ହେଡଲାଇନସ୍:

ଜିଲ୍ଲା ପରିଷଦ ବୈଠକରେ ହାଇ ଭୋଲଟେଜର ଡ଼୍ରାମା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜିଲାପରିଷଦ ବୈଠକରେ ବିଜେପି ପକ୍ଷରୁ ଜିଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ପ୍ରତିବାଦରେ ସରକାରୀ କର୍ମଚାରୀ କଳା ବ୍ୟାଚ ପରିଧାନ କରି ଆନେ୍ଦାଳନ

ବିଜେପି ନେତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜିଲାପାଳଙ୍କୁ ଗିରଫ ଦାବି କଲେ ବିଜେପି

ବାରିପଦା/Dillip Mohanty  - ଗତ ସୋମବାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁଳିଅଣା ବ୍ଲକରେ ଜିଲାପ୍ରଶାସନ ପକ୍ଷରୁ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ବିଜେପିର ନିର୍ବାଚିତ ଲୋକପ୍ରତିନିଧିମାଙ୍କୁ ଜିଲାପାଳ ଶ୍ରୀ ମୀନା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଅଭିଯୋଗ ଆଣିଥିଲେ ବିଜେପି । ଏହାପରେ ଗତ ୮ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୪ର୍ଥ ଜିଲାପରିଷଦ ବୈଠକରେ ବିଜେପିର ଜିଲାପରିଷଦ ସଦସ୍ୟସଦସ୍ୟାମାନଙ୍କ ସହିତ ପଞ୍ଚାୟତ ସମିତି ଆଦିରେ ନିର୍ବାଚିତ ଲୋକପ୍ରତିନିଧିମାନେ ଜିଲାପାଳ ତାଙ୍କର ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ଦାବିରେ ହଟ୍ଟଗୋଳ ଆରମ୍ଭ କରି ବୈଠକକୁ ବର୍ଜନ କରି ସମ୍ମିଳନୀ କକ୍ଷର ବାହାରେ ଧାରଣାରେ ବସିଥିଲେ । ମାତ୍ର ଜିଲାପାଳ ବିଜେଡ଼ିର ୫ ଜିଲାପରିଷଦ ସଦସ୍ୟଙ୍କ ସହିତ ୬ ବିଧାୟକ ଓ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଓ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନଙ୍କୁ ନେଇ ବୈଠକ ଚାଲୁ ରଖିଥିଲେ । ଏହା ବାହାରକୁ ଜଣାପଡ଼ିବା ପରେ ଧାରଣାରେ ବସିଥିବା ବିଜେପିର ନିର୍ବାଚିତ ଲୋକପ୍ରତିନିଧିମାନେ ଜିଲାପାଳଙ୍କ ବିରୋଧରେ ନାରାବାଜି ଚଳାଇବା ଆରମ୍ଭ କରିଥିଲେ । ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ପ୍ରକାରର ବିଶୃଙ୍ଖଳା ଜାରି ରହିଥିଲା । ସମ୍ମିଳନୀ କକ୍ଷର ଭିତରେ ଜିଲାପାଳଙ୍କ ସହିତ ରାଜ୍ୟସଭା ସାଂସଦ ଶ୍ରୀମତୀ ହେମ୍ବ୍ରମ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ମୋରଡ଼ା ବିଧାୟକ ତଥା ବିଜଡେ଼ିର ମୟୂରଭଞ୍ଜ ଜିଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ପ୍ରମୁଖଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ବାହାରକୁ ବାହାରି ନ ପାରିବାରୁ ଶେଷରେ ପୁଲିସର ସହାୟତା ନେଇ ଧାରଣାରେ ବସିଥିବା ବିଜେପିର ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହେବାରୁ ଧାରଣାରେ ବସିଥିବା ବିଜେପିର କେତେକ ଧାରଣାକାରୀ ଆହତ ହୋଇଥବାର ଅଭିଯୋଗ ହେଲା । ଆହତମାନେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଏଥି ସହିତ ବାରିପଦା ଟାଉନ ଥାନାରେ ଜିଲାପାଳ ଶ୍ରୀମୀନା, ବାଙ୍ଗିରିପୋଷି ବିଧାୟକ ଶ୍ରୀମାର୍ଣ୍ଡି ଓ ମୋରଡ଼ା ବିଧାୟକ ଶ୍ରୀଭଞ୍ଜଦେଓ ପ୍ରମୁଖଙ୍କ ନାମରେ ଆହତମାନେ ଲିଖିତ ଅଭିଯୋଗ ଆଣି ଏମାନଙ୍କୁ ତୁରନ୍ତ ଗିରଫ କରାଯାଉ ଦାବି କଲେ । ଏହି ଘଟଣାକୁ ନେଇ ବିଜେପିର ରାଜ୍ୟ କମିଟିରୁ ଏକ ଟିମ ଆସି ବାରିପଦା ପହଁଞ୍ଚି ବିଜେପିର ଜିଲା ନେତୃ ମଣ୍ଡଳୀ ସହିତ ଗୁରୁବାର ଏକ ବୈଠକରେ ବସି ଆଲୋଚନା କରିବା ପରେ ବିଜେପି ରାଜ୍ୟ ଉପସଭାପତି ତଥା ମୁଖପାତ୍ର ସମୀର ମହାନ୍ତି ଖବରଦାତା ସମ୍ମିଳନୀ ଡ଼କାଇ ଜିଲାପାଳଙ୍କ କାର୍ଯ୍ୟକଳାପକୁ ଅଗଣତାନ୍ତ୍ରିକ ବୋଲି ବର୍ଣ୍ଣନା କରିବା ସହିତ ଜିଲାପାଳ ଶ୍ରୀମୀନା, ବାଙ୍ଗିରିପୋଷି ବିଧାୟକ ଶ୍ରୀମାର୍ଣ୍ଡି ଓ ମୋରଡ଼ା ବିଧାୟକ ଶ୍ରୀଭଞ୍ଜଦେଓଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି ବୋଲି ସୂଚନା ଦେଇଥିଲେ, ଯାହା ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି । ସେହିପରି ମୟୂରଭଞ୍ଜ ଜିଲାର ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନଙ୍କ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହୂତ ହୋଇ ଜିଲାପରିଷଦ ବୈଠକରେ ଜିଲାପାଳ ଶ୍ରୀମୀନାଙ୍କ ପ୍ରତି ବିଜେପିର ନିର୍ବାଚିତ ପ୍ରତିନିଧିମାନେ ଅଶାଳୀନ ମନ୍ତବ୍ୟ, ଦୁର୍ବ୍ୟବହାର ପ୍ରଦର୍ଶନ କରାଇଥିବା ଅଭିଯୋଗର ପ୍ରତିବାଦ କରିବା ସଂଗେସଂଗେ ଏହାକୁ ଦୃଢ଼ ଭାବେ ନିନ୍ଦା କରିଥିଲେ । ତତ୍ସହିତ ଏହାର ପ୍ରତିବାଦ କରିବାକୁ ଯାଇ ପ୍ରଶାସନଚ୍ୱାରିପଦା ସଦର ମହକୁମା ସହିତ ବାମନଘାଟି, ପଞ୍ଚପୀଢ଼, କପ୍ତିପଦା ଆଦି ୪ଟି ଉପଖଣ୍ଡର ସମସ୍ତ ସରକାରୀ କର୍ମଚାରୀ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କଳା ବ୍ୟାଚ ପରିଧାନ କରି ଆନେ୍ଦାଳନ ଆରମ୍ଭ କରିଛନ୍ତି । ସରକାରୀ କର୍ମଚାରୀମାନଙ୍କର ଏହି ଆନ୍ଦୋଳନ  ପରେ ବିଜେପି ବେକ ଫୁଟରୁ ସମ୍ମୁଖକୁ ଆସିବା ପାଇଁ ଶୁକ୍ରବାର ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟ୍ଟି ଲଗାଇ କେବଳ ଜିଲାପାଳ ଶ୍ରୀମୀନାଙ୍କ ଗିରଫଦାରୀ ଦାବିରେ ଧାରଣା ବସି ଆନ୍ଦୋଳନ  ଆରମ୍ଭ କରିଛନ୍ତି ଏବଂ ଏହା ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଧାରଣା ସ୍ଥଳରେ ବିଜେପି ଲଗାଇ ଥିବା ବେନରରୁ ଜଣାପଡ଼ିଛି । ଆଜିର ଏହି ଧାରଣାରେ ବିଜେପିର ମୟୂରଭଞ୍ଜ ଜିଲା(ପୂର୍ବ) ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, କୌଶଲ୍ୟା ନାୟକ, ଲକ୍ଷ୍ମୀଧର ହାବଡ଼ା, ମଳୟ କୁମାର ଜେନା, ନିହାର ରଞ୍ଜନ ମୋଦି, କୁମାର ମଙ୍ଗଳମ, ପୁରୁଷୋତ୍ତମ ନାୟକ, ପୁରୁଷୋତ୍ତମ ନାୟକ, ମାନସୀ ତ୍ରିପାଠୀ, କାଳି ଚରଣ ନାୟକ, ସୁବାସ ଘୋଷ ପ୍ରମୁଖ ବିଜେପିର ୪୦/୪୦ ଜଣ ନେତା ବସିଥିବାର ଦେଖିବାକୁ ମିଳି ଥିଲା । ବିଜେପି ଓ ଜିଲାପ୍ରଶାସନ ମଧ୍ୟରେ ଏହା ଏକ ହାଇ ଭୋଲଟେଜ ଡ୍ରାମା ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ତେବେ ଏଥିରେ କିଏ ବିଜୟ ହେଉଛି ତାହା କେବଳ ସମୟ ହିଁ କହିପାରିବ ।

0
0
0
s2sdefault