ହେଡଲାଇନସ୍:

 ଜାମସେଠ ପ୍ରିମିୟର ଲିଗ ଉଦଘାଟିତ: ସେମିରେ ମାଣ୍ଡୋସିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 01-06-18-mandho.jpg - 57.38 kB

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପାଇକମାଳ ଜାମସେଠ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସୁମିତ୍ରା ଭୋଇ, କ୍ଳବ ଉପସଭାପତି ଆର୍ତ୍ତତ୍ରାଣ ସାହୁ ,ଶରତ ତାଣ୍ଡି,ଯୋଗନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଚେରଙ୍ଗାଝାଞ୍ଜ ଓ ଭେରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ନିର୍ଦ୍ଧାରିତ ୬ ଓଭରରେ ଚେରଙ୍ଗାଝାଞ୍ଜ ଟସ ଜିଣି ରାକେଶ ପ୍ରଧାନଙ୍କ ୨୯ ରନ ଓ ଜିତୁ ରଣାଙ୍କ ୧୭ ରନ ସହାୟତାରେ ୫୯ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଭେରୁଆମୁଣ୍ଡା ଦଳର ରିଙ୍କୁ ପ୍ରଧାନଙ୍କ ୪୩ ରନ ସହାୟତାରେ ୫ ୱିକେଟରେ ବିଜୟୀ ହୋଇଥିଲେ । ଅନ୍ୟ ଏକ ଲିଗ ମ୍ୟାଚରେ ମାଣ୍ଡୋସିଲ ଛିନ୍ଦେଇକେଲାକୁ ୪ ୱିକେଟରେ ବିଜୟୀ ହୋଇଥିଲେ । ମାଣ୍ଡୋସିଲ ଓ ଭେରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ କ୍ୱାଟର ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ନିର୍ମଳ ନାୟକଙ୍କ ୮୦ରନ ଓ ଗୋଗୁଳା ବିଶ୍ବାଳଙ୍କ ୨୨ ରନ ସହାୟତାରେ ୧୧୬ ରନ  ସଂଗ୍ରହ କରିଥିଲେ । ଏହାର ଜବାବରେ ଭେରୁଆମୁଣ୍ଡା ଦଳ ୪୫ ରନ ବ୍ୟବଧାନରେ ପରାଜୟ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଆୟୋଜକ କମିଟି ସଭାପତି ନରୋତ୍ତମ ମାଝୀ ଓ ପଦ୍ମପୁର ନିତିଦିନ ପ୍ରତିନିଧି ଅଶ୍ବିନ ଧରୁଆ ବିଜୟୀ ଦଳ ଭେରୁଆମୁଣ୍ଡା ଦଳର ରିଙ୍କୁ ମାଝୀ ଓ ମାଣ୍ଡୋସିଲ ଦଳର ଗୋକୁଳା ବିଶ୍ବାଳ ଓ ନିର୍ମଳ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଦେଇ ପୁରସ୍କୃତ କରିଥିଲେ । ଡିଲୁ ମାଝୀ ଓ ଜିତୁନ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ । ଗିରିଶ ଚନ୍ଦ୍ର ମାଝୀ ଓ ଲିପୁନ ସାହୁ ସ୍କୋରର୍ ଥିବାବେଲେ ଅମିତ ହଂସ ଓ ପ୍ରତାପ ସାହୁ ଧାରାବିବରଣୀ ଦେଇଥିଲେ । ରୂପସିଂ ପୂଝାରୀ,ମାନସ ସାହୁ,ରିଷି ପଟ୍ଟନାୟକ,ଶିବୁ ପଟ୍ଟନାୟକ ଓ ମାୟାଧର ନାଏକ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault