ହେଡଲାଇନସ୍:

ବଲାଙ୍ଗୀର କ୍ରିକେଟ  ଲିଗ: ଫାଇନାଲରେ ଓସିଆ ଫାଇଟର ଓ ଏନ୍ ଆବ୍ରାହମ ଦଳ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

17-03-18-bolangir.jpeg - 208.38 kB

 ବଲାଙ୍ଗୀର/ niroj mishra : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ବଲାଙ୍ଗୀର କ୍ରିକେଟ ଲିଗ୍ ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ଓସିଆ ଫାଇଟର ଓ ଦ୍ୱିତୀୟ ମ୍ୟାଚଟି ଏନ୍ ଆବ୍ରାହମ ଦଳ ବିଜୟ ଲାଭ କରିଛନ୍ତି ।  

ଆଜିର ପ୍ରଥମ ମ୍ୟାଚଟି ଓସିଆ ଫାଇଟର ଓ ଜେ ମାତା ଦି ମଧ୍ୟରେ ଅନୁଷ୍ଠିତ ହୋଇଥିଲା  ।  ଏହି ମ୍ୟାଚକୁ ଓସିଆ ଫାଇଟର୧୮ ଓଭର ୪ୱିକେଟ ହରାଇ ୧୨୭ ରନ୍ କରି ବିଜୟୀ ହୋଇଥିଲା । ଜୟ ମାତା ଦି ପକ୍ଷରୁ  ବିଶ୍ୱନାଥ ସିଂ ୫୮ ରନ କରିଥିଲେ । ଓସିଆ ଫାଇଟରର କୁନାଲ ପଣ୍ଡା ଓ ବବଲୁ ସେଠୀ ଉଭୟ ୨ ଉଇକେଟ ନେଇଥିଲେ ।  ଓସିଫାଇଟର ତରଫରୁ କୁନାଲ ପଣ୍ଡା ୩୩ ବଲରେ ୬୪ ରନ, ରୁଦ୍ର ବାଗ ୩୬ ରନ ରନ କରିଥିôଲେ । ଜୟ ମାତା ଦି ପକ୍ଷରୁ ଜିତେନ୍ଦ୍ର ଥପା ୨ ୱିକେଟ ହାସଲ କରିଥିଲେ । ଏହି ମ୍ୟାଚରେ କୁନାଲ ପଣ୍ଡା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ପ୍ରଥମ ମ୍ୟାଚରେ କ୍ରିକେଟ କୋଚ ଅରୁଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । 

ଦ୍ୱିତୀୟ ମ୍ୟାଚଟି ତୁଷାର ରୟଲ କିଙ୍ଗ ଦଳ ଟସ୍ ଜିଣି ଫିଲଡିଂ କରିବାକୁ ନିସ୍ପତି ନେଇଥିଲେ ।  ଏନ୍ ଆବ୍ରାହମ ଦଳ ପକ୍ଷରୁ ବିସ୍ପୋରକ ବ୍ୟାଟିଂ କରି ସବ୍ୟସାଚୀ ସିଂବାବୁ ୫୪ବଲରେ ଅପରାଜିତ ୧୦୫ ରନ ଓ ଚରଞ୍ଜିତ ୪୬ ରନ୍ର ସହାୟତାରେ ୨୦ ଓଭରେ ୪ ଉଇକେଟ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲେ । ତୁଷାର ରୟଲ କିଙ୍ଗ ପକ୍ଷରୁ  ଅଜୟ ସାହୁ ୨ ୱିକେଟ ନେଇଥିଲେ । ୧୯୦ରନ୍ର ବିଜୟ ଲକ୍ଷନେଇ ତୁଷାର ରୟଲ କିଙ୍ଗର ସମସ୍ତ ଉଇକେଟ ହରାଇ ୧୭୦ ରନ୍ କରିଥିଲେ । ଦଳ ପକ୍ଷରୁ ଗଣେଶ ହଂସ ୩୪, ରାହୁଲ ସାହୁ ୨୪ ଓ ଅଶୁଂମାନ ୨୩ ରନ୍ । ଏନ୍ ଆବ୍ରାହମ ପକ୍ଷରୁ ବିଜ୍ଞାନ ମିଶ୍ର ୨୫ ରନ୍ ଦେଇ ୭ ଉଇକେଟ ନେଇଥିଲେ । ଏହି ମ୍ୟାଚଟି ଏନ୍ ଆବ୍ରାହମ ୨୦ ରନ୍ରେ ବିଜୟ ଲାଭ କଲେ । ସବ୍ୟସାଚୀ ଓ ବିଜ୍ଞାନ ମିଶ୍ରଙ୍କୁ ଯୁଗ୍ମ ମ୍ୟାନ୍ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ସମାଜ ସେବୀ ଅରୁଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମ୍ୟାଚ ପରିଚାଳନା କରିଥିଲେ ସତ୍ୟପ୍ରକାଶ ରଥ ଓ ସମିର ପାଣିଗ୍ରାହି, ସ୍କୋରର ସପନେଶ ଦାସ ଓ କମେଟେର ଭାବେ ଅଂଜନ କୁମାର ଓ ଭବାନି ଶଙ୍କର ଦାୟୀତ୍ୱ ତୁଲାଇଥିଲେ ।  ଆୟୋଜନ କମିଟୀର ସଭାପତି ପ୍ରସାନ୍ତ ବାରିକ, ସମ୍ପାଦକ ବିକ୍ରମ ପାତ୍ର, କୋଷାଧ୍ୟକ୍ଷ ସୁଧିର ନାଗ, ପୃଥିରାଜ ମିଶ୍ର, ସୁର୍ଯ୍ୟନାରାୟଣ ମିଶ୍ର, ମନୋଜ ଚିନ୍ଦା ଓ ହରେଶ ଦାନୀ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ ।

0
0
0
s2sdefault