ହେଡଲାଇନସ୍:

ଗ୍ୟାସ୍‍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି: କୁମ୍ଭୀର କାନ୍ଦଣା – ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସରକାର ପ୍ରତିମାସରେ ୪ଟଙ୍କା ଲେଖାଏଁ ଗ୍ୟାସ ଦର ବଢାଇବା ପାଇଁ ରାଷ୍ଟ୍ରାୟତ ତେଲ କମ୍ପାନୀଗୁଡିକୁ ନିର୍ଦ୍ଦେଶ  ଦେଇଥିଲେ  । ୨୦୧୮ ମାର୍ଚ୍ଚ ସୁଦ୍ଧା  ଗ୍ୟାସ ସବସିଡି ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି  ନେଇଥିବା ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ.ବର୍ତ୍ତମାନ  ସରକାର ସମୟରେ ଯୁକ୍ତ ସିଲିଣ୍ଡର  ପିଛା  ଜୁଲାଇ ୧, ୨୦୧୬ରୁ ୨ଟଙ୍କା (ଭାଟକୁ ଛାଡି) ଲେଖାଏଁ ମାସିକ ବଢାଇବା ପାଇଁ ତେଲ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା  । ଆଉ ଏହି  ନିର୍ଦ୍ଦେଶ ପରେ ୧୦ ଥର ଗ୍ୟାସ ଦର ବଢିସାରିଥିଲା । ହେଲେ ମେ ୧, ୨୦୧୭ରେ ଆଉ ଏକ ଆଦେଶ ଦେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ସବସିଡି ମାସିକ ୪ଟଙ୍କା ଲେଖାଏଁ ସିଲିଣ୍ଡର ପିଛା ବଢାଇବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି  ନିର୍ଦ୍ଦେଶ ପରେ ତେଲ କମ୍ପାନୀମାନେ ଏକାଥରକେ ୩୨ଟଙ୍କା ବଢାଇଥିଲେ ସିଲିଣଡର ପିଛା, ଯାହାକି ଗତ ୬ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବୃଦ୍ଧି ଥିଲା  । ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ଜୁନ ୨୦୧୬ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୯.୧୮ ପଇସା ଥିଲା, ତାହା  ୨୦୧୬ ଜୁନ ବେଳକୁ ୪୭୭.୪୬ ପଇସାରେ ପହଂଚିସାରିଥିଲା । ମାନେ ବର୍ଷକ ଭିତରେ ଜୁନ ବେଳକୁ ବଢିସାରିଥିଲା ପ୍ରାୟ ୫୮ଟଙ୍କା  । ସେତେବେଳେ ସରକାରଙ୍କ ଏହି ନିଷ୍ପତିକୁ ଦଳମତ ନିର୍ବିଶେଷରେ ବିରୋଧ କରାଯାଇଥିଲା । ଶିଳ୍ପପତିମାନଙ୍କୂ ଦେଢଲକ୍ଷ କୋଟି ଟଙ୍କାରୁ ଅଧିକ ସବସିଡି  ସରକାର ଦେଇପାରୁଥିବା ବେଳେ ଦେଶର ଜନସାଧାରଣଙ୍କୁ କାହିଁକି ସେମାନଙ୍କ ସର୍ବନିମ୍ନ ଆବଶ୍ୟକତା ରୋଷେଇ ଗ୍ୟାସ ଉପରେ ସବସିଡି  ଦେଇପାରିବେ ନାହିଁ । କେବଳ ଗରୀବ ନୁହନ୍ତି, ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସମସ୍ତ ଜନସାଧାରଣ ଖାସ କରି ମଧ୍ୟବିତ ଓ ନିମ୍ନ ମଧ୍ୟବିତ ପରିବାର ସକାଶେ ବେଡି ଉପରେ କୋରଡା ହେବ ବୋଲି ମତ ପ୍ରକାଶ ପାଇଥିଲା  । ଏବେ ରୋଷେଇଗ୍ୟାସକୁ ସବସିଡି ମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ପାଳି ଚାଲିଛନ୍ତି ତେଲ କମ୍ପାନୀମାନେ । ଆଉ ଗୋଟିଏ କଥା, ଲୋକଙ୍କ ଅତ୍ୟାବଶ୍ୟକ ରୋଷେଇ ଗ୍ୟାସକୁ କେନ୍ଦ୍ର ସରକାର ଜିଏସ୍ଟି ପରିସର ଭୁକ୍ତ କରିଛତି, ଯାହାକୁ କି ନେଗ ବିଭିନ୍ନ ମହଲରେ ସମାଲୋଚନା ମଧ୍ୟ କରାଯାଇଆସୁଛି  ।

 

 

ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ  ସ୍ମାରକପତ୍ର ପ୍ରଦାନ

 ବିଜେଡିର   ଆନେ୍ଦାଳନ କୁମ୍ଭୀର କାନ୍ଦଣା – ବିଜେପି 

ଭୁବନେଶ୍ୱର-manasi mishra/chakradhar majhi  : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବୁଧବାର ଉଭୟ ରିହାତି ଓ ଅଣ-ରିହାତି ଏଲ୍‍ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି । ଚଳିତ ଆର୍ଥôକ ବର୍ଷ ସୁଦ୍ଧା ସମସ୍ତ ରିହାତି ଉଚ୍ଛେଦ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ମାସରେ ଏଲ୍‍ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇବା ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହି ଦରବୃଦ୍ଧି କରାଯାଇଛି । ୨୦୧୬ ଜୁଲାଇରେ ସରକାର ଏନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହାପର ଠାରୁ ରନ୍ଧନ ଗ୍ୟାସ୍‍ ମୂଲ୍ୟରେ ଏହାକୁ ମିଶାଇ ୧୯ଥର ବୃଦ୍ଧି ଘଟିଛି । ଏଥିଯୋଗୁ ରିହାତି ସିଲିଣ୍ଡର ପିଛା (୧୪.୨ କେ.ଜି.) ମୂଲ୍ୟରେ ୪ ଟଙ୍କା ୫୦ ପଇସା ବୃଦ୍ଧି ଘଟିଥିବା ବେଳେ ଘରୋଇ ବଜାରରେ ରନ୍ଧନ ଗ୍ୟାସ୍‍ ମହଙ୍ଗା ହୋଇଛି । ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଙ୍କ ସୂତ୍ରରୁ ପ୍ରକାଶିତ ପ୍ରେସ୍‍ ବିଜ୍ଞପ୍ତି ଅନୁଯାୟୀ, ଚଳିତବର୍ଷ ଅଗଷ୍ଟ ମାସ ପରେ ରନ୍ଧନ ଗ୍ୟାସ୍‍ ମୂଲ୍ୟରେ ଏହା ହେଉଛି କ୍ରମାଗତ ଭାବେ ଚତୁର୍ଥଥର ବୃଦ୍ଧି । ଏଲ୍‍ପିଜି ଦରରେ ବୃଦ୍ଧି ଫଳରେ ରାଜଧାନୀ ନୂଆଦିଲ୍ଲୀରେ ରିହାତି ଏଲ୍‍ପିଜି ସିଲିଣ୍ଡର ପିଛା (୧୪.୨ କେ.ଜି.) ମୂଲ୍ୟରେ ୪ ଟଙ୍କା ୫୦ ପଇସା ବୃଦ୍ଧି ଘଟି ୪୯୫.୬୯ ଟଙ୍କାରେ ପହଞ୍ଚôଛି । ପୂର୍ବରୁ ଏହା ସିଲିଣ୍ଡର ପିଛା ୪୭୯.୭୭ ଟଙ୍କା ରହିଥିଲା । ଶେଷଥର ପାଇଁ ଅକ୍ଟୋବର ପହିଲାରେ ଏହାର ମୂଲ୍ୟରେ ସିଲିଣ୍ଡର ପିଛା ୫୦ ପଇସା ବୃଦ୍ଧି ଘଟିଥିଲା । ଗତବର୍ଷ ଜୁଲାଇ ଠାରୁ ମାସିକ ଏଲ୍‍ପିଜି ମୂଲ୍ୟରେ ଦୁଇଟଙ୍କା କରି ମୂଲ୍ୟ ବୃଦ୍ଧି ଘଟାଇବା ନିଷ୍ପତ୍ତି ନିଆଯାଇଥିବାରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍‍ପିଜି ସିଲିଣ୍ଡର ମୂଲ୍ୟରେ ୭୬ ଟଙ୍କା ୫୧ ପଇସା ବୃଦ୍ଧି ଘଟିଛି । ୨୦୧୬ ଜୁନ୍‍ରେ ଏଲ୍‍ପିଜି ସିଲିଣ୍ଡର ପିଛା ମୂଲ୍ୟ ୪୧୯ ଟଙ୍କା ୧୮ ପଇସା ରହିଥିଲା । ମାସିକ ଏଲ୍‍ପିଜି ମୂଲ୍ୟରେ ଦୁଇଟଙ୍କା ଲେଖାଏଁ ବୃଦ୍ଧି ଘଟାଇବା ଲାଗି କେନ୍ଦ୍ର ସରକାର ପୂର୍ବରୁ ଆଇଓସିଏଲ୍‍, ବିପିସିଏଲ୍‍ ଏବଂ ଏଚ୍‍ପିସିଏଲ୍‍ ଭଳି ତୈଳ କମ୍ପାନୀକୁ ନିର୍ଦ୍ଦେଶ  ଦେଇଥିଲେ । ସେହିଭଳି ଆଜି ଅଣ-ରିହାତି ସିଲିଣ୍ଡର ପିଛା ମୂଲ୍ୟରେ ୯୩ ଟଙ୍କା ବୃଦ୍ଧି ଘଟି ୭୪୨ ଟଙ୍କା ହୋଇଛି । ଏହାବ୍ୟତୀତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବୁଧବାର ବିମାନ ଟର୍ବାଇନ୍‍ ଇନ୍ଧନ ମୂଲ୍ୟରେ କିଲୋ ଲିଟର ପିଛା ୨% ବୃଦ୍ଧି ଘଟାଇଛନ୍ତି । ଫଳରେ ଏହି ଇନ୍ଧନ ମୂଲ୍ୟରେ କିଲୋ ଲିଟର ପିଛା ଦର ୫୪,୧୪୩ ଟଙ୍କା ହୋଇଛି ।

କେନ୍ଦ୍ର ସରକାରଙ୍କ ଏତାଦୃଶ ଜନବିରୋଧୀ, ଅଗଣତାନ୍ତ୍ରିକ, ସ୍ୱେଚ୍ଛାଚାରୀ ଓ ଅହେତୁକ ଦରବୃଦ୍ଧି ନିଷ୍ପତ୍ତିର ଦୃଢ଼ ନିନ୍ଦା କରି ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲିକଙ୍କ ନେତୃତ୍ୱରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ମଲିକ କହିଥିଲେ ଯେ କେନ୍ଦ୍ର ସରକାର ଯେଉଁମାନଙ୍କୁ ସବ୍‍ସିଡିରେ ଗ୍ୟାସ୍‍ ଦେଇଛନ୍ତି ସେମାନେ ଏବେ ଏହି ଦରବୃଦ୍ଧି ଯୋଗୁ ରିଫିଲିଂ କରିପାରୁ ନାହାନ୍ତି । ସବ୍‍ସିଡି ପାଇଥିବା ମହିଳାଙ୍କ ମଧ୍ୟରୁ ୨୦ ପ୍ରତିଶତ ମହିଳା ସିଲିଣ୍ଡର ଭରୁଥିବା ବେଳେ ବାକି ୮୦ ପ୍ରତିଶତ ମହିଳାଙ୍କ ପକ୍ଷରେ ଗ୍ୟାସ୍‍ରେ ରୋଷେଇ କରିବା ସ୍ୱପ୍ନ ହୋଇଯାଇଛି । ସବ୍‍ସିଡିରେ ଗ୍ୟାସ୍‍ ଦେଇ ମହିଳାଙ୍କ ଭୋଟ ହାତେଇବା ପାଇଁ ଯେଉଁ ଯୋଜନା କେନ୍ଦ୍ର ସରକାର କରିଥିଲା ତାହା ଏବେ ଫସର ଫାଟିଯାଇଛି । ଅଧିକ ପରିମାଣର ସିଲିଣ୍ଡର ଗ୍ୟାସ୍‍ ବିକ୍ରି କରି ଲୋକଙ୍କୁ ଶୋଷଣ କରିବା କେନ୍ଦ୍ର ଏନ୍‍ଡିଏ ସରକାରର ଯୋଜନା ବୋଲି ଶ୍ରୀମତୀ ମଲିକ କହିଥିଲେ । ଆଗାମୀ ୬ ତାରିଖରେ ପ୍ରତ୍ୟେକ ଆର୍‍ଡିସି ଅଫିସ୍‍ ଆଗରେ ବିଜୁ ଜନତା ଦଳ ବିକ୍ଷୋଭ କରିବ । ଏହାବାଦ୍‍ ଏଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତି ପ୍ରତ୍ୟାହାର ଓ ରନ୍ଧନ ଗ୍ୟାସ୍‍ ଦର ବୃଦ୍ଧି କରିବାରୁ ବିରତ ନହେଲେ, କେନ୍ଦ୍ର ସରକାର ବିରୋଧରେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ଅଫିସ୍‍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତୀ ମଲିକ କହିଛନ୍ତି । ଧାରଣା ଓ ବିକ୍ଷୋଭ ପରେ ଶ୍ରୀମତୀ ମଲିକଙ୍କ ନେତୃତ୍ୱରେ ଏକ ୩୦ଜଣିଆ ପ୍ରତିନିଧି ଦଳ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ମହିଳାଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ଏନ୍‍ଡିଏ ସରକାରଙ୍କର ଏଭଳି ଗରିବମାରଣ ନୀତିକୁ ବିରୋଧ କରି ବିକ୍ଷୋଭ ଓ ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଉଷା ଦେବୀ, ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ବିଧାୟିକା ଟୁକୁନି ସାହୁ, ନନ୍ଦିନୀ ଦେବୀ,  ମେୟର ଅନନ୍ତ ନାରାୟଣ ଜେନା, ଭାରତୀ ସିଂହ, ଶ୍ରୀମୟୀ ମିଶ୍ର, ଏଲିନା ଦାଶ, ସୁଲୋଚନା ଦାସ, ଗୀତାଞ୍ଜଳି ବସ୍ତିଆ, ରୁନୁ ଜେନା, ମାନସୀ ସୁନ୍ଦରରାୟ, ପ୍ରୀତିନନ୍ଦା ରାଉତରାୟ, ମହାମାୟା ସ୍ୱାଇଁଙ୍କ ସମେତ ୪ ହଜାରରୁ ଊଦ୍ଧ୍ୱର୍ ମହିଳା ସାମିଲ ହୋଇଥିଲେ ।

 ବିଜେଡି କାହା ସ୍ୱାର୍ଥରେ ଏଲପିଜି ମୂଲ୍ୟ ବୃଦ୍ଧି ନେଇ  ଆନେ୍ଦାଳନକୁ ଓହ୍ଲାଇଛି  ବୋଲି ପ୍ରଶ୍ନ କରିବା ସହ  ଏଲପିଜି ଦର ବୃଦ୍ଧିକୁ ଆଳ କରି ବିଜେଡିର  ଆନ୍ଦୋଳନ କୁମ୍ଭୀର କାନ୍ଦଣା ଛଡା କିଛି ନୁହେଁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚାର ସଭାନେତ୍ରୀ  ପ୍ରଭାତୀ ପରିଡା କହିଛନ୍ତି ।  ସେ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜିର ମୂଲ୍ୟ ଖୁବ ଅଧିକ ବୃଦ୍ଧି ହୋଇଥିବା ସତ୍ୱେ ସବସିଡିଯୁକ୍ତ ଗ୍ରାହକ ମାନଙ୍କ ଉପରେ କୌଣସି ବୋଝ ନ ଲଦିବାକୁ କେନ୍ଦ୍ର ସରକାର ନିର୍ଣୟ ନେଇଛନ୍ତି ।  ଯେଉଁ  ୪.୬୦ ଟଙ୍କା ମୂଲ୍ୟରେ ବୃଦ୍ଧି ହୋଇଛି ତାହା ପାଂଚ ପ୍ରତିଶତ ଜିଏସଟି କାରଣରୁ ହୋଇଛି । ଏହି ପାଂଚ ପ୍ରତିଶତ ଜିଏସଟି ଲଗାଇବା ନିଷ୍ପତି ଜିଏସଟି କାଉନସିଲ ନେଇଥିବା ବେଳେ ଏହି କାଉନସିଲର ନିଷ୍ପତି  ଓଡିଶା ସରକାରଙ୍କ ସହମତି ଆଧାରରେ ହୋଇଛି ।  ଏହି ୪.୬୦ ଟଙ୍କାରର ୪୨ ପ୍ରତିଶତ ସିଧା ସିଧା ରାଜ୍ୟ ତହବିଲକୁ ଆସିବ  । ପେଟ୍ରୋଲ ଡିଜେଲ ଦାମ ଦୁଇ ଟଙ୍କା କମ ହେଲେ ରାଜ୍ୟ ସରକାର ୧.୩୨ ଟଙ୍କା ରାଜସ୍ୱ ହରାଉଛନ୍ତି ବୋଲି ରାଜ୍ୟ  ଅର୍ଥ ମନ୍ତ୍ରୀ ଆଳ ଦେଖାଇ ଭ୍ୟାଟ ନ କମାଇବା ପାଇଁ କହିଥିଲେ ।  ଜିଏସଟି କାରଣରୁ ଏଲପିଜି ସିଲିଣ୍ଡରର  ମୂଲ୍ୟ ବୃଦ୍ଧିର ଫାଇଦା ରାଜ୍ୟ ସରକାର ନେଉଥିବା ବେଳେ ସତକୁ ଲୁଚାଇ ଧନୀ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି  ଆନ୍ଦୋଳନ କରୁଛି  ବୋଲି ସେ କହିଛନ୍ତି । 

ସେ କହିଛନ୍ତି ଯେ ଜିଏସଟି କାରଣରୁ ୧୨ଟି ସିଲିଣ୍ଡରରେ ମାମୁଲି  ୪.୬୦ ଟଙ୍କା ମୂଲ୍ୟ ବଢଛି । ୧୨ଟିରୁ ଅଧିକ ସିଲିଣ୍ଡର ନେଉଥିବା ପରିବାର ଉପରେ ୯୪ ଟଙ୍କା ମୂଲ୍ୟ ବୃଦ୍ଧି ହୋଇଛି । ଧନୀ ଲୋକ ଓ ବିଜେଡିର ଏମପି, ଏମଏଲଏଙ୍କର ବର୍ଷକୁ ୧୨ରୁ ଅଧିକ ସିଲିଣ୍ଡର ବ୍ୟବହାର କରୁଥିବା  ବ୍ୟକ୍ତିଙ୍କ  ପାଇଁ  ଦାମ ବୃଦ୍ଧି ପ୍ରତିବାଦରେ  ବିଜେଡି ଆନ୍ଦୋଳନ  କରୁଛି କି  । ମୋଦି ସରକାର ସାଧାରଣ ଲୋକଙ୍କର ଏଲପିଜି ଦର କମ ରଖିଛି । ମାତ୍ର ବିଜେଡି ଧନୀ ଲୋକଙ୍କ ପାଇଁ ଆନେ୍ଦାଳନ କରୁଛି  ।  ଅଣ ସବସିଡି ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୯୪ ଟଙ୍କା ବୃଦ୍ଧି ହୋଇଛି । ଏହା ସାଧାରଣ ଏଲପିଜି ଗ୍ରାହକ ୧୨ଟି ସିଲିଣ୍ଡର କ୍ରୟ କରିବା  ଯାଏ ଏହି ବର୍ଧିତ ମୂଲ୍ୟ ଲାଗିବ ନାହିଁ ।  ଅଣ ସବସିଡି ଯୁକ୍ତ ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୪.୬୦ ଟଙ୍କା ବୃଦ୍ଧି ପାଇଛି ।  ଅକ୍ଟୋବର ମାସରେ  ସିଲିଣ୍ଡର ପିଛା ମୂଲ୍ୟ ୫୦୨.୦୨ ଟଙ୍କା ଥିବା ବେଳେ ନଭେମ୍ବର ମାସରେ ଏହା ବୃଦ୍ଧି ପାଇ ୫୦୬.୬୨ ଟଙ୍କା  ହେବ । 

 

ଶ୍ରୀମତୀ ପରିଡା କହିଛନ୍ତି   ଯେ ନଭେମ୍ବର ମାସରେ ସବସିଡି ବାବଦରେ ବ୍ୟାଙ୍କ ଖାତାରେ ସାଧାରଣ ଗ୍ରାହକଙ୍କ ଖାତାରେ  ଅକ୍ଟୋବର ମାସ ତୁଳନାରେ ଟ.୮୯.୪୦  ଅଧିକ  ଫେରସ୍ତ ରାଶି ଜମା ହେବ ।  ଅକ୍ଟୋବର ମାସରେ ଫେରସ୍ତ ରାଶି ୧୬୫.୪୮ ଟଙ୍କା  ହେଉଥିବା ବେଳେ ନଭେମ୍ବର ମାସରେ ଏହି ରାଶି ୨୫୪.୮୮ ଟଙ୍କା ହେବ ।  ଅଣ ସବସିଡିଯୁକ୍ତ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ପଛରେ ଅନ୍ତରାଷ୍ଟ୍ରୀୟ  ବଜାରରେ  ଅକ୍ଟୋବର ତୁଳନାରେ ନଭେମ୍ବର ମାସରେ  ଗ୍ୟାସ ମେଟ୍ରିକ ଟନ ପିଛା ୭୯ ଡଲାର ବୃଦ୍ଧି ପାଇବା ହେଉଛି କାରଣ  । ଅକ୍ଟୋବରରେ ମେଟ୍ରିକ ଟନ ପିଛା ୪୮୬ ଡଲାର ଥିବା ବେଳେ ନଭେମ୍ବର ମାସରେ  ଏହା ବୃଦ୍ଧି ପାଇ ୫୬୫ ଡଲାରରେ ପହଂଚିଛି ।

 

ଅନ୍ତରାଷ୍ଟ୍ରୀୟ ବଜାରରେ ଏତେ ମାତ୍ରାରେ  ବୃଦ୍ଧି ହେଲେ ସୁଦ୍ଧା ସାଧାରଣ ଗ୍ରାହକ ଯେଉଁ ମାନେ ସବସିଡିଯୁକ୍ତ ୧୨ଟି ସିଲିଣ୍ଡର ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ମାମୁଲି ମୂଲ୍ୟବୃଦ୍ଧି ଘଟିଛି ।  ମୋଦି ସରକାର ଗରୀବର ସ୍ୱାର୍ଥ ସୁରକ୍ଷାକାରୀ ସରକାର । ତେଣୁ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ କ୍ରୟ ଉପରେ ମାମୁଲି ୪.୬୦ ଟଙ୍କା ବଢିଥିବା ବେଳେ ବ୍ୟାଙ୍କ ଖାତାକୁ ରିହାତି ଆକାରରେ ଫେରୁଥିବା ଅର୍ଥରେ ୮୯.୪୦ ଟଙ୍କା ବୃଦ୍ଧି ପାଇଛି ।  ତେଣୁ ସାଧାରଣ ଗ୍ରାହକ ଉପରେ ଆର୍ଥିକ ବୋଝ ପଡିବ ନାହିଁ  ବୋଲି ସେ କହିଛନ୍ତି ।

 

0
0
0
s2sdefault