ହେଡଲାଇନସ୍:

ପୁରୁଣା ବାଲେଶ୍ୱର କ୍ରିକେଟ୍ ପ୍ରିମିୟର ଲିଗ୍ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

13-05-18-police.jpg - 67.51 kB

 ବାଲେଶ୍ୱର,(ଉଜ୍ଜ୍ୱଳ କର ): ପୁରୁଣା ବାଲେଶ୍ୱର ୪ର୍ଥ ପ୍ରିମିୟର ଲିଗ୍ ଟୁର୍ନାମେଣ୍ଟ  ଆଜି ଉଦଯାପିତ ହୋଇଯାଇଛି । ପୁରୁଣା ବାଲେଶ୍ୱର ଯୁବକସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରିମିୟର ଲିଗରେ ମୋଟ ୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ୍ ନିମକାଳୀ ଷ୍ଟ୍ରାଇକର୍ସ ଓ ବଜରଙ୍ଗୀ ଏକାଦଶ ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ପ୍ରଥମେ ଟସ୍ଜିଣି ନିମକାଳୀ ଷ୍ଟ୍ରାଇକର୍ସ ବ୍ୟାଟିଂ କରିଥିବା ବେଳେ ୧୫ ଓଭରରେ ମୋଟ ୯୮ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବଜରଙ୍ଗୀ ଦଳ ସ୍ୱଳ୍ପ ସମୟ ମଧ୍ୟରେ ବିଜୟ ଲକ୍ଷ୍ୟ ହାଲ କରିଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଓ ଉଦଯାପନ ଉସବରେ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱରର ନଗରପାଳ  ଆଲୋକ କୁମାର ସାହୁ ଓ ସୁବୋଧ ମହାନ୍ତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରୁଣାବାଲେଶ୍ୱର ଅଞ୍ଚଳର ବିବିଧ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲା ବେଳେ କାଉନସିଲର କୌଶଲ୍ୟା ମଣି ଦାସ ପୁରୁଣାବାଲେଶ୍ୱର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଓ ଟାଉନବସ୍ ଯିବା ଆସିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  ଏହି ଅବସରରେ ଉଭୟ ଦଳକୁ ରନର୍ସ ଅପ୍ ଓ ଚମ୍ପିୟାନସିପ୍ ପୁରସ୍କାର ସାଂସଦ ପ୍ରଦାନ କରିଥିଲେ । ଏଥି ସହିତ ମଞ୍ଚାସୀନ ଅତିିଥିମାନଙ୍କୁଅନୁଷ୍ଠାନ  ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟତଃ କାରଗିଲ୍ ଯୁଦ୍ଧରେ ଭାଗ ନେଇଥିବା ତଥା ସମାଜସେବା କାର୍ଯ୍ୟରେ ସୈନିକ ନିଜକୁ ନିୟୋଜିତ କରିଥିବା ଗଗନ କୁମାର ଜେନା, ଟାଉନଥାନା ଅଧିକାରୀ ସରୋଜିନୀ ନାୟକ ସାମ୍ବାଦିକ ସନ୍ଦୀପ୍ତ ଦାସ, ଦେବବ୍ରତ ପାଣିଗ୍ରାହୀଙ୍କୁ ଉପଢୌକନ  ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଶୋକ କୁମାର ବିନ୍ଧାଣୀ, ପୂର୍ବତନ କାଉନସିଲର ରତନ କୁମାର ମାଝି, ଟୁନା ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରିମିୟର ଲିଗ୍ ଅନୁଷ୍ଠିତ  ହୋଇଥିଲା । 

0
0
0
s2sdefault