ଭାରତ ବନାମ ଇଂଲଣ୍ଡ:  ଖେଳସୂଚୀ ଘୋଷଣା କଲା ବିସିସିଆଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅହମ୍ମଦାବାଦରେ ଆୟୋଜିତ ହେବ ଦିବାରାତ୍ର ଟେଷ୍ଟ ଏବଂ 5 ଟି-ଟ୍ୱେଣ୍ଟି 

ପୁଣେରେ ହେବ ଦିନିକିଆ ମ୍ୟାଚ , ଚେନ୍ନାଇରେ ୨ ଟି ଟେଷ୍ଟ 

ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ଦିନ ଇଂଲଣ୍ଡର ଭାରତ ଗସ୍ତ ପାଇଁ ଖେଳସୂଚୀ ଘୋଷଣା କରିଛି | ଯାହା ଫେବୃଆରୀ ୫ ରୁ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସହିତ ଆରମ୍ଭ ହେବ। ସିରିଜର ତୃତୀୟ ମ୍ୟାଚ୍ ଦିନରାତ୍ର ହେବ,  ଯାହାକି  ଅହମ୍ମଦାବାଦରେ ଆୟୋଜିତ ହେବ |

ଇଂଲଣ୍ଡ ମଧ୍ୟ ଭାରତ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳିବ | ଏହି ଗସ୍ତ ଅବସରରେ  ତିନୋଟି ଦିନିକିଆ ମ୍ୟାଚ ଦୁଇ ଦଳ ଖେଳିବେ |  ସାମ୍ପ୍ରତିକ କବାରେଣ୍ଟାଇନ ପରିସ୍ଥିତିକୁ ଦୃଷ୍ଟିରେ ରଖି ମ୍ୟାଚ୍ ତିନିଟି କେନ୍ଦ୍ରରେ ଖେଳାଯିବ | ଚେନ୍ନାଇରେ ପ୍ରଥମ ଦୁଇଟି ଟେଷ୍ଟ ଖେଳାଯିବ |  ଅହମ୍ମଦାବାଦ ଶେଷ ଦୁଇଟି ଟେଷ୍ଟ ଏବଂ ସମସ୍ତ ପାଞ୍ଚଟି ଟି -20  ଆୟୋଜନ କରିବ। ପୁଣେରେ ତିନିଟି ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ |

 

0
0
0
s2sdefault