ହେଡଲାଇନସ୍:

ଆଲଲାଜୁକ ମୁହଁରେ ଖଡାଗଛ ଉଠିଲେ......

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କୋଉ ନୀତି ନୈତିକତା ରେ ଗେଣ୍ଡୁ ମାଳା ପକାଇ ଥାନାକୁ ଯାଉଥିଲେ ଗୋଲୋକ ବିହାରୀ !!!!!

ଛତ୍ରପୁର ଥାନାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ହାଜର  

ଭୁବନେଶ୍ୱର:  ଗୋଲକ ମହାପାତ୍ର ଜଣେ ଅଭିଯୁକ୍ତ ଆସାମୀ । ହତ୍ୟାକାରୀକୁ ସେ ପ୍ରତ୍ୟକ୍ଷ ଭାବେ ଲୁଚାଇ ରଖିବା ପାଇଁ ଶ୍ରୀ ମହାପାତ୍ର ସହଯୋଗ କରିଛନ୍ତି ବୋଲି ସେ ଗଣମାଧ୍ୟମରେ ନିଜେ ସ୍ୱୀକାର କରିଛନ୍ତି । ଏ ସଂପର୍କରେ ସମସ୍ତ ତଥ୍ୟ ପଦାକୁ ଆସିଗଲାଣି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ୱୀକାର କରିଛନ୍ତି କୃଷ୍ଣ ତାଙ୍କ ଦଳର କର୍ମୀ । ଗୋଟିଏ ଜଘନ୍ୟ ହତ୍ୟା ପଛରେ ତାଙ୍କର ଦଳର କର୍ମୀ ଓ ନେତା ସଂପୃକ୍ତି ଥିବା ପୋଲିସ ତଦନ୍ତରେ ପ୍ରମାଣିିତ ହେଲା ପରେ ମଧ୍ୟ ସେମାନେ ମୁହଁ ଟାଣକରି କଥା କହୁଛନ୍ତି । ଏହା ସାଧାରଣରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି । ଗୋଲକ ମହାପାତ୍ର ଥାନାକୁ ଗଲାବେଳେ ଯେଉଁ ପଟୁଆର କରି ତାଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ନେଉଛନ୍ତି, ସେଥିରେ ବିଜେପିର ନୀତି ଓ ନୈତିକତା ସମାଧି ପାଇଛି । ଏଥିରେ ସାଧାରଣ ଲୋକମାନେ ଗଭୀର ପ୍ରତିକ୍ରିୟା ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଜେପି ସଭାପତି ବସନ୍ତ ପଣ୍ଡା ତାଙ୍କ ଦଳର ନେତା ଓ କର୍ମୀ ହତ୍ୟା ଘଟଣାରେ ସଂପୃକ୍ତ ଥିବା ପ୍ରମାଣିତ ହେଲା ପରେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରି ମୁହଁରେ ତୁଣ୍ଡି ବାନ୍ଧି ବସିରହିବାର କାରଣ କ’ଣ? ସେ ସଂପର୍କରେ ସଭାପତି ଶ୍ରୀ ପଣ୍ଡା ସ୍ପଷ୍ଟ କରିବା ଉଚିତ୍‍, ନଚେତ୍‍ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେବ ଯେ ଭାରତୀୟ ଜନତା ପାର୍ଟି ଅପରାଧ ଓ ଅପରାଧୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମର୍ଥନ କରୁଛି । ଏହା ଭାରତୀୟ ଜନତା ପାର୍ଟିର ଅପରାଧିକ ନଗ୍ନ ଚିତ୍ରକୁ ପଦାକୁ ପକାଇଛି ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଧାୟକ ଦେବାଶିଷ ସାମନ୍ତରାୟ ଓ ସସ୍ମିତ ପାତ୍ର  କହିଛନ୍ତି  । 

ସେମାନେ କହିଛନ୍ତି ବରଗଡ଼ରେ ଚାଷୀମୃତୁ୍ୟ ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଦେବାଶିଷ ସାମନ୍ତରାୟ କହିଛନ୍ତି, ଜଣେ ଚାଷୀର ମୃତୁ୍ୟ ନିଶ୍ଚିତ ଭାବରେ ଦୁଃଖଦାୟକ । ଏଥିରେ ସମସ୍ତେ ଦୁଃଖିତ ଓ ମର୍ମାହତ ହେବା ଦରକାର । ଏଭଳି ମୃତୁ୍ୟକୁ ନେଇ ରାଜନୀତି କରିବା ଆଦୌ ବା‚ନୀୟ ନୁହେଁ । ବିଜେପି ଯେଉଁ ପ୍ରସଂଗକୁ ନେଇ ରାଜନୀତି କରୁଛି, ସେ ଆତ୍ମସମୀକ୍ଷା କରିବା ଦରକାର । ବିଜେପି ଶାସିତ ରାଜ୍ୟଗୁଡିକରେ ମଧ୍ୟ ଏଭଳି ଦୁଃଖଦାୟକ ଘଟଣା ବାରମ୍ବାର ଘଟୁଛି । ସେ ସଂପର୍କରେ ବିଜେପିର ଆଭିମୁଖ୍ୟ କ’ଣ, ତାହା ସ୍ପଷ୍ଟ କରିବା ଉଚିତ୍‍ । ଏଭଳି ଅଘଟଣ ପାଇଁ ରାଜ୍ୟ ସରକାର ତ୍ୱରିତ୍‍ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର ୩ଜଣିଆ ବୈଷୟିକ ଟିମ୍‍ ଗଠନ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଜିଲ୍ଲାପାଳମାନଙ୍କୁ ଏ ନିଦେ୍ର୍ଧଶ ଦିଆଯାଇଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନିଜ ଜିଲ୍ଲାରେ ଯେଉଁ ଫସଲରେ ପୋକ ଲାଗି ହାନି ହୋଇଥିବ, ତା’ର କ୍ଷୟକ୍ଷତି ଆକଳନ କରି ରିଲିଫ୍‍ କୋଡ୍‍ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

 ସୂଚନାଯୋଗ୍ୟ ଲକ୍ଷ୍ମୀଦତ ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ଛତ୍ରପୁର ଥାନାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ହାଜର ହୋଇଥିଲେ   । ୨ ଟି ପର୍ଯ୍ୟାୟରେ ତାଙ୍କୁ ୩ ଘଂଟା ଜେରା କରାଯାଇଛି  । ଦ୍ୱିତୀୟ ପର୍ଯ୍ୟାୟ ଜେରା ପରେ ଗୋଲକ ସଂଧ୍ୟାରେ ଥାନାରୁ ବାହାରିଥିଲେ  । ସେଠାରୁ ବାହାରିବା ପରେ ଶ୍ରୀ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୋଲିସ୍ ତାଙ୍କୁ ଯାହା ଯାହା ପଚାରିଲା ସେ ତାର ଉତର ଦେଇଛନ୍ତି । ଆଗକୁ ମଧ୍ୟ ସେ ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ । 

ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ହତ୍ୟା ଘଟଣାରେ ଧରାପଡିଥିବା କୃଷ୍ଣ ନାୟକ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିବା ଜଣାପଡିବା ପରେ  ଛତ୍ରପୁର ଥାନା ପକ୍ଷରୁ ଗୋଲକଙ୍କୁ ଥାନାରେ ହାଜର ହେବା ପାଇଁ  ନୋଟିସ୍ କରାଯାଇଥିଲା  । ଏହା ଅନୁଯାୟୀ ବୁଧବାର ଦିନ ସକାଳୁ ଗୋଲକ ଛତ୍ରପୁର ଅଭିମୁଖେ ଯାଇଥିଲେ  । ତାଙ୍କ ସହିତ ବିଜେପିର ଅନ୍ୟ ନେତା , ପୂର୍ବତନ ମନ୍ତ୍ରୀ , ବିଧାୟକ , ସ୍ଥାନୀୟ ନେତା  ମଧ୍ୟ ଛତ୍ରପୁର ଯାଇଥିଲେ  । ଥାନା ପର୍ଯ୍ୟନ୍ତ ଗୋଲକଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା  । କଡା ସୁରକ୍ଷା ବଳୟରେ ୧୬୧ ଧାରାରେ ତାଙ୍କର ବ୍ରାନ ରେକର୍ଡ  କରାଯାଇଥିଲା  । ପ୍ରଥମ ପର୍ଯ୍ୟାୟରେ ପୋଲିସ୍ ଗୋଲକଙ୍କୁ  ପ୍ରାୟ ଏକ ଘଂଟା ପାଇଁ ପଚରାଉଚରା କରାଯାଇଥିଲା  ।  ଥାନାରେ ଅତିରିକ୍ତ ଏସପି ଓ ଏସଡିପିଓ  ଉପସ୍ଥିତିରେ ଗୋଲକଙ୍କୁ ଜେରା କରାଯାଇଥିଲା  । ୨ ଘଂଟାର ବିରତି ପରେ ପୁଣି ଥରେ ତାଙ୍କୁ ୨ ଘଂଟା ଜେରା କରାଯାଇଥିଲା  । 

0
0
0
s2sdefault