ଜାତୀୟ ବିଦ୍ୟାଳୟସ୍ତରୀୟ ଯୋଗ ଅଲମ୍ପିଆଡ଼ ପ୍ରତିଯୋସଗିତରେ ମୟୂରଭଞ୍ଜ ଜିଲ୍ଲାରୁ ୩ ଛାତ୍ରୀ ସାମିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-06-19-baripada.jpeg - 81.21 kBବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ମାର୍ଗଦର୍ଶନ ସହିତ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଓରାଚନ୍ଦାବିଲାସ୍ଥିତ ଭାଗବତଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ଦୀପକ କୁମାର ରାମଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ଜୁନ ୧୮ରୁ ୨୦ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ  ହେବାକୁ ଥିବା ଜାତୀୟ ବିଦ୍ୟାଳୟ ସମୂହ ଯୋଗ ଅଲମ୍ପିଆଡ଼ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଏମାନଙ୍କ ମଧ୍ୟରେ ବାରିପଦା ଏମକେସି ହାଇସ୍କୁଲର ରୂପାୟ ମାଝି, ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମୃତିରେଖା ବେହେରା ଓ ବେଲଗଡ଼ିଆ ହାଇସ୍କୁଲର ଆରତୀ ସିଂ ରହିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପ୍ରତିଯୋଗୀମାନଙ୍କୁ ଆଶିର୍ବାଦ ପ୍ରଦାନ ପୂର୍ବକ ସେମାନଙ୍କର ସଫଳତା  କାମନା କରାଯାଇଛି ।

0
0
0
s2sdefault