ହେଡଲାଇନସ୍:

ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ନିତେଶଙ୍କୁ ସ୍ୱର୍ଣ୍ଣ ପଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ଚଳିତ ଫେବୃଆରୀ ୪ ଏବଂ ୫ ବଲାଙ୍ଗିର ଜିଲା ଟିଟିଲାଗଡ ଠାରେ ଅନୁଷ୍ଠିତ  ହୋଇଥିବା ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ମୟୁରଭଞ ଜିଲାର ନିତେଶ କୁମାର ବାରିକ ଏବଂ ଲେବା ଚାନ୍ଦ ଟୁଡୁ ଜିଲା ପାଇଁ କୃତିତ୍ୱ ଅର୍ଜନ  କରିଛନ୍ତି । ନିତେଶ  ୬୦ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକର ବିଜେତା ସହ ଆର୍ଥିକ ରାଶି ହାସଲ କରିଥିବା ବେଳେ ଲେବା ଚାନ୍ଦ ୭୫ କେଜି ବର୍ଗରେ ପଞ୍ଚମ ସ୍ଥାନ ଅଧିକାର କରି ଆର୍ଥିକ ରାଶି ସହ ପ୍ରମାଣ ପତ୍ର ହାସଲ କରିଛନ୍ତି । ପ୍ରକାଶ ଥାଉକି, ନିତେଶ ଗତ ଜାନୁଆରୀରେ ରାଜଧାନୀ ଭୂବନେଶ୍ୱରଠାରେ ଅନୁଷ୍ଠିତ  ହୋଇଥିବା ଉତ୍କଳ   ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ବିଜେତା ହୋଇଥିଲେ । ଏହି ଦୁଇ ପ୍ରତିଯୋଗୀ ମୟୁରଭଞ ଜିମ୍ନାସିୟମରେ ନିୟମିତ କ୍ରୀଡା ଅଭ୍ୟାସ କରୁଥିବା ବେଳେ ଜିଲା ପାଇଁ କୃତିତ୍ୱ ଅର୍ଜନ କରିଥିବା କାରଣରୁ ଜିମ୍ନାସିୟମର ସମ୍ପାଦକ ନବକୁମାର ସାହୁ, ସଭାପତି ଗିରିଶ ଚନ୍ଦ୍ର ଦାଶ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ମହାନ୍ତି, ସହସମ୍ପାଦକ ଜିତେନ୍ଦ୍ର ବେହେରା, ସଦସ୍ୟ ଗୋବିନ୍ଦ ଧର ମହାପାତ୍ର, ସୁମିତ କୁମାର ସାହୁ, ସତ୍ୟରଞନ ପଣ୍ଡା, ଦିପ୍ତୀ କୁମାର ବେହେରା ପ୍ରମୁଖ ନିତେଶ ଏବଂ ଲେବାଚାନ୍ଦଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଛା ଜଣାଇବା ସଂଗେସଂଗେ ଆଗକୁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ  ।

 

0
0
0
s2sdefault