ହେଡଲାଇନସ୍:

ରାଜ୍ୟ କ୍ରୀଡା ଛାତ୍ରାବାସ ନିମନ୍ତେ ପ୍ରତିଭା ଚୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଂଜ ଜିଲ୍ଲାର ଚୟନ   ପ୍ରକ୍ରିୟା ଚଳିତ ଜୁନ ୨୯ ତାରିଖର ଆରମ୍ଭ

ବାରିପଦା( ଦିଲ୍ଲୀପ ମହାନ୍ତି )- ରାଜ୍ୟ ସରକାରଙ୍କ  କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରତି ବର୍ଷ  ଭଳି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ମୟୂରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ଓ ସଂପୃକ୍ତ ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକମାନଙ୍କ ମିଳିତ ସହଯୋଗରେ ଚଳିତ ଜୁନ ୨୯ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଂଚଳ ଅଧିନସ୍ଥ ୪୭ଟି  କ୍ଲଷ୍ଟରସ୍ତରୀୟ ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ଅନୁଷ୍ଠିତ  ହେବ । ଉକ୍ତ ଚୟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ  ୦୧.୦୪.୨୦୧୮ ସୁଦ୍ଧା ୧୨ ବର୍ଷ ବୟସ ହୋଇଥିବା ପ୍ରତିଯୋଗିମାନେ କବାଡି, ଫୁଟବଲ, ଦୌଡକୁଦ, ତିରନ୍ଦାଜ ଓ ଭାର ଉତ୍ତୋଳନ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ୧୨ ରୁ ୧୪ ବର୍ଷ ବୟସ ମଧ୍ୟରେ ଭଲିଭଲ ଓ ବାସକେଟ ବଲ ଏବଂ ୯ ରୁ ୧୦ ବର୍ଷ ବୟସ ମଧ୍ୟରେ ସନ୍ତରଣ ଓ ଜିମ୍ନାଷ୍ଟିକ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ  ହେବ । ଏଥିପାଇଁ ଯଥାକ୍ରମେ ୨୯.୦୬.୨୦୧୮ରେ ରାସଗୋବିନ୍ଦପୁର ବ୍ଲକର ନଳଗଜା ଏସ୍.ଏସ୍.ଡି.ହାଇସ୍କୁଲ, ମୋରଡାର ଏସ୍ଏସ୍ଡି ହାଇସ୍କୁଲ, ଶୁଳିଆପଦା ବ୍ଲକ୍ର କୁଜିଡିହି ବାଳକ ଉଚ୍ଚ ବିଦ୍ୟାଳୟ, ତା ୩୦.୦୬.୨୦୧୮ରିଖ ବେତନଟୀ ବ୍ଲକର ବୈଶିଙ୍ଗା ଉଚ୍ଚ ବିଦ୍ୟାଳୟ, ବଡସାହି ବ୍ଲକର ବାଗମୋରା ଉଚ୍ଚ ବିଦ୍ୟାଳୟ, ବଡସାହି ଏମ୍.ଇ ସ୍କୁଲ, ଖୁଣ୍ଟାବ୍ଲକର ଭୋଳାଗଡିଆ ଉଚ୍ଚ ବିଦ୍ୟାଳୟ, ବାସିପିଠା ଉଚ୍ଚ ବିଦ୍ୟାଳୟ ଓ ଗୋପବନ୍ଧୁନଗର ବ୍ଲକ୍ର କୁଆମରା ଉଚ୍ଚ ବିଦ୍ୟାଳୟ, ତା.୦୨.୦୭.୨୦୧୮ ରିଖରେ କୁଳିଅଣା ବ୍ଲକର •ନ୍ଦୁଆ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ, ସାରସକଣା ବ୍ଲକର ଖେରଣା ଉଚ୍ଚ ବିଦ୍ୟାଳୟ, ବାଙ୍ଗିରିପୋଷି ବ୍ଲକର ବାଙ୍ଗିରିପୋଷି ଉଚ୍ଚ ବିଦ୍ୟାଳୟ, ବିଶୋଇ ବ୍ଲକର ମଣଦା ଉଚ୍ଚ ବିଦ୍ୟାଳୟ ଓ ବିଶୋଇ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ, ତା.୦୩.୦୭.୨୦୧୮ ରିଖ ବିଜାତଳା ବ୍ଲକର ମୁଣ୍ଢାଠାକୁରା ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ ଓ ଲୁହାଶିଳା ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର ବ୍ଲକ୍ର ଗୋରୁମହିଶାଣୀ ଉଚ୍ଚ ବିଦ୍ୟାଳୟ, ଗୁହାଳଡାଙ୍ଗିରୀ ଉଚ୍ଚ ବିଦ୍ୟାଳୟ ଓ ରାରଇଙ୍ଗପର ପୌରାଂଚଳର ରାରଇଙ୍ଗପର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ସେହିପରି ତା.୦୪.୦୭.୨୦୧୮ ରିଖରେ ବହଳଦା ବ୍ଲକ୍ର ବହଳଦା ଉଚ୍ଚ ବିଦ୍ୟାଳୟ, ଜାରିତାଣ୍ଡି ଉଚ୍ଚ ବିଦ୍ୟାଳୟ, ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟ, ତିରିଂ ବ୍ଲକ୍ର-ପଣ୍ଡୁପାଣୀ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ, ତିରିଂ ଉଚ୍ଚ ବିଦ୍ୟାଳୟ ଓ ଯଦୁନାଥପୁର  ଉଚ୍ଚ ବିଦ୍ୟାଳୟ, ତା.୦୫.୦୭.୨୦୧୮ରିଖରେ ଜାମଦା ବ୍ଲକ୍ର ଜମଦା ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ ଓ ବଡ କୁଲେଇବିରା ଉଚ୍ଚ ବିଦ୍ୟାଳୟ, କୁସୀମି ବ୍ଲକ୍ର- ଜୟପୁର ଉଚ୍ଚ ବିଦ୍ୟାଳୟ ଓ ହାଟବାଦଡା ଉଚ୍ଚ ବିଦ୍ୟାଳୟ, ଯଶିପୁର ବ୍ଲକର ଠାକୁରଗୁଡା ଉଚ୍ଚ ବିଦ୍ୟାଳୟ ଓ ମଦରଙ୍ଗା ଯୋଡି ଉଚ୍ଚ ବିଦ୍ୟାଳୟ, ତା.୦୬.୦୭.୨୦୧୮ ରିଖରେ କରଂଜିଆ ବ୍ଲକର କେନ୍ଦୁମୁଣ୍ଡି ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ, ରସମତୋଳା ଉଚ୍ଚ ବଦ୍ୟାଳୟ, କରଂଜିଆ ବିଜ୍ଞାପିତ ଅଂଚଳର କରଂଜିଆ ଉଚ୍ଚ ବିଦ୍ୟାଳୟ, ରରୁଆଁ ବ୍ଲକ୍ର ରରୁଆଁ ଉଚ୍ଚ ବିଦ୍ୟାଳୟ ଓ ଘାଗରବେଡା ଉଚ୍ଚ ବିଦ୍ୟାଳୟ, ଶୁକୃଳି ବ୍ଲକ୍ର ତେରଣି୍ଟ ଉଚ୍ଚ ବିଦ୍ୟାଳୟ, ତା.୦୭.୦୭.୨୦୧୮ ରିଖରେ ଠାକୁରମୁଣ୍ଡା ବ୍ଲକ୍ର ଦୀଗ୍ଧର ଉଚ୍ଚ ବିଦ୍ୟାଳୟ ଓ ସାତକୋଶିଆ ଉଚ୍ଚ ବିଦ୍ୟାଳୟ, ତା.୦୯.୦୭.୨୦୧୮ ରିଖରେ ଶାମାଖୁଣ୍ଟା ବ୍ଲକର ଗୁଣ୍ଡିହୁଡି ଏସ୍.ଏସ୍.ଡି. ଉଚ୍ଚ ବିଦ୍ୟାଳୟ ଓ ଭାଲୁକି ଉଚ୍ଚ ବିଦ୍ୟାଳୟ, ବାରିପଦା ବ୍ଲକର ରାଜାବସା ଉଚ୍ଚ ବିଦ୍ୟାଳୟ ଓ ବାରିପଦା ପୌରାଂଚଳର ଏମ.କେ.ସି. ଉଚ୍ଚ ବିଦ୍ୟାଳୟ ଏବଂ ତା-୧୦.୦୭.୨୦୧୮ ରିଖରେ ଉଦଳା ବ୍ଲକ୍ର ବହୁବନ୍ଦ ଉଚ୍ଚ ବିଦ୍ୟାଳୟ, ଉଦଳା ବିଜ୍ଞାପିତ ଅଚଂଳର ଉଦଳା ଉଚ୍ଚ ବିଦ୍ୟାଳୟ, କପ୍ତିପଦା ବ୍ଲକ୍ର ଶରତ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ ଓ ନୁନ୍ଦୁଡିହା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରତ୍ୟେହ ଦିବା ୧୦ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ଅନୁଷ୍ଠିତ  ହେବ ।

    ଉକ୍ତ ଚୟନ ପ୍ରକ୍ରିୟାରେ ସମ୍ପୃକ୍ତ ଅଂଚଳର ଇଛୁକ ବାଳକ ବାଳିକାମାନେ ନିଜ ନିଜର ଜନ୍ମଗତ ପ୍ରମାଣପତ୍ର ସଙ୍ଗରେ ଧରି ନିର୍ଦ୍ଧାରିତ ତାରିଖ, ସମୟ ଓ ସ୍ଥାନମାନଙ୍କରେ ଯୋଗଦାନ କରିପାରିବେ । ଅଧିକ ବିବରଣୀ ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ମୟୂରଭଞ୍ଜଙ୍କ ମୋବାଇଲ ଫୋନ ନଂ-୮୬୫୮୫୭୨୬୨୮ ଏବଂ ବାରିପଦା କ୍ରୀଡା ଛାତ୍ରବାସର ପ୍ରଶିକ୍ଷକଙ୍କ ମୋ-୯୪୩୭୦୫୩୧୭୦, ୭୦୦୮୬୯୩୫୪୯ ରେ ଯୋଗାଯୋଗ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

0
0
0
s2sdefault