ଲୁଲୁବାବୁ ଥିଲେ ଝଡର ଇଗଲ : ପ୍ରସାଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର  - ଏକଦା ପ୍ରବାଦ ପୁରୁଷ ତଥା ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ବିୟୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବାଗ୍ମୀ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କୁ ଝଡର ଇଗଲ ବୋଲି ଅଭିହିତ କରିଥିଲେ । ଆଉ ସଥିରୁ ପ୍ରମାଣିତ ହୋଇଥିଲା ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତି ଥିବା ତାଙ୍କର ଅସୀମ ଶ୍ରଦ୍ଧା ଓ ସମ୍ମାନ । ଆଉ ଆଜି ପ୍ରାୟ ୩୦ ବର୍ଷପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ରାଜନୈତିକ ଗୁରୁ ସ୍ୱର୍ଗତ ଜାନକୀ ବଲ୍ଲଭ ଙ୍କ ଦ୍ୱାରା ସେତେବେଲେ ଉଚ୍ଚାରିତ ଶବ୍ଦର ପୁନଃ ଉଚ୍ଚାରଣ କରିଛନ୍ତି ତାଙ୍କ ପ୍ରିୟ ସହକରମୀ ବନ୍ଧୁ ସ୍ବର୍ଗତ ଲଢୁଆ ନେତା ଲୁଲୁ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ।  ଏହିଶବ୍ଦର ଉଚାରଣକୁ କେହି କୋ ଇନସିଡେଣ୍ଟାଲ ବୋଲି କହିପାରନ୍ତି , ହେଲେ ପ୍ରସାଦ ବାବୁଙ୍କ ଏ ଶବ୍ଦ ଉଚ୍ଚାରଣ ବେଳର ଭାବ ପ୍ରବଣତା ପ୍ରମାଣିତ କରିଥିଲା ଲୁଲୁ ବାବୁଙ୍କ ପ୍ରତି ତାଙ୍କ ଅସୀମ ଶ୍ରଦ୍ଧା ଓ ଆତ୍ମିକ ନିବିଡ଼ତାକୁ । 

ବରିଷ୍ଠ  କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ) ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଆୟୋଜକ ତଥା ପିସିସି ସାଧାରଣ ସଂପାଦକ ତଥା ସ୍ବର୍ଗତ ଲୁଲୁ ବାବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରି ଆସିଥିବା ଶୁଭେନ୍ଦୁ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏବଂ ସ୍ମୃତି କମିଟିର ସଭାପତି ତଥା ଅନ୍ୟତମ ପ୍ରମୁଖ ସହଯୋଗୀ ଚିନ୍ମୟ ବେହୁରାଙ୍କ ସଭାପତିତ୍ୱରେ ଭୁବନେଶ୍ୱରସ୍ଥିତ ଇଡକଲ ଅଡିଟୋରିୟମ୍ ଠାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ଏହି ସ୍ମୃତି ସଭାରେ ନିମନ୍ତ୍ରିତ ଅତିଥିମାନେ ସ୍ୱର୍ଗତ ମହାପାତ୍ରଙ୍କର କଂଗ୍ରେସ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଥିଲେ । ବହୁସଂଖ୍ୟର ଲିଲୁ ମହାପାତ୍ରଙ୍କ ସହଯୋଗୀ ଉପସ୍ଥିତ ରହି ସ୍ବର୍ଗତ ବରିଷ୍ଠ କଂଗ୍ରେସ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କଂଗ୍ରେସ କୁ ବଳିଷ୍ଠ କରିବା ପାଇଁ ତାଙ୍କର ଯେଉଁ ସ୍ୱପ୍ନ ଥିଲା ତାହା ପୂରଣ କରିବା ପାଇଁ ସଂକଳ୍ପ ନେଇଥିଲେ । 

ଏହି ସଭାରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି  ପ୍ରସାଦ ହରିଚନ୍ଦନ ଲୁଲୁବାବୁଙ୍କୁ ଝଡର ଇଗଲ ସହ ତୁଳନା କରିଥିଲେ । ଲୁଲୁବାବୁ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ଧୈର୍ଯ୍ୟ ଓ ଅଦମ୍ୟ ସାହସର ଅଧିକାରୀ ଥିଲେ । ସେ ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସ ଦଳର ଆଗଧାଡିର ଜଣେ ସଚ୍ଚା କର୍ମୀ ଥିଲେ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲୁଲୁବାବୁଙ୍କର ଛାତ୍ର ଓ ଯୁବ ସମାଜ ପ୍ରତି ଥିବା ଅଶେଷ ଶ୍ରଦ୍ଧା ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ର ଓ ଯୁବକମାନେ ସଚେତନ ହେଲେ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଲୁଲୁବାବୁ ସଦାସର୍ବଦା ସକରାତ୍ମକ ଚିନ୍ତାଧାରା ପୋଷଣ କରୁଥିଲେ ବୋଲି କହିଥିଲେ । ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ନାରାୟଣ ରେଡ୍ଡୀ ଲୁଲୁ ମହାପାତ୍ରଙ୍କୁ ଜଣେ ବିପ୍ଳବୀ ବୋଲି ବର୍ଣ୍ଣନା କରିଥିଲେ । ରାଜ୍ୟରେ କଂଗ୍ରେସ ସଫଳତା ଲାଭ କଲେ ତାହା ଆଗାମୀ ଦିନରେ ଲୁଲୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ମୃତିସଭାରେ ମତବ୍ୟକ୍ତ ପ୍ରକାଶ ପାଇଥିଲା ।

ଲୁଲୁ ମହାପାତ୍ର ଯୁବ ସମାଜର ପ୍ରତୀକ ଥିଲେ  । ଏହା ସହ ଜଣେ ଦୃଢ ସଂଗଠକ ଓ ଛାତ୍ର , ଯୁବକ ଓ ମହିଳା ମାନଙ୍କର ବିଶ୍ୱାସର ପ୍ରତୀକ ଥିଲେ  । କଂଗ୍ରେସର ଦୁଃଖ ଓ ସୁଖର ସାଥୀ ଥିଲେ ଲୁଲୁ  । ଦଳ ଶାସନରେ ଥାଉ ବା ବିରୋଧୀ ଦଳରେ ଥାଉ ସେ କଂଗ୍ରେସ ର ସମସ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିଲେ  । ତାଙ୍କର ମୃତ୍ୟୁ ରାଜ୍ୟ ଏବଂ ଦଳ ପାଇଁ ଗୋଟିଏ ବଡ କ୍ଷତି  । ଦଳିତ ,ଆଦିବାସୀ ଓ ଗରୀବଙ୍କ ନ୍ୟାର୍ଯ୍ୟ ଦାବିର ପୂରଣ ପାଇଁ ସେ କାହା ସହିତ ସାଲିସ୍ କରୁନଥିଲେ  ।  ରାଜ୍ୟ ଓ ସଂଗଠନର ବିକାଶ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା  । ଅପ୍ରିୀୟ ସତ କହିବାକୁ ସେ ପଛାଉ ନଥିଲେ  । ତାଙ୍କର ବିରୋଧ ଯୋଗୁଁ ବୃତିଗତ ବିଲ ଫେରାଇ ନେବା ପାଇଁ ତତକାଳୀନ କଂଗ୍ରେସ ସରକାର ବାଧ୍ୟ ହୋଇଥିଲା  । କଂଗ୍ରେସକୁ ନିର୍ଯାତନା ଦେଉଥିବା ଲୋକକୁ ସେ ନିର୍ଯାତନା ଦେଉଥିଲେ  । ସେ କେବେବି ପରାଜୟକୁ ସ୍ୱୀକାର କରୁନଥିଲେ  । କଂଗ୍ରେସକୁ ପୁନର୍ବାର କ୍ଷମତାକୁ ଆଣିବା ତାଙ୍କର ସ୍ୱପ୍ନ ଥିଲା ।  ସେଥିପାଇଁ ସେ ସର୍ବଦା ଉଦ୍ୟମ କରୁଥିଲେ । କଂଗ୍ରେସର ଲୋକମାନଙ୍କ ମଧ୍ୟରେ  ମନୋବଳ ବୃଦ୍ଧି କରିବା ପାଇଁ ଏକ ବିଶାଳ ସମାବେଶ କରିବା ଲାଗି ତାଙ୍କର ଯେଉଁ ସ୍ୱପ୍ନ ଥିଲା ତାହା ପୂରଣ ହୋଇ ପାରିନାହିଁ  । ସେ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଏକାଠି ହେବା ପାଇଁ ସଭାରେ ଯୋଗ ଦେଇଥିବା କଂଗ୍ରେସ ନେତା ମାନେ ଆହ୍ୱାନ ଦେଇଥିଲେ  । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, କୃଷ୍ଣଚନ୍ଦ୍ର ଶାଗରିଆ, ନିମାଇଁ ସରକାର, ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ଶିବାନନ୍ଦ ରାୟ, ଆଲୋକ ମିଶ୍ର, ବିରେନ୍ ସେନାପତି, ସଂଗ୍ରାମ କେଶରୀ ଜେନା, ଚିନ୍ମୟ ସୁନ୍ଦର ଦାସ, ହେମନ୍ତ ବିଶ୍ୱାଳ, ଗୌର ପ୍ରସାଦ ନନ୍ଦ, ଅମୀୟ ଦାସ, ଆଦିତ୍ୟ ମହାପାତ୍ର, ଆଲୋକ ମହାନ୍ତି, ଉକ୍ରଳ ରାଉତରାୟ, ଦୀପକ କୁମାର ସାହୁ, ସରୋଜ ପରିଡା, ବିଶ୍ୱରଞ୍ଜନ ଦାସ, ଦେବାଶିଷ ଭୂୟାଁ, ବିକାଶ ଗରାବଡୁ, ସୌଗତ ମହାନ୍ତି, ହଳଧର ସେଠୀ ଓ ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault