ହେଡଲାଇନସ୍:

ବିଜେପି ଚାହେଁ ନେହେରୁଙ୍କ ନାଁ କିଏ ଉଚ୍ଚାରଣ ନକରୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନିଜେ ୧୧୦୦ କୋଟି ଟଙ୍କା ବିଜ୍ଞାପନରେ ସାରିଲଣି, ବିଜେଡି କାର୍ଯ୍ୟକ୍ରମ  କଲେ ମିଛ ଅଙ୍କ ଦେଉଛ

୨୦୦ କୋଟି ଟଙ୍କା ଖର୍ଚ୍ଚ   ଅଭିଯୋଗ କେବଳ  ହାସ୍ୟାସ୍ପଦ ଓ ବାଚଳାମୀ 

‘ମୋଦିଫେଷ୍ଟ’ ଓ ‘ସବ୍‍କା ସାଥ, ସବ୍‍କା ବିକାଶ’ କାର୍ଯ୍ୟକ୍ରମ କାହା ଅର୍ଥରେ ହେଉଥିଲା

ଶିକ୍ଷା, ସ୍ୱାସ୍ଥ୍ୟ ଓ ଅପପୁଷ୍ଟି ପ୍ରସଂଗରେ ସରକାର ସଚେତନ ଅଛନ୍ତି

ଅପପୁଷ୍ଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ରାଜ୍ୟ ଗୁଜରାଟ ଓଡ଼ିଶା ଠାରୁ ବହୁ ଆଗରେ

 ୩ବର୍ଷକୁ ମିଶାଇ ସାଢେ଼ ୭୦୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି, ଦରଦ ନାହିଁ 

ଶିଶୁଦିବସରେ ମୁଖ୍ୟମନ୍ତ୍ରୀ ମନର କଥା କହିବା ପାଇଁ କହିନାହାନ୍ତି, ଏହା ଗଣମାଧ୍ୟମର ଚଞ୍ଚକତା

ଭୁବନେଶ୍ୱର ଚକ୍ରଧର ମାଝି: ଚଳିତ ଶିଶୁଦିବସ ପାଳନ କରିବାର ଉଦ୍ଦେଶ୍ୟ  ମହତ ଥିଲା । ସମସ୍ତ କାର୍ଯ୍ୟକ୍ରମ ସର୍ବସମ୍ମୁଖରେ ବ୍ୟାପକ ଆୟୋଜନ କରାଯାଇଥିଲା, ଯାହା ଓଡ଼ିଶାବାସୀ ଦେଖିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ  ଏହି ଶିଶୁଦିବସ କାର୍ଯ୍ୟକ୍ରମ ଆଗାମୀ ଓଡ଼ିଶାର ନିର୍ମାଣ ପାଇଁ ଉତ୍ସାହ ଓ ପ୍ରେରଣା ଦେଇଛି । ଏହି ଶିଶୁଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପିଲାମାନଙ୍କର ମାର୍ଗଦର୍ଶନ କରାଇବା ସହିତ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର, ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଓ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ଏବଂ ଏଥିରେ କୌଣସି ରାଜନୀତି ନଥିଲା । ଶିଶୁ ଦିବସରେ ରାଜ୍ୟ ସରକାରଙ୍କର ଏହିଭଳି ଏକ ଐତିହାସିକ କାର୍ଯ୍ୟକ୍ରମ ଓ ଯୁଗାନ୍ତକାରୀ ପଦକ୍ଷେପକୁ ବିଜେପି ସ୍ୱାଗତ ନକରିବା ଏକ ହୀନ ମାନସିକତାର ପରିଚୟ । ବିଜେପି ଏଭଳି ମନଗଢ଼ା ଅଙ୍କ କହି ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଯେଉଁ ଅପଚେଷ୍ଟା କରୁଛି, ତାହାକୁ ନିଷ୍ପାପ ଶିଶୁମାନେ ମଧ୍ୟ ଘୃଣା କରିବେ ବୋଲି ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।

ବିଜେପିର ଅଭିଯୋଗର ଉତ୍ତରରେ ଶ୍ରୀ ଦେବ କହିଥିଲେ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ ନଭେମ୍ବର ୧୪କୁ କେନ୍ଦ୍ର ସରକାର ଶିଶୁଦିବସ ଭାବେ ପାଳନ କରନ୍ତି । ବିଗତ ୪ବର୍ଷ ଧରି କେନ୍ଦ୍ର ସରକାର ଏହାକୁ ପାଳନ କରୁଛନ୍ତି କି? ପଣ୍ଡିତ ନେହରୁଙ୍କ ନାଁ ଉଚ୍ଚାରଣ ନକରାଯାଉ ଏବଂ ତାଙ୍କ ଚିନ୍ତାଧାରାକୁ ବିକଶିତ କରାନଯାଉ ବୋଲି ଭାରତୀୟ ଜନତା ପାର୍ଟିର ନିରନ୍ତର ପ୍ରୟାସ ନୁହେଁ କି? ଶିଶୁଦିବସ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି, ଏଭଳି ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ଓ ବାଚଳାମୀ । ବିଜେପି ଏ ଅଭିଯୋଗ ଆଣିବା ପୂର୍ବରୁ ଜାଣିବା ଦରକାର ଯେ ତାଙ୍କ ଦଳ ଓ କେନ୍ଦ୍ର ସରକାର ବିଗତ ସାଢେ଼ ୩ବର୍ଷ ଭିତରେ ଇଲେକ୍ଟେ୍ରାନିକ୍ସ ଓ ପ୍ରିଣ୍ଟ ଗଣମାଧ୍ୟମରେ ପ୍ରାୟ ୧୧୦୦ କୋଟି ଟଙ୍କାର ବିଜ୍ଞାପନ ଦେବାର ତଥ୍ୟ ରାଜ୍ୟ ବିଜେପି ଏ ବିଷୟରେ ଅବଗତ ଅଛି ନା ଜାଣିସିଆଣିଆ ଭଳି ଆଚରଣ କରୁଛି? ୧୧୦୦ କୋଟି ଟଙ୍କା କ’ଣ ଅମ୍ବାନୀ, ଅଦାନୀଙ୍କର ନା ଦେଶବାସୀଙ୍କର? ନିକଟରେ ବିଜେପି  ତା’ର ଯେଉଁ ନିଜସ୍ୱ କାର୍ଯ୍ୟକ୍ରମ କରୁଥିବା ‘ମୋଦିଫେଷ୍ଟ’ ଓ ‘ସବ୍‍କା ସାଥ, ସବ୍‍କା ବିକାଶ’ କାର୍ଯ୍ୟକ୍ରମ କାହା ଅର୍ଥରେ ହେଉଥିଲା? ଏନ୍‍ଏଚ୍‍ଏଆଇ, ଆଇଓସିଏଲ୍‍ ଓ ଏମ୍‍ସିଏଲ୍‍ କ’ଣ ଭାରତୀୟ ଜନତା ପାର୍ଟିର ବ୍ୟକ୍ତିଗତ ସଂସ୍ଥା? ଶିକ୍ଷା, ସ୍ୱାସ୍ଥ୍ୟ ଓ ଅପପୁଷ୍ଟି ପ୍ରସଂଗରେ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କୁ ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ସେ ସଂପର୍କରେ ରାଜ୍ୟ ସରକାର ଭଲ ଭାବେ ଅବଗତ ଅଛନ୍ତି ଏବଂ ସେ ବିଷୟରେ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଓ କାର୍ଯ୍ୟରତ ଅଛନ୍ତି ଏବଂ ଅପପୁଷ୍ଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ରାଜ୍ୟ ଗୁଜରାଟ ଓଡ଼ିଶା ଠାରୁ ବହୁ ଆଗରେ ଅଛି । ସେହିଭଳି ସାରା ଭାରତ ବର୍ଷରେ ବିଗତ ୩ବର୍ଷକୁ ମିଶାଇ ସାଢେ଼ ୭୦୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ସ୍ଥଳେ ବିମୁଦ୍ରାକରଣ ଓ ଜିଏସ୍‍ଟି ଯୋଗୁ ସାଧାରଣ ଜନତା ଶୋଷିତ ହେବା ପରେ ଦେଶର ଅଭିବୃଦ୍ଧି ହାର ୨% କମିବା ସ୍ଥଳେ କେଉଁ ଭଲ କାମକୁ ନେଇ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି ଉତ୍ସାହିତ ହେଉଛନ୍ତି? ଏହା ବେହିଆଙ୍କର ବାରବାଟୀ ଚାଷ ସଦୃଶ ସମାନ । ମୁଖ୍ୟମନ୍ତ୍ରୀ କେବେ ଶିଶୁଦିବସରେ ମନର କଥା କହିବା ପାଇଁ କହିନାହାନ୍ତି, ଏହା ଗଣମାଧ୍ୟମର ଚଞ୍ଚକତା । ଏଭଳି ପ୍ରସଂଗକୁ ନେଇ ବିଜେପି ଉତ୍ସାହିତ ହୋଇ ପିଲାମାନଙ୍କ ପାଇଁ ଏଭଳି ଏକ ମହତ କାର୍ଯ୍ୟକ୍ରମକୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦେବ କହିଛନ୍ତି ।

0
0
0
s2sdefault