ହେଡଲାଇନସ୍:

ରୋହିତଙ୍କୁ ପ୍ରଶଂସାରେ ପୋତି ପକାଇଲେ ଗାଭାସ୍କର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ରୋହିତ ଶର୍ମାଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲି, ହେଲେ ପରିସ୍ଥିତି ଅନୁମତି ଦେଇନଥିଲା"

ମୁମ୍ବାଇ (ଏଜେନ୍ସି) -ରୋହିତ ଶର୍ମାଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲି, କିନ୍ତୁ ପରିସ୍ଥିତି ମୋତେ  ଅନୁମତି ଦେଇନଥିଲା ବୋଲି କହିଛନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ତଥା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଓପନର୍ ଭାବରେ ପରିଗଣିତ ସୁନୀଲ ମନୋହର ଗାଭାସ୍କର (ସନି)କହିଛନ୍ତି | ରୋହିତ ଶର୍ମାଙ୍କ ପାଇଁ ଓ ତାଙ୍କ ବ୍ୟାଟିଂ ଦକ୍ଷତା ପାଇଁ ଆଉ ୟାଠାରୁ ଆଉ ବଡ ପ୍ରଶଂସା ବି କଣ ହୋଇପାରେ !  

ଭାରତର ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସନି | କ୍ରିକେଟ  କିମ୍ବଦନ୍ତୀ ସୁନୀଲ ଗାଭାସ୍କର କହିଛନ୍ତି ଯେ “ଦିନିକିଆ କ୍ରିକେଟରେ ଓ  ଟେଷ୍ଟ କ୍ରିକେଟରେ ପ୍ରଥମ ଓଭରରୁ ରୋହିତ ଶର୍ମା ଯେମିତି ଧୂଆଁଧାର  ବ୍ୟାଟିଂ କରୁଥିବା ଆପଣ ଦେଖୁଛନ୍ତି, ମୋର ବି ସେମିତି ଖେଳିବାକୁ ଇଛା ଥିଲା " ।

 ରୋହିତ ଶର୍ମାଙ୍କ ଆତ୍ମବିଶ୍ୱାସର ପ୍ରଶଂସା କରିବାକୁ ଯାଇ ଗାଭାସ୍କର କହିଛନ୍ତି ଯେ ରୋହିତ ଶର୍ମାଙ୍କ ପରି ପରିସ୍ଥିତି ତାଙ୍କୁ ମୁକ୍ତ ଭାବରେ ଖେଳିବାକୁ ଦେଇନଥିଲା। " ମୋତେ ମୋ ପରିସ୍ଥିତି ଆଉ  ମୋର ଦକ୍ଷତା ଉପରେ ନିଜର  ଆତ୍ମବିଶ୍ୱାସର ଅଭାବ ମୋତେ ରୋହିତଙ୍କ ପରି ମୁକ୍ତ ତଥା ଆକ୍ରମକ ଭାବେ ଖେକ୍ଲିବାକୁ ଦେଇ ନଥିଲା।

“କିନ୍ତୁ ମୁ ଯାହା କରିପାରୁନଥିଲି ଯେତେବେଳେ ତାହା  ପରବର୍ତୀ ପିଢ଼ି କରୁଥିବା ଦେଖେ, ମତେ ଲାଗେ ମୁଁ ପୁରାପୁରି  ଚନ୍ଦ୍ର ପୃଷ୍ଠରେ |  ମୁଁ ପରବର୍ତ୍ତୀ ପିଢ଼ିଙ୍କ ଖେଳ ଦେଖିବା ପାଇଁ ଭଲ ପାଏ,  କାରଣ ସେଠାରେ ମୁ ଅଗ୍ରଗତି ଦେଖିପାରୁଇଛି  | ବର୍ତ୍ତମାନ ପିଢ଼ି କେମିତି ପରବର୍ତ୍ତୀ ପିଢ଼ି ପାଇଁ ଅଧିକ  ଲାକ୍ଷ ସେଟ୍ କରୁଛନ୍ତି ତାହା  ଦେଖିବାକୁ ଭଲ ଲାଗୁଚି ବୋଲି ଗାଭାସ୍କର କହିଛନ୍ତି।

ସୂଚନା ଯୋଗ୍ୟ ଯେ,  ବର୍ତ୍ତମାନ ସମସ୍ତ ତିନୋଟି ଫର୍ମାଟରେ ସଫଳ ଓପନର ରୋହିତଙ୍କୁ ରାଜୀବ ଗାନ୍ଧୀ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି, ଯାହାକି ଭାରତର ଜଣେ କ୍ରୀଡ଼ାବିତଙ୍କ ପାଇଁ ସର୍ବୋଚ୍ଚ ସମ୍ମାନ।

୨୦୧୯  ପାଇଁ ଆଇସିସି ଏକ ଦିବସୀୟ  କ୍ରିକେଟର ଭାବରେ ନାମିତ ହୋଇଥିବା ରୋହିତ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ପାଞ୍ଚଟି ଦିନିକିଆ ଶତକ ସ୍କୋର କରିବାରେ ଇତିହାସର ପ୍ରଥମ ଖେଳାଳି ହୋଇଥିଲେ। ରୋହିତ  ଭାରତୀୟ ମାଟିରେ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଛକା ମାରିବାରେ ଏମଏସ ଧୋନିଙ୍କ ରେକର୍ଡକୁ  ଅତିକ୍ରମ କରିଥିଲେ।  ରୋହିତ ଏକମାତ୍ର ଖେଳାଳି ଯିଏକି ପ୍ରଥମ ଟେଷ୍ଟ ଓପନର୍ ଭାବରେ ତାଙ୍କର ପ୍ରଥମ ମ୍ୟାଚରେ ଦ୍ବୀଶତକ ହାସଲ କରିଥିଲେ | 

 

0
0
0
s2sdefault