ହେଡଲାଇନସ୍:

ଏକାଡେମିକ୍ ହାଇଟ୍ସର ସର୍ବଭାରତୀୟ କ୍ରୀଡା : ବଲାଙ୍ଗୀରର ଦିବ୍ୟମ କେଜରିଓା୍ୱଲ ବ୍ୟାଡମିଂଟନରେ  ଓ ଅରିନ ଜୈନ ସନ୍ତରଣରେ ସର୍ବଭାରତୀୟ ସ୍ତରରେ ପ୍ରଥମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବଲାଙ୍ଗିରରୁ ନିରୋଜ ମିଶ୍ର  : ବିକାଶର ଉପାନ୍ତ ଅଂଚଳ ହେଲେ ମଧ୍ୟ ବଲାଙ୍ଗୀର କ୍ରୀଡା କ୍ଷେତ୍ରରେ ସବୁବେଳେ ଆଗରେ ରହି ଆସିଛି  ।  ନିକଟରେ ଏକାଡେମିକ ହାଇଟସ  ପବ୍ଲିକ ସ୍କୁଲର ସର୍ବଭାରତୀୟ ସ୍ତରର କ୍ରୀଡାରେ ବଲାଙ୍ଗୀରର ଛାତ୍ର ଦିବ୍ୟମ୍ କେଜରିୱାଲ ବ୍ୟାଡମିଂଟନରେ  ପ୍ରଥମ ହୋଇ ତଥା ଅରିନ ଜୈନ ସନ୍ତରଣରେ ପ୍ରଥମ ହୋଇ ସ୍ୱର୍ଣ୍ଣପଦକ ଜିତି ଏହି ଧାରାକୁ ଆଗକୁ ବଢାଇଛନ୍ତି  । ଗତ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହରିୟାଣାର  ସୋନିପତ ଠାରେ ଏକାଡେମିକ ହାଇଟସ  ପବ୍ଲିକ ସ୍କୁଲର ସର୍ବଭାରତୀୟ ସ୍ତରର କ୍ରୀଡାରେ ସମଗ୍ର ଭାରତରୁ ୧୦୨ ଟି ସ୍କୁଲର  ୮୦୦ରୁ ଅଧିକ  ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ  ବଲାଙ୍ଗୀରର  ବଚପନ ସ୍କୁଲର  ୧୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ ଦିବ୍ୟମ କେଜରିଓା୍ୱଲ,ନିୟତି ଭମର, କେଶବ ଗୋୟଲ.ସୁପ୍ରିୟା ନାଗ, ସାନଓି୍ୱ ସମ୍ଭବା, ଅରିନ ଜୈନ, ଜାହ୍ନବୀ ଭମର, ପ୍ରିତମ ପ୍ରଧାନ,ଅଂଶିତା ତ୍ରିପାଠୀ,ରିଦ୍ଧିରାଣି ସୁନା, ତୃପ୍ତି ଯାଦବ,ଆୟୁଶ୍ରୀ ପଟେଲ,ହୃଷି ଅଗ୍ରୱାଲ,ଅପୂର୍ବା ତ୍ରିପାଠୀ, ହର୍ଷିତା ଜୈନ । ଏହି ପ୍ରତିଯୋଗିତାରେ ବଲାଙ୍ଗୀରର ଦିବ୍ୟମ କେଜରିଓା୍ୱଲ ବ୍ୟାଡମିଂଟନରେ ପ୍ରଥମ,ସନ୍ତରଣରେ ଅରିନ ଜୈନ ପ୍ରଥମ, ଇଂରାଜୀ କବିତା ପାଠରେ ନିୟତି ଭମର, ହିନ୍ଦୀ କବିତା ପାଠରେ ଜାହ୍ନବୀ ଭମର ଦ୍ୱିତୀୟ ହୋଇଥିବା ବେଳେ ସମ୍ବଲପୁରୀ ଲୋକ ନୃତ୍ୟ  ପରିବେଷଣ କରି ନୃତ୍ୟ ବିଭାଗରେ ମଧ୍ୟ ଦ୍ୱିତୀୟ ସ୍ଥାନ ପାଇଛନ୍ତି  । ଉଦଯାପନୀ ସମାରୋହରେ ରାଜୀବଗାନ୍ଧୀ ଖେଲରତ୍ନ ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଲମ୍ପିଆଡରେ ସ୍ୱର୍ଣ୍ଣପଦକ ବିଜେତା ସୁଟର ଅଭିନବ ବିନ୍ଦ୍ରା ମୁଖ୍ୟଅତିଥି ଭାବରେ ଯୋଗଦେଇ  କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ  । ଏକାଡେମିକ ହାଇଟସ  ପବ୍ଲିକ ସ୍କୁଲ(ବଚପନ)ର ବଲାଙ୍ଗୀର ମୁଖ୍ୟ ଅଜିତ ଶତପଥୀ, ଶିକ୍ଷୟତ୍ରୀ ରଂଜିତା ପଟନାୟକ, ଶିକ୍ଷୟତ୍ରୀ ସବିତା ସାହୁଙ୍କ ତତ୍ୱାବଧାନରେ  ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ  । 

0
0
0
s2sdefault