ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ବରିହା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

19-05-18-bariha.jpg - 68.87 kB

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଓ ସମ୍ମାନିତ ଅତିଥି ନବକିଶୋର ସାହୁଙ୍କ ଦ୍ବାରା ଉଦଘାଟିତ ହୋଇଛି ।ଏହି ଟୁର୍ଣ୍ଣାମେଣ୍ଟ ରେ ସର୍ବମୋଟ ୩୨ଗୋଟି ଦଳ ଅଂଶଗ୍ରହଣ କରୁଛନ୍ତି। ଉଦଘାଟନି ମ୍ୟାଚ ଖଲିଆପାଲି ଓ ବୁଡେନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୁଡେନ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି । ଗଙ୍ଗାଧର ମହାପାତ୍ର ଓ ରାକେଶ ପଟେଲ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ବିକାଶ ବରିହା, ବରୁଣ ସାହୁ,ସାୱନ ପ୍ରସାଦ ସାହୁ ଓ ଭୂପେଶ କଟେଜା ଖେଳ ପରିଚାଳନା କରିଥିଲେ। ଅଞ୍ଜନ ପ୍ରଧାନ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ବିଜେତା ଦଳକୁ ୧୪ହଜାର ଟଙ୍କା ଓ ଉପ ବିଜେତା ଦଳକୁ ୮ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସ୍ପୋଟିଙ୍ଗ ର ସଂପାଦକ ସୌମ୍ୟରଞ୍ଜନ ହୋତା ସୂଚନା ଦେଇଛନ୍ତି।ନେହରୁ ସ୍ପୋଟିଙ୍ଗ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

 

0
0
0
s2sdefault