ରୀତା ଓ ଗୀତା ସନ୍ନ୍ୟାସୀ ଜାତୀୟସ୍ତରୀୟ ଜୁନିୟର ଖୋ-ଖୋ ଚାମ୍ପିୟନସିପ ଖେଳିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

23-03-18-bolangir.jpg - 178.40 kB 

ବଲାଙ୍ଗୀର/ ନିରୋଜ ମିଶ୍ର -  ଆସନ୍ତା ୨୬.୦୩.୨୦୧୮ ରୁ ୩୦.୦୩.୨୦୧୮ ପର୍ଯ୍ୟନ୍ତ ମଣିପୁରଠାରେ ଅନୁଷ୍ଠିତ  ହେବାକୁ ଥିବା ଜାତୀୟସ୍ତରୀୟ ୧୮ବର୍ଷରୁ କମ୍ ଜୁନିୟର ଖୋ-ଖୋ ଚାମ୍ପିୟନସିପରେ ଜିଲ୍ଲା କ୍ରୀଡାସଂସଦ, ବଲାଙ୍ଗିର ସୃଷ୍ଟ ରୀତା ଓ ଗୀତା ସନ୍ନ୍ୟାସୀ ଦୁଇ ଭଉଣୀ ଓଡିଶା ରାଜ୍ୟ ଦଳ ପକ୍ଷରୁ  ଅଂଶ ଗ୍ରହଣ କରିବେ ବୋଲି ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ ପ୍ରକାଶ କରିଛନ୍ତି । ବିଭିନ୍ନ ସମୟରେ  ସଂସଦ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଡିଏଏର ଉଦ୍ୟମ ଏବଂ ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ତଥା କୋଚ୍ ପଦ୍ମଚରଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଚ୍ଚ ମାନର ଖେଳାଳି ସୃଷ୍ଟି କରିପାରୁଥିବା ସଂସଦ ପକ୍ଷରୁ ମତ ପ୍ରକାଶ ପାଇଛି । ଏହି ·ମ୍ପିୟାନସିପରେ  ଖେଳ ପରି·ଳନା ପାଇଁ ଜାତୀୟସ୍ତରୀୟ ରେଫରୀ ମାନ୍ୟତା ପ୍ରାପ୍ତ ସିହିନୀ ହାଇସ୍କୁଲ, ଟିଟିଲାଗଡର କ୍ରୀଡାଶିକ୍ଷକ ରାଜେଶ କୁମାର ସ୍ୱାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବଲାଙ୍ଗିରର ଦୁଇ ଦୁଇ ଜଣ ଖେଳାଳି ଏହି ଚାମ୍ପିୟାନସିପ ଖେଳିବେ ବୋଲି ପ୍ର·ରିତ ହେଲାପରେ ଜିଲ୍ଲାର କ୍ରୀଡାପ୍ରେମି,କ୍ରୀଡା ସଂଗଠକ ଓ କ୍ରୀଡାବିତ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ସଂସଦର ସଭାପତି ଡ. ଶ୍ରୀକର ମିଶ୍ର,  ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ  ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

 

0
0
0
s2sdefault