ହେବ ଫୁଟବଲ ହବ୍

ବଡ଼ବିଲ: ଓଡ଼ିଶାରୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ପ୍ରତିଭାଙ୍କୁ ଖୋଜି ସେମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରୟାସ ଜାରି ରଖିଛି ଜେଏସଡବ୍ଲ୍ୟୁ । କମ୍ପାନୀ ଦ୍ୱାରା ତାଲିମପ୍ରାପ୍ତ ବାଳିକା ଫୁଟବଲ ଟିମ୍ ନିକଟରେ କେନ୍ଦୁଝର ଜିଲ୍ଲା ବଡ଼ବିଲଠାରେ ଆୟୋଜିତ ଗନୁଆ ଚମ୍ପିଆନସି୍ ଟ୍ରଫି ହାସଲ କରିବା ଏହାର ସଦ୍ୟ ଉଦାହରଣ । ରାଇକେଲା,ଯୋଡ଼ା ଏବଂ ତ୍ରିବେଣୀ ଟିମ୍ ବିପକ୍ଷରେ ଏହି ଟିମ୍ ବେଶ ଉନ୍ନତ ପ୍ରଦର୍ଶନ କରିଛି । ଏହି ଅଭିଯାନ କୁ ଆହୁରି ଆଗକୁ ନେବା ପାଇଁ ଜେଏସଡବ୍ଲ୍ୟୁ ଯୋଜନା କରିଛି । ପ୍ରମୁଖ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଖେଳ ଦକ୍ଷତା ବଜାୟ ରଖିବା ପାଇଁ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ ଆସନ୍ତା ଡିସେମ୍ବରରେ ‘ଖାଓ ଔର ଖେଲୋ’ ପ୍ରୋଗ୍ରାମ ଶୁଭାରମ୍ଭ କରିବାକୁ ଯାଉଛି । ଏହି ପୋଷଣଯୁକ୍ତ କାର୍ଯ୍ୟକ୍ରମ ରେ ଜେଏସଡବ୍ଲ୍ୟୁ ଡିମ୍ବେରଠାରୁ ଅଭ୍ୟାସ ସେସନ୍ସ ରେ ୬୦ ଖେଳାଳିଙ୍କୁ ଅଣ୍ଡା ଏବଂ କଦଳୀ ସହିତ ପ୍ରୋଟିନଯୁକ୍ତ ସକାଳ ଜଳଖିଆ ପ୍ରଦାନ କରିବ । ଆଗାମୀ ଦିନରେ ପୂର୍ବ ଭାରତୀୟ ଫୁଟବଲ ଅସୋସିଏସନ୍ ଏବଂ ସର୍ବଭାରତୀୟ ଫୁଟବଲ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଥିବା ପ୍ରତିୋଗିତାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଓ ଜାତୀୟସ୍ତରର ପ୍ରଦର୍ଶନ ମାଧ୍ୟମରେ ଖେଳାଳିମାନଙ୍କୁ ଅଧିକ ସୁହଗା ପ୍ରଦାନ ନିମନ୍ତେ ପ୍ରସ୍ତୁତି ଜାରି ରହିଛି । ସେମାନଙ୍କୁ ପ୍ରୋତ୍ସାହିତ କରି ରଖିବା ଏବଂ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଟିମର ଦକ୍ଷ ଖେଳାଳିମାନଙ୍କୁ ବାର୍ଷିକ ଖେଳବୃତ୍ତି ପ୍ରଦାନ ନିମନ୍ତେ ୋଜନା କରାାଉଛି । ପିଲାମାନଙ୍କୁ ଏିହ କ୍ଷେତ୍ରରେ ଅଧିକ ଅଭିଜ୍ଞତା ଦେବା ପାଇଁ ଚଳିତ ବର୍ଷ କମ୍ପାନୀ କେନ୍ଦୁଝରରେ ଫୁଟବଲ ତାଲିମ ଦେବା ଆରମ୍ଭ କରିଛି । ଏଥିସହ ବିଭିନ୍ନ ଜିଲା ଏବଂ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କୁ ପ୍ରାୟୋଜିତ କରୁଛି । କମ୍ପାନୀ ଏ ବାବଦରେ ସମସ୍ତ ଖର୍ଚ୍ଚ ପରିବହନ କରୁଛି । ଖେଳାଳିମାନଙ୍କୁ ଜର୍ସି ସମେତ ଅନ୍ୟାନ୍ୟ ଖେଳ ଉପକରଣ ଯୋଗାଇଛି । ପୂର୍ବରୁ ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କୁ ନେଇ କେତେକ ଗ୍ରାମ ଏବଂ ଖଣି ଅଞ୍ଚଳଗୁଡିକରେ ନକଆଉଟ୍ ମ୍ୟାଚ ଆୟୋଜନ କରାାଇଛି । ଏବେ ସୁଦ୍ଧା ୧୨ ଏବଂ ୧୬ବର୍ଷରୁ କମ୍ବୟସର ବର୍ଗର ଖେଳାଳିଙ୍କ ମଧ୍ୟରୁ ୨୫ବାଳକଏବଂ ୨୫ ବାଳିକାଙ୍କୁ ମନୋନୀତ କରାାଇ ସେମାନଙ୍କୁ ତାଲିମ ଦିଆାଉଛି ।
ପ୍ରତିଦ୍ୱନ୍ଦ୍ୱିତାପୁର୍ଣ ଫୁଟବଲ ମ୍ୟାଚ ପା।ଇଁ ପଡେ଼ାଶୀ ଗ୍ରାମର ଖେଳାଳିଙ୍କୁ ଟ୍ରେନିଂ ନିମନ୍ତେ ଜେଏସଡବ୍ଲ୍ୟୁ ସ୍ୱତନ୍ତ୍ର ଅଲିମ୍ପିକ୍ସର ଜାତୀୟ ସ୍ତର କୋଚ କୃଷ୍ଣଚନ୍ଦ୍ର ମହନ୍ତ ଏବଂ ଏସଡିସି କୋଚ ସଂଜୟ ନାଏକଙ୍କୁ ନିୁକ୍ତି କରିଛି । ପ୍ରତିଦିନ ସକାଳେ ଅଭ୍ୟାସ ଯୋଗୁ ଖେଳାଳି ବିଶେଷ କରି ବାଳିକାଙ୍କ ଫିଟନେସରେ ଆଖିଦୃଶିଆ ପରିବର୍ତ୍ତନ ଆସିଛି । ଦୃଢ଼ ମନୋବଳ ଯୋଗୁ ବାଳିକାମାନେ ପ୍ରତିୋଗିତାରେ ସାମ୍ନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୋଚ ମହନ୍ତ କହିଛନ୍ତି । ଖୁବ୍ କମ୍ ସମୟରେ ଜେଏସଡବ୍ଲ୍ୟୁ ଟିମର ମଇନା ବାଲମୁଚୁ ଏବଂ ତାରିଣୀ ନାୟକ କେନ୍ଦୁଝର ଜିଲା ଫୁଟବଲ ଟିମରେ ସାମିଲ ହୋଇାରିଛନ୍ତି । କ୍ରମାଗତ ଅଭ୍ୟାସ ଏବଂ ଟ୍ରେନିଂ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଜାଜଙ୍ଗର ତାରିଣୀ ନାୟକ କହିଛନ୍ତି । ଏଥିଯୋଗୁ ପାଠପଢା ମଧ୍ୟ ସହଜ ହୋଇଛି । ଏବେ କେବଳ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା ଏବଂ ନିଜକୁ ପ୍ରମାଣ କରିବାର ସ୍ବପ୍ନ ସେ ନିଶ୍ଚିତ ପରୂଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।
ଅଧିକରୁ ଅଧିକ ପ୍ରତିୋଗିତା ଆୟୋଜନ କରି ଖେଳାଳିଙ୍କ ଅଭିଜ୍ଞତା ବଢାଇବା ଏବଂ ସେମାନଙ୍କୁ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବଡ଼ ପ୍ରତିୋଗୀ ହିସାବରେ ଗଢିତୋଳିବା ଜେଏସଡଡବ୍ଲ୍ୟୁର ଲକ୍ଷ୍ୟ । ଭଲ ଆୟ ଉତ୍ସ ସହିତ ଅଧିକ ରେଫରୀ ଏବଂ କୋଚ ସୃଷ୍ଟି କରିବା ନିମନ୍ତେ ଏପରି ଯୋଜନା କାର୍ଯ୍ୟ କରିବ । ଅତିରିକ୍ତ ଭାବେ ଏହା ଯୁବ ବର୍ଗଙ୍କୁ ଶିଳ୍ପ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରିବ ।
ସୁନ୍ଦରଗଡ଼ ଏବଂ କେନ୍ଦୁଝର ହକି ଓ ଫୁଟବଲ ଜାତୀୟ ପ୍ରତିଭାର ଭଣ୍ଡାର । କେନ୍ଦୁଝରରେ ଫୁଟବଲ ପ୍ରତି ଅଦ୍ଭୁତପୂର୍ବ ଉତ୍ସାହ ରହିଛି । ବିଶେଷ କରି ବଡ଼ବିଲରେ ଅନେକ ଜାତୀୟସ୍ତର ଫୁଟବଲ ଖେଳାଳି ଜନ୍ମ ନେଇଛନ୍ତି । ଏହି ପ୍ରତିଭାଙ୍କ ସ୍ବପ୍ନ ସାକାର କରିବା ପାଇଁ ଜେଏସଡବ୍ଲ୍ୟୁ ଓଡ଼ିଶାର ପ୍ରମୁଖ ୫ ଖେଳ ଜିଲାଗୁଡିକ ମଧ୍ୟରୁ କେନ୍ଦୁଝରକୁ ଫୁଟବଲର ହବ୍ ବୋଲି କରିବାକୁ ଲକ୍ଷ୍ୟ ରଖିଛି । ଏଠାରୁ ଆସନ୍ତା ୫ ବର୍ଷ ମଧ୍ୟରେ ସର୍ବୋତ୍କୃଷ୍ଟ ଫୁଟବଲ ଖେଳାଳି ବାହାର କରିବାକୁ କମ୍ପାନୀ ପୟାସ କରୁଛି ।
ଖେଳାଳିଙ୍କୁ ପଥ ପ୍ରଦର୍ଶନ କରୁଥିବା ଇନସ୍ପାୟାର ଇନଷ୍ଟିଟ୍ୟୁଟ ଅଫ୍ ସ୍ପୋର୍ଟ୍ସ (ଆଇଏସଏସ) ଅନୁଷ୍ଠାନ ପାଇଁ ଜେଏସଡବ୍ଲ୍ୟୁ ଜଣାଶୁଣା । ଏଥବସହ ଖେଳ ପ୍ରତିଭାଙ୍କୁ ପୂର୍ଣ୍ଣସକ୍ଷମ ଏବଂ ସଫଳ କରିବା ପାଇଁ ର୍କା୍ୟ କରିବା କ୍ଷେତ୍ରରେ ଜେଏସଡଡବ୍ଲ୍ୟୁ ଫାଉଣ୍ଡେସନ ସୁନାମ ଅର୍ଜନ କରିଛି । ଆଇଏସଏସ୍ ମାଧ୍ୟମରେ ଦେଶର ସର୍ବଶ୍ରେଷ୍ଠ ପ୍ରତିଭାଙ୍କ ମଧ୍ୟରୁ ଅନେକ ଆବଶ୍ୟକ ତାଲିମ ଓ ଅନ୍ୟାନ୍ୟ ସହାୟତା ଦ୍ୱାରା ନିଜକୁ ପୁରସ୍କାର ପାଇଁ ଯୋଗ୍ୟ କରିବା ସହ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ସେହି ସଫଳତାକୁ ଓଡ଼ିଶାରେ ଦୋହରାଇବା କମ୍ପାନୀର ଲକ୍ଷ୍ୟ ।

0
0
0
s2sdefault