ହେଡଲାଇନସ୍:

  ଭେଉଁରିଆ ଚମ୍ପିୟାନ, ବୁଡେନ ଉପ ବିଜେତା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଷଷ୍ଠ ସ୍ବର୍ଗତ ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ ରାତ୍ରକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ପଦ୍ମପୁର(Nila Deep) -ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଲ ପଡିଆରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଷଷ୍ଠ ସ୍ବର୍ଗତ ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ ରାତ୍ରକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଫାଇନାଲ ଖେଲରେ ବୁଡେନ ଦଳକୁ ୮ ଉଇକେଟରେ ପରାସ୍ତ କରି ଭେଉଁରିଆ ଦଳ ଚମ୍ପିୟାନ ହୋଇଛି । ଉଦଯାପନୀ ଉତ୍ସବରେ ଝାରବନ୍ଧ ବ୍ଳକ ଅଧ୍ୟକ୍ଷ  ବିଜୟ କେତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଓ ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାବ ମହମ୍ମଦ,ବ୍ୟାଙ୍କ ଅପ ବରୋଦାର ଉପ ପ୍ରବନ୍ଧକ  ଅକ୍ଷୟ ସାହୁ , ମାନସ ଜେନା  ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳକୁ  ୧୪୦୦୦ ଟଙ୍କାର ପୁରସ୍କାର ରାଶି ସହ  ଟ୍ରଫି ଓ ଉପ ବିଜେତା ଦଳକୁ ୮୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ବୁଡେନ ଦଳର ଦିଲୁ ତାଣ୍ଡିଙ୍କୁ ମ୍ୟାନ ଅଫ ଦି ସିରିଜ ଭାବରେ ଏକ ସାଇକେଲ ଓ ଟ୍ରଫି କ୍ଳବର ସଭାପତି ଶିବାଶିଷ ପଟ୍ଟନାୟକ ପୁରସ୍କୃତ କରିଥିଲେ । ନେହରୁ ସ୍ପୋର୍ଟିଙ୍ଗର ଏକ  ନୂତନ ପଦକ୍ଷେପ ସ୍ବରୂପ ଟୁର୍ଣ୍ଣାମେଣ୍ଟ ରେ ଅଂଶଗ୍ରହଣ କରିଥିବା ସମସ୍ତ ୩୨ଗୋଟି ଦଳକୁ ଉତ୍ସାହିତ କରିବା ପାଇଁ ବ୍ୟାଟ ଓ ବଳ ପ୍ରଦାନ କରାଯାଇଥିଲା । ଭରତ ପଣ୍ଡା ଓ ବାଦଲ ପାଢୀ ଖେଳ ପରିଚାଳନା କରିଥିବା ବେଲେ ଅଞ୍ଜନ ପ୍ରଧାନ ଓ କୁଲବିର ସିଂ ଧାରାବିବରଣୀ ପ୍ରଦାନ କରିଥିଲେ ଏବଂ ଗଙ୍ଗାଧର ମହାପାତ୍ର ଓ ରାକେଶ ପଟେଲ ସ୍କୋରର ଦାୟିତ୍ବ ତୁଲାଇଥିଲେ ।  ଟୁର୍ଣ୍ଣାମେଣ୍ଟରେ ବରୁଣ ସହୁ,ସୌମ୍ୟରଞ୍ଜନ ହୋତା, ସୁଦାମ ଦାନୀ,ସତ୍ୟମ ସାହୁ, ସାୱନ ସାହୁ,ପ୍ରବିର ମଲ୍ଲିକ, ମହମ୍ମଦ ତବରେଜ,ସନ୍ତୋଷ ସାହୁ, ସଞ୍ଜିବ ଭୋଇ,ସନ୍ତୋଷ ସେଠ,ତାପସ ମହାନ୍ତି, ମହିନ ପଟେଲ,ନିଲୁ ଦାସ,ବୁଠି କୁମ୍ଭାର, ଆକାଶ, ବିକାଶ, ଚୁମନ,ମନୁ,କିଶନ ଓ ସ୍ପୋର୍ଟିଙ୍ଗର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

 

0
0
0
s2sdefault