ହେଡଲାଇନସ୍:

ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତଲଗଜ ଚମ୍ପିୟାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

16-06-18-bol-cricket.jpg - 65.90 kB

ବଲାଙ୍ଗିର/ପୁଇଁତଳା-(ନିରୋଜ ମିଶ୍ର)  ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ପଞ୍ଚାୟତ ସ୍ଥିତ ଫଟକରା ‘କ’ ଗ୍ରାମରେ ଦୁର୍ଗେଶ୍ୱରୀ କ୍ରିକେଟ କମିଟି ଆନୁକୂଲ୍ୟରେ ରାଧାକୃଷ୍ଣ ମନ୍ଦିର ସାମନା ପଡିଆ ଠାରେ ରାତ୍ରୀକାଳୀନ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି । ଉଦଘାଟନ ଉସôବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ ଯୋଗ ଦେଇଥିଲେ । ପାଞ୍ଚ ଦିନ ଧରି ଚାଲିଥିବା ଏହି ରାତ୍ରୀକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୨୮ଟି ଦଳ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ତଲଗଜ ଓ କସାବାହାଲ ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ଏହି ମ୍ୟାଚରେ ତଲଗଜ ବିଜୟୀ ହୋଇଥିଲା । ମ୍ୟାନ ଅଫ୍ ଦ ସିରିଜ ଓ ମ୍ୟାନ ଅଫ୍ ଦି ମ୍ୟାଚ ସୁଜ୍ଞାନ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଉଦଯାପନୀ ଉତ୍ସବରେ  ରାଜ୍ୟ ଯୁବ ବିଜେଡି ସମ୍ପାଦକ ନିହାର ରଂଜନ ବେହେରା ଯୋଗ ଦେଇଥିଲେ ।  ସମ୍ମାନୀତ ଅତିଥି ଭାବେ ଭାଲେର ପୂର୍ବତନ ୱାର୍ଡ ମେମ୍ବର  ଶ୍ରୀକାନ୍ତ ନାଏକ ଓ ଆଟଗାଁ ର ପପନ ବେହେରା ଉପସ୍ଥିତ ଥିଲେ । ଅମ୍ପାୟାର ଭାବେ ଅନିଲ ନାଏକ, ଅସିତ ନାଏକ, ଶିବ ନାଏକ, ରମେଶ ଭୋଇ, ଶଶି ବାଗ, ଖଗେ କାଲସେ ଓ ମହାଦେବ କାଲସେ ଦାୟିତ୍ୱ ତୁଳାଇଥିବା ବେଳେ ସ୍କୋରର ଭାବେ ନିତିଶ ନାଏକ, ଆଲୋକ ନାଏକ ଓ ରଞ୍ଜନ ପଟେଲ ଦାୟିତ୍ୱ ତୁଳାଇ ଥିଲେ । ଆଶିଷ ନାଏକ, ଶିବାଶିଷ ନାଏକ, ଅରୁଣ ଚନ୍ଦନ, ଶ୍ୟାମ ପଟେଲ ଓ ଦୁର୍ଗେଶ୍ୱରୀ କ୍ରିକେଟ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । 

 

 

 

0
0
0
s2sdefault