ହେଡଲାଇନସ୍:

କଣ୍ଟାମାଳ ପ୍ରିମିୟର ଲିଗ ଫୁଟବଲ୍ ଟର୍ଣ୍ଣାମେଣ୍ଟ୍  ଉଦଯାପିତ :  ବିନ୍ଦାସ କୁ ହରାଇ ଏଭରଗ୍ରୀନ୍ ଦଳ ଚମ୍ପିଆନ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-06-18-baud.jpg - 92.15 kB

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ଫ୍ରେଣ୍ଡସ୍ ଏଣ୍ଡ୍ ଫ୍ରେଣ୍ଡସ କ୍ଲବ ଦ୍ୱାରା ଆୟୋଜିତ କଣ୍ଟାମାଳ ପ୍ରିମିୟର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ୍  ରବିବାର କଣ୍ଟାମାଳ କଲେଜ ଖେଳପଡିଆରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଅନୁÂିତ ଫାଇନାଲ ମ୍ୟାଚ୍ ବିନ୍ଦାସ କ୍ଲବ ଓ ଏଭରଗ୍ରୀନ୍ କ୍ଲବ୍ ଦଳ ମଧ୍ୟରେ ଅନୁଷ୍ଠିତ  ହୋଇଥିଲା  । ଏଥିରେ ବିନ୍ଦାସ କ୍ଲବ କୁ ୨-୧ ଗୋଲରେ ହରାଇ ଏଭରଗ୍ରୀନ୍ ଦଳ ଟୁର୍ଣ୍ଣାମେଣ୍ଟ୍ ଚମ୍ପିଆନ୍ ହୋଇଥିଲା ।   ବିନଦାସ କ୍ଲବ ଓ ଏଭରଗ୍ରୀନ୍ କ୍ଲବ  ମଧ୍ୟରେ ଫାଇନାଲ ମ୍ୟାଚ୍ ରେ ଅନୁଷ୍ଠିତ ଖେଳ ର ପ୍ରଥମାର୍ଦ୍ଧରେ ବିନ୍ଦାସ ଦଳ ପକ୍ଷରୁ ଆକ୍ରମଣାତ୍ମକ ଖେଳ ଖେଳି  ରୋନକ ବାରିକ ଚମତ୍କାର  ଭାବେ ଗୋଟିଏ ଗୋଲ ଦେବା ପରେ ଉଭୟ ଦଳ ମଧ୍ୟରେ ଖେଳ ଖୁବ ସଂଘର୍ଷପୂର୍ଣ୍ଣ  ହୋଇଥିଲା ।  ଖେଳର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ୧-୦ ଗୋଲ ଥିବା ବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଏଭରଗ୍ରୀନ୍ ଦଳ ପକ୍ଷରୁ ପ୍ରତିପକ୍ଷ ଦଳକୁ ଘନ ଘନ ଆକ୍ରମଣ କରି ଏଭରଗ୍ରୀନ୍ ଦଳ ର ଅଭିଜ୍ଞ ଖେଳାଳୀ ଅନୁରାଗ ସାହୁ କ୍ରମାଗତ ଭାବେ ଦୁଇଟି ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରା ମୂଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଏଭରଗ୍ରୀନ୍ ଦଳ ଓ ଉପବିଜେତା ବିନ୍ଦାସ ଦଳକୁ ଟ୍ରଫି ଦ୍ୱାରା ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆଇ.ପି. ତଥା ବରିଷ୍ଠ  କ୍ରୀଡାବିତ୍ ବିରେନ୍ଦ୍ର ସାହୁ, ସାମ୍ବାଦିକ ଜୟ କୁମାର ମହାରଣା,ଗୋପବନ୍ଧୁ ଦୀପ,ସୁନାଧର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହୀତ କରିଥିଲେ । ଖେଳପ୍ରଶିକ୍ଷକ ସୁଦାମ ମିଶ୍ର ପୁରସ୍କାର ବିତରଣ ସଭାକୁ ପରିଚାଳନା କରିଥିଲେ । ମୂଖ୍ୟ ରେଫରୀ ଭାବେ ପ୍ରଶାନ୍ତ କୁମାର ନାଏକ ଖେଳ ପରିଚାଳନା କରିଥିବା ବେଳେ ବିକାଶ ସେଠୀ ଓ ରମାକାନ୍ତ କହଁର ପ୍ରମୁଖ ଲାଇନ୍ସ୍ ମ୍ୟାନ୍ ଭାବେ ସହଯୋଗ କରିଥିଲେ ।  ଫ୍ରେଣ୍ଡସ୍ ଏଣ୍ଡ୍ ଫ୍ରେଣ୍ଡସ୍ କ୍ଲବ ର ସଦସ୍ୟମାନେ  ଟୁର୍ଣ୍ଣାମେଣ୍ଟ୍  ପରିଚାଳନାରେ ସହଯୋଗ କରିଥିଲେ । ଲିଗ୍ ପର୍ଯ୍ୟାୟରେ ୪ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ  ବଜରଙ୍ଗ କ୍ଲବ କଣ୍ଟାମାଳ,ବିନ୍ଦାସ କ୍ଲବ,ଏଭରଗ୍ରୀନ୍ କ୍ଲବ,ଟାଇଗର କ୍ଲବ,ରାଇଜିଙ୍ଗ ଷ୍ଟାର,ମର୍ନିଙ୍ଗ ଗୃପ୍ ଆଦି ୬ଟି ଦଳ ଭାଗ ନେଇଥିବା ଆୟୋଜକ ତରଫରୁ ପ୍ରକାଶ । 

 

0
0
0
s2sdefault