ହେଡଲାଇନସ୍:

ସଫଳ ପ୍ରତିଯୋଗୀଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଜ୍ୟସ୍ତରୀୟ ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା

02-06-18-tribal.jpg - 61.81 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଦୈତ୍ୟ ନଗରୀରେ ମଇ ୩୦ରୁ ଆରମ୍ଭ ହୋଇ ଜୁନ ୧ରେ ଉଦଯାପିତ ହୋଇଥିବା ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ୱିତ କରାଇ ସିନିଅର ଓ ଜୁନିଅର ବିଭାଗ ଆଥେଲେଟିକ, ଫୁଟବଲରେ ଦଳଗତ ଚମ୍ପିଆନ ସହିତ ଖୋ-ଖୋ, ତୀରନ୍ଦାଜରେ ରନର୍ସଅପ୍ ହୋଇ ୮ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୦ ବ୍ରୋଞ୍ଜ ଜିତିବା ସଂଗେସଂଗେ ଅଭର ଅଲ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ମୋଟ ୨୯ ଜଣ ସଫଳ ପ୍ରତିଯୋଗିମାନଙ୍କୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବାରିପଦା ଇଣ୍ଡୋର ଷ୍ଟାଡ଼ିୟମ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସମ୍ବର୍ଦ୍ଧାନା ସଭାରେ ଏହା ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଛି ଏବଂ ଏହା ଜିଲ୍ଲାପାଇଁ ସକସେସ ଷ୍ଟୋରୀ ସୃଷ୍ଟି କରାଇଛି । ଏହି ସଫଳତା ସମସ୍ତଙ୍କ ସହଯୋଗରେ ଭବିଷ୍ୟତରେ ମଧ୍ୟ ପୁନରାବୃତ୍ତି ହେବ । ଏଥି ନିମନ୍ତେ ଜିଲ୍ଲାରେ ସମସ୍ତ ଯୁବ କ୍ରୀଡ଼ାବିତ୍ମାନଙ୍କୁ ସମସ୍ତ ପ୍ରକାରର ସହାୟତା ଜିଲ୍ଲାପ୍ରଶାସନ ପକ୍ଷରୁ ଯୋଗାଇ ଦେବା ସଂଗେସଂଗେ ସମସ୍ତ ପ୍ରକାରର ଏନଭାରମେଣ୍ଟ ଜିଲ୍ଲାରେ କ୍ରିଏଟ କରାଇବା । କେବଳ ରାଜ୍ୟସ୍ତରରେ ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ନିଜର କ୍ରୀଡ଼ା ନୈପୁଣ୍ୟତାକୁ ପ୍ରତିପାଦିତ କରାଇ ସଫଳତା ଅର୍ଜନ କରି ଜିଲ୍ଲାର ସ୍ପୋର୍ଟସ କଲଚରକୁ ଆଗକୁ ନିଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଉପସ୍ଥିତ କ୍ରୀଡ଼ାବିତ୍ ଓ ଯୁବ କ୍ରୀଡ଼ାବିତମାନଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ବାରିପଦା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଜନ କୁମାର ଥମ୍ବ, ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜନ ବିବେକାନନ୍ଦ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ପ୍ରମୁଖଙ୍କ ସମେତ ସମ୍ପୃକ୍ତ ଶାରିରୀକ କ୍ରୀଡ଼ା ପ୍ରଶିକ୍ଷକ ପ୍ରମୁଖପେଯାଗ ଦେଇଥିବା ସମୟରେ ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶିକ୍ଷକ କୁମାର ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା ଜିଲ୍ଲାମଙ୍ଗଳ ଅଧିକାରୀ ଶ୍ରୀବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault