ହେଡଲାଇନସ୍:

ଅଠାକାଠିରେ ଗୋଲୋକ : ବିଜେଡିର ଇଙ୍ଗିତ -ଚୋର ମନ ଚୋର ଗଣ୍ଠିରେ !!!!!!!!! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନଈ ନଦେଖଉନୁ କାହିଁକି ଲଙ୍ଗଳା ହେଉଛନ୍ତି ଗୋଲୋକ ବାବୁ ! ଫେରାର ଆସାମୀକୁ ଉତ୍ତରାଖଣ୍ଡରେ ସରକାରୀ ଗେଷ୍ଟ ହାଉସ ମିଳିଲା କେମିତି !! ସେମାନଙ୍କ ପାଇଁ ଗେଷ୍ଟ ହାଉସ ବୁକ କଲା କିଏ !!! ସରକାରୀ ଗେଷ୍ଟ ହାଉସ୍‍ର ୨୦୪ ନମ୍ବର ରୁମ୍‍ କାହା ନାରେ ବୁକ ହୋଇଥିଲା !!!! କିଏ ସେ ପ୍ରଭାବଶାଳୀ ଓଡ଼ିଆ ବିଜେପିନେତା ଯାହାର ଚାପ କାମ କରେ ଉତ୍ତରାଖଣ୍ଡରେ !!!!! ଯଦି ଗୋଲୋକ ବାବୁ ନିର୍ଦୋଷ , ତଦନ୍ତକୁ ଅପେକ୍ଷା କରନ୍ତୁ!!!!!! ପୋଲିସ ଡାକିବା ପୂର୍ବରୁ ଭୟାତୁର ବୟାନବାଜି କାହିଁକି !!!!!!! ଡେରାଡୁନରେ ଥିବାବେଳେ ଯୋଗାଯୋଗରେ ଥିଲେ କେଉଁ ବିଜେପି ନେତା !!!!!!!!

ଭୁବନେଶ୍ୱର// chakradhar majhi  : ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାର ରହସ୍ୟ ଏବେ ଧୀରେ ଧୀରେ ପଦାକୁ ଆସୁଛି । ପୂର୍ବରୁ ଯେଉଁ ସନେ୍ଦହ କରାଯାଉଥିଲା, ଏ ହତ୍ୟା ପଛରେ ବିଜେପିର ହାତ ଅଛି ତାହା ଏବେ ସ୍ପଷ୍ଟ ହେବାରେ ଲାଗିଛି । ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ପୋଲିସକୁ ବିସ୍ଫୋରକ ବୟାନ ଦେଇଛନ୍ତି । ସେମାନଙ୍କୁ ବିଜେପି ନେତା ଗୋଲକ ମହାପାତ୍ର ଫେରାର କରାଇବାରେ ସାହାଯ୍ୟ କରିବା ସହିତ ଉତ୍ତରାଖଣ୍ଡର ଡେରାଡୁନରେ ଲୁଚାଇ ରଖିଥିବା ଅଭିଯୁକ୍ତ ଦ୍ୱୟ କହିଛନ୍ତି । 

ଯେହେତୁ ଗୋଲକ ମହାପାତ୍ର ଗଞ୍ଜାମ ଜିଲ୍ଲା ପ୍ରଭାରୀ, ତେଣୁ ତାଙ୍କ ସହ ଅନେକ ଲୋକ ଯୋଗାଯୋଗରେ ଥାଇପାରନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଘଟଣା ଘଟିବା ପୂର୍ବରୁ ବା ଘଟଣା ଘଟିବା ଦିନ କିମ୍ବା ଘଟଣା ଘଟିବା ପରେ ଗୋଲକବାବୁ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗରେ ଥିଲେ କି?  ଅଭିଯୁକ୍ତମାନେ ବ୍ରହ୍ମପୁରରୁ ଉତ୍ତରାଖଣ୍ଡ କିପରି ଗଲେ?  ଉତ୍ତରାଖଣ୍ଡ ସରକାରୀ ଗେଷ୍ଟ ହାଉସ୍‍ର ୨୦୪ ନମ୍ବର ରୁମ୍‍ ବୁକ୍‍ କରିଥିଲା କିଏ? କୌଣସି ସାଧାରଣ ଲୋକ ସରକାରୀ ଗେଷ୍ଟ ହାଉସ୍‍ ବୁକ୍‍ କରିବା ସମ୍ଭବ ନୁହେଁ । ପ୍ରଶାସନିକ ଅଧିକାରୀ, ପୂର୍ବତନ କିମ୍ବା ବର୍ତ୍ତମାନର ଜଣେ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ରୁମ୍‍ ବୁକ୍‍ କରାଯାଇଥାଏ । ତେଣୁ ଓଡ଼ିଶାର କେହି ପ୍ରଭାବଶାଳୀ ବିଜେପି ନେତା ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗ କରି ସେଠାକାର ସରକାରୀ ଗେଷ୍ଟ ହାଉସ୍‍ରେ ରୁମ୍‍ ବୁକ୍‍ କରିନଥିଲେ ତ? କାରଣ ଉତ୍ତରାଖଣ୍ଡରେ ବର୍ତ୍ତମାନ ବିଜେପି ସରକାରରେ ଅଛି । ବିନା ନିଆଁରେ ଧୂଆଁ ବାହାରେନି । ଅଭିଯୁକ୍ତ ଦ୍ୱୟ ଡେରାଡୁନ୍‍ରେ ରହି ଓଡ଼ିଶା ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିଲେ । ଏହା ପ୍ରମାଣିତ କରୁନାହିଁ କି ପରୋକ୍ଷରେ ଏହି ଘଟଣାରେ ବିଜେପି ନେତାଙ୍କ ସଂପୃକ୍ତ ରହିଛି? ପୂର୍ବରୁ ବିଜେପିର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱୀକାର କରିଛନ୍ତି ଯେ ଯିଏ ମୁଖ୍ୟ ଆସାମୀ ସେ ତାଙ୍କ ଦଳରେ ଯୋଗ ଦେଇଛନ୍ତି ଏବଂ ଆଇନ୍‍ ତା’ବାଟରେ ଯିବ । ଏହାପରେ ବିଜୁ ଜନତା ଦଳକୁ ବିଜେପିର ଅଙ୍ଗୁଳି ନିର୍ଦ୍ଦେଶ କରିବାର ଯଥାର୍ଥ କ’ଣ ବୋଲି  ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ପ୍ରଶ୍ନ ପଚାରିଛନ୍ତି ।

ଶ୍ରୀ ଦେବ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଆରମ୍ଭ ହୋଇନାହିଁ । ଅଭିଯୁକ୍ତ ଯେଉଁମାନେ ସେମାନେ ରିମାଣ୍ଡରେ ଯିବେ । ଜେରା ସମୟରେ ଅଭିଯୁକ୍ତ ଯାହା ନାଁ ନେବ ତାକୁ ପୋଲିସ ଡାକିବ । ବର୍ତ୍ତମାନ ସୁଦ୍ଧା ପୋଲିସ ଗୋଲକ ମହାପାତ୍ରଙ୍କୁ ଡାକିନାହିଁ, ତେବେ ପୂର୍ବରୁ ଗୋଲକ କାହିଁକି କହୁଛନ୍ତି ଆମେ କରିନାହୁଁ? ‘ନଈ ନଦେଖୁଣୁ....’ ଏସ୍‍ପି ଷଡ଼ଯନ୍ତ୍ରରେ ମିଶିଗଲେ, ବୋଲି ଗଣମାଧ୍ୟମରେ ପ୍ରଳାପ କରୁଛନ୍ତି କାହିଁକି? ଏସ୍‍ପିଙ୍କୁ ଟାର୍ଗେଟ୍‍ କରିବା କ’ଣ ଦରକାର? ଯଦି ଗୋଲକବାବୁ ନିଦେ୍ର୍ଧାଷ, ତେବେ ତଦନ୍ତ ସହଯୋଗ କରନ୍ତୁ, ଏତେ ଭୟ କାହିଁକି ଓ ଗଣମାଧ୍ୟମରେ ଏତେ ବୟାନବାଜୀ କାହିଁକି? ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ହତ୍ୟାର ଦୁଇ ଷଢ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡିକୁ ଡେରାଡୁନ ଫେରାର କରାଇବାରେ ବିଜେପିର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଦୁଇ ଷଢ଼ଯନ୍ତ୍ରକାରୀ ନିଜେ ଏକଥା କହିଥିବା ଭିଡ଼ିଓ ପ୍ରଘଟ ହୋଇଥିଲା ।  ଏନେଇ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ  ଯେ ଏ ଘଟଣାରେ ତାଙ୍କୁ ଫସାଇବାକୁ ଷଡଯନ୍ତ୍ର କରାଯାଉଛି । ଏ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଥିଲେ  । ସେ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ଦଳୀୟ ପ୍ରଭାରୀ ଭାବେ ମୋତେ ବହୁ ଲୋକ ଫୋନ କରନ୍ତି । କେତେ ବେଳେ କିଏ ଫୋନ କରନ୍ତି ମୁଁ ଜାଣିନି । ମୋର ଏ ଘଟଣା ସହିତ କିଛି ସଂପୃକ୍ତି ନାହିଁ ମୁଁ କାହାକୁ କେଉଁଠି ରଖେଇ ନାହିଁ । ମୋତେ ଫସାଇବାକୁ ଷଢ଼ଯନ୍ତ୍ର ହୋଇଛି ଏହାର ନିରପେକ୍ଷ ତଦନ୍ତ କରାଯାଉ ସିବିଆଇ ଅବା ହାଇକୋର୍ଟଙ୍କ ତତ୍ୱାବଧାନରେ ଏହାର ତଦନ୍ତ କରାଯାଉ ଓ ମୁଁ ସବୁ ପ୍ରକାର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ।  ସେ ପୋଲିସକୁ ମଧ୍ୟ ଟାର୍ଗେଟ କରିଛନ୍ତି ସେ କହିଛନ୍ତି,ଆଇନ ଉଲ୍ଲଂଘନ କରି ପୋଲିସ କେମିତି ଭିଡିଓ ରିଲିଜ କଲା? ସୂଚନାଯୋଗ୍ୟ ଯେ  ଶନିବାର ଦିନ  ଗିରଫ ଏହି ଦୁଇ ଅଭିଯୁକ୍ତଙ୍କ ଏକ ଭିଡିଓ ଜାରି କରାଯାଇଥିଲା ଯେଉଁଥିରେ ସେମାନେ ଗୋଲକଙ୍କ ନାଁ ନେଉଛନ୍ତି !

0
0
0
s2sdefault