ଛିନ୍ଦେଇକେଲା ପ୍ରିମିୟର୍ କ୍ରିକେଟ ଉଦଯାପିତ : ଧାରୋଲ ଚମ୍ପିଆନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛିନ୍ଦେଇକେଲା ପ୍ରିମିୟର୍ କ୍ରିକେଟ ଉଦଯାପିତ : ଧାରୋଲ ଚମ୍ପିଆନପଦ୍ମପୁର/ ନୀଳ ଦୀପ :  ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଛିନ୍ଦେଇକେଲା ପ୍ରିମିୟର୍ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଧାରୋଲ ମାଣ୍ଡୋସିଲକୁ ହରାଇ ଚମ୍ପିଆନ ହୋଇଛି । ମାଣ୍ଡୋସିଲ ଦଳ ଟସ ଜିଣି ନିର୍ଦ୍ଧାରିତ ଓଭରରେ ନିର୍ମଳ ନାୟକଙ୍କ ୫୪ ରନ ଓ ଗୋକୁଳ ବିଶ୍ୱାଳଙ୍କ ୨୪ ରନ ସହାୟତାରେ ୧୦୦ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଧାରୋଲ ଦଳ ସାନ ରଣାଙ୍କ ୪୫ ରନ ଓ ମିଣ୍ଟୁ ବିଶ୍ୱାଳଙ୍କ ୩୦ ରନ ସହାୟତାରେ ଆବଶ୍ୟକ ରନ ସଂଗ୍ରହ କରି ଚମ୍ପିଆନ ହୋଇଥିଲେ । କାହ୍ନୁଚରଣ ସାହୁ ଓ ରାମକିଶନ ହଂସ ଖେଳ ପରିଚାଳନା କରିଥିଲେ । ବିଜୁ ଧରୁଆ ଓ ବିଳାସ ବେହେରା ସ୍କୋରର୍ ଥିବାବେଲେ ପ୍ରହଲ୍ଲାଦ ଭୋଇ ଧାରାବିବରଣୀ ଦେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ପତିତପାବନ ସାହୁ ମୁଖ୍ୟ ଅତିଥି ଭାବେ ତଥା ସରୋଜ ସାହୁ ଓ ଶୁଭ ବୁଡେକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚମ୍ପିଆନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ଫାଇନାଲରେ ବଡ ରଣା ମ୍ୟାନ ଅଫ୍ ଦି ମ୍ୟାଚ୍ ଓ ସାନ ରଣାଙ୍କୁ ମ୍ୟାନ ଅଫ୍ ଦି ସିରିଜ ଦିଆଯାଇଥିଲା । କାର୍ୟ୍ୟକ୍ରମରେ ଟୁନା ସାହୁ,ନରେଶ ସାହୁ ଓ ଲିଙ୍ଗରାଜ ହଂସ ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault