ହେଡଲାଇନସ୍:

*ଜାମସେଠ ପ୍ରିମିୟର୍ ଲିଗ: ସେମିରେ ଝାରବନ୍ଧ* 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-06-18-jhar.jpg - 114.80 kB

ପଦ୍ମପୁର/ Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜାମସେଠ ବ୍ଳକ ବସଷ୍ଟାଣ୍ଡ ନିକଟସ୍ଥ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର୍ ଲାଗିଥିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ପ୍ରଥମ ମ୍ୟାଚରେ ଝାରବନ୍ଧ ଦଳ ଜାମସେଠ ପାରାମାଉଣ୍ଟକୁ ୬ ୱିକେଟରେ ପରାସ୍ତ କରିଥିବା ବେଳେ ମିଠାପାଲି ବର୍ତିଆକୁ ୧ ରନରେ ହରାଇଛି । ଝାରବନ୍ଧ ଓ ମିଠାପାଲି ମଧ୍ୟରେ ଅନୁଷ୍ଠିତ କ୍ବାଟର ଫାଇନାଲରେ ମିଠା ପାଲି ଟସ ଜିଣି ପ୍ରଥମ ବ୍ୟାଟିଂରେ ପ୍ରକାଶ ଭୋଇଙ୍କ ୧୬ ରନ ଓ ରାଜୁ ମିର୍ଧାଙ୍କ ୧୪ ରନରେ ୭୩ ରନ କରିଥିଲେ । ୭୪ ରନ ବିଜୟ ଲକ୍ଷ୍ୟକୁ ନେଇ ଝାରବନ୍ଧ ଦଳର ତରୁଣ ଭୋଇଙ୍କ ୨୩ ରନ ଓ ଭଗବାନ ଭୋଇଙ୍କ ୧୨ ରନ ସହାୟତାରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟକର ଅଧିକାରୀ କ୍ଷିରୋଦ୍ର ମାଝୀ,ସମ୍ମାନିତ ଅତିଥି ଭାବେ ନଟବର ପ୍ରଧାନ,ରାଜେଶ ନେଉରା ଓ ବବଲୁ ବାଗ ଯୋଗ ଦେଇ ମିଠାପାଲି ଦଳର ବିମଳ ଭୋଇ, ଝାରବନ୍ଧ ଦଳର ଜତିନ ଭୋଇ ଓ ତରୁଣ ଭୋଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଦେଇ ପୁରସ୍କୃତ କରିଥିଲେ । ଡିଲୁ ମାଝୀ,ଜିତୁନ ପଟ୍ଟନାୟକ ଓ ଦୟାନିଧୀ ମାଝୀ ଖେଳ ପରିଚାଳନା କରିଥିଲେ । ଗିରିଶ ଚନ୍ଦ୍ର ମାଝୀ ଓ ପପୁନ ମାଝୀ ସ୍କୋରର୍ ଦାୟୀତ୍ବରେ ଥିଲେ । ଅମିତ ହଂସ ଓ ସୋନୁ ସାହୁ ଧାରାବିବରଣୀ ଦେଇଥିଲେ । ବୁବୁନ ମାଝୀ,ମଣ୍ଟୁ ହଂସ,ନରେଶ ମାଝୀ, ସୁରେନ୍ଦ୍ର ଭୋଇ,ସୋନୁ ରଣା ଓ ଆକାଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ରବିବାର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ହେବ ବୋଲି ସମ୍ପାଦକ ସଂଜୟ ପ୍ରଧାନ କହିଛନ୍ତି ।

0
0
0
s2sdefault