ହେଡଲାଇନସ୍:

କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କଲେ  ୩୬ ଗୋଟି ଦଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

09-04-18-padampur.jpg - 49.93 kB

ପଦ୍ମପୁର/ Nila Deep : ପଦ୍ମପୁର ସହରର ବଡ଼ପଡା ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ସପ୍ନେଶ୍ବର କଲ୍ୟାଣ ମଣ୍ଡପ ଠାରେ ୧୬ତମ ଏକ ଦିବସୀୟ କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା ଓ ସମ୍ମାନୀତ ଅତିଥି ଭାବରେ ବେଣୁମାଧବ ଦୋରା ଯୋଗ ଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ୩୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଏବଂ ପୁରନ୍ଦର ପ୍ରଧାନ ଓ ବେଣୁମାଧବ ଦୋରା ସମ୍ନାନିତ ଅତିଥି ଭାବରେ ଯୋଗଦେଇ ଝାରସୁଗୁଡାର ଗୁଡ୍ଡୁ ଓ ସମ୍ପଦଙ୍କୁ ବିଜେତା ଏବଂ ଲାଉମୁଣ୍ଡାର ପିଣ୍ଟୁ ଓ ହୄଷିକେଶଙ୍କୁ ଉପବିଜେତା ଏବଂ ଲାଉମୁଣ୍ଡାର ପିଣ୍ଟୁଙ୍କୁ ଶ୍ରେଷ୍ଠ ଖେଲାଲି ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । କମଳ,ଅଚ୍ୟୁତା,ନରେଣ,ଜିତେନ,ଚୁଡା,ସୁମନ୍ତ, ଟୁନା,ବିକାଶ, ସଂଜୀବ, ଶ୍ରୀକାନ୍ତ ଓ ରିଙ୍କୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ ଏବଂକେଶବ,କୁନା,ସୁରଜ,ପ୍ରକାଶ, ମହେଶ,ପ୍ରେମା,ଲିଆ,ଘସିଆ,ରବି,ଶିବା,ଟିଙ୍କୁ ଓ ଯୁବଜ୍ୟୋତି କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

0
0
0
s2sdefault