ହେଡଲାଇନସ୍:

ଜାମସେଠ ପ୍ରିମିୟର୍ ଲିଗ ଉଦଯାପିତ: ସାରାବଙ୍ଗକୁ ହରାଇ ଡୁଡୁକିଝରିଆ ଚାମ୍ପିୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-06-18-nila-c.jpg - 85.33 kB

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଅଷ୍ଟମ ଜାମସେଠ ପ୍ରିମିୟର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଡୁଡୁକଝରିଆ ସାରାବଙ୍ଗକୁ ହରାଇ ଚାମ୍ପିୟନ ହୋଇଛି । ସାରାବଙ୍ଗ ଟସ ଜିଣି ନିର୍ଦ୍ଧାରିତ ଓଭରେ ସଂଜୟ ଡନସନା ୨୩ ରନ ଓ ଯୋଗେଶ ମାଝୀଙ୍କ ୧୫ ରନ ସହାୟତାରେ ୬୫ ରନ ସଂଗ୍ରହ କରିଥିଲେ ।ଏହାର ଜବାବରେ ଡୁଡୁକଝରିଆ ଦଳର ଘନ ଭୋଇଙ୍କ ୫୬ ରନ ସହାୟତାରେ ଆବଶ୍ୟକ ରନ ସଂଗ୍ରହ କରି ଚାମ୍ପିୟନହୋଇଛନ୍ତି । ଡିଲୁ ମାଝୀ ଓ ପ୍ରତାପ ସାହୁ ଖେଳ ପରିଚାଳନା କରିଥିଲେ । ଦଳଗଞ୍ଜନ ମାଝୀ ଓ ଗିରିଶ ଚନ୍ଦ୍ର ମାଝୀ ସ୍କୋରର୍ ଥିବାବେଲେ ଅମିତ ହଂସ ଧାରାବିବରଣୀ ଦେଇଥିଲେ । ଆୟୋଜକ କମିଟି ସଭାପତି ନରୋତ୍ତମ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିତୁନ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଳକ ଚେୟାରମ୍ୟାନ୍  ଅଲତାଫ ମହମ୍ମଦ  ଯୋଗଦେଇ ଚାମ୍ପିୟନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ  ବାଗ,ମହେନ୍ଦ୍ର ଖୁଣ୍ଟିଆ,ପ୍ରମୋଦ ରାୟ,କ୍ଷିରୋଦ୍ର ମାଝୀ,ଶରତ ତାଣ୍ଡି,ନଟବର ପ୍ରଧାନ, ରାଜେଶ ନେଉରା,ମୂରଲୀଧର ବାଗ ଓ ଯୋଗିନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇ ଘନ ଭୋଇଙ୍କୁ  ମ୍ୟାନ ଅଫ୍ ଦି ମ୍ୟାଚ୍ ଓ ସଂଜୟ ଡନସନାଙ୍କୁ ମ୍ୟାନ ଅଫ୍ ଦି ସିରିଜ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମଦନ ଭୋଇ,ସଂଜୟ ପ୍ରଧାନ,ରୂପସିଂ ପୂଜାରୀ,ରିସିଭରଟା ପଟ୍ଟନାୟକ,ସୁରେନ୍ଦ୍ର ଭୋଇ,କୈଳାସ ହଂସ,ମାନସ ସାହୁ,ବୁବୁନ ମାଝୀ,ପପୁନ ମାଝୀ,ନରେଶ ମାଝୀ,ମାୟାଧର ନାଏକ,ମଣ୍ଟୁ ହଂସ ଓ ଯୋଗିନ୍ଦ୍ର ହଂସ ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault