ହେଡଲାଇନସ୍:

ଆଠଦିନିଆ ଫୁଟବଲ ପ୍ରତିଯୋଗିତା: ଲାଡ଼ ଚାମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ବାମରା ବ୍ଲକ କେଶେଇବାହଲ ଠାରେ ୫୫୦ କିସାନ ସମାଜ ପକ୍ଷରୁ ୮ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ନାଲକୋର ଡ଼େପୁଟି ମେନେଜର ରାମଚନ୍ଦ୍ର ମାଝୀ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ କରୁଣା କିସାନ ଓ ଗୁଣନିଧି ପିଙ୍ଗ ଯୋଗ ଦେଇଥିଲେ l ପ୍ରତିଯୋଗିତାରେ କୁଚିଣ୍ଡା,ବାମରା, ଜମନକିରା ବ୍ଲକ ରୁ ୨୨ ଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚ ଟି ଲାଡ଼ ଓ ନୂଆଁଡିହି ମଧ୍ୟରେ ହୋଇଥିଲା l ଲାଡ଼ ଦଳ ୨-୦ ଗୋଲରେ ଚାମ୍ପିୟାନ ହୋଇଥିଲେ l ପିଇଟି ଜୀବନ ବୁଦୁଲା,ରାଜେଶ ଛତ୍ରିଆ,ବାପି ବାଘ ଓ ଶ୍ୟାମସୁନ୍ଦର କିସାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ l କିସାନ ସମାଜ ର ରାଜ୍ୟ ଉପ ସଭାପତି ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଖତୁନାଥ ପିଙ୍ଗ, ଭୁବନେଶ୍ୱର କିସାନ,ରମେଶ ପ୍ରଧାନ,ମୋହନ ବାଘ,ଦୟା ସାଗର ପ୍ରଧାନ  ପ୍ରମୁଖ ଯୋଗ ଦେଇ ଚାମ୍ପିୟାନ ଦଳକୁ ୭ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା l ରନର୍ସ ଅପ ଦଳକୁ ୫ହଜାର ଟଙ୍କା ପ୍ରଦାନ କରଯାଇଥିଲା l ମହିଳା ସଭାପତି ତପସ୍ୱୀନୀ  ପ୍ରଧାନ,ସମ୍ପାଦିକା ଆରତୀ ପିଙ୍ଗ, ପଦ୍ମିନୀ ଛତ୍ରିଆ, ପ୍ରମୁଖ ଯୋଗ ଦେଇଥିଲେ l

0
0
0
s2sdefault