ହେଡଲାଇନସ୍:

‘ଘୋଷଣା ସର୍ବସ୍ୱ ସରକାରଙ୍କ’ ଆଉ ଏକ ଡ୍ରାମା: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜିଲ୍ଲାପାଳ ସମ୍ମିଳନୀରେ ବିଭାଗୀୟ ସଚିବମାନେ ଜିଲ୍ଲାକୁ ମାସିକ ଅନୁ୍ୟନ ୪ଦିନ ଯାଇ ବିକାଶକାମର ସମୀକ୍ଷା ଘୋଷଣା

ଭୁବନେଶ୍ୱର : ଶନିବାର ଦିନ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ  ଜିଲ୍ଲାପାଳ ସମ୍ମିଳନୀରେ ବିଭାଗୀୟ ସଚିବମାନେ ଜିଲ୍ଲାକୁ ମାସିକ ଅନୁ୍ୟନ ୪ଦିନ ଯାଇ ବିକାଶକାମର ସମୀକ୍ଷା କରିବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଘୋଷଣା ସର୍ବସ୍ୱ ସରକାରଙ୍କ ଆଉ ଏକ ଡ୍ରାମା ବୋଲି କହିଛନ୍ତି ବିଜେପି ନେତା ତଥା ବିଧାୟକ ପ୍ରଦୀପ ପୁରୋହିତ  । ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଅକ୍ଟୋବର ୧୫.୨୦୧୫ ମସିହାରେ ଜାରି ଏକ ଘୋଷଣାନାମାକୁ ଉପସ୍ଥାପିତ କରିଛନ୍ତି ବିଧାୟକ ଶ୍ରୀ ପୁରୋହିତ । ଏହି ଘୋଷଣାନାମାରେ ମାସର ପ୍ରଥମ ସପ୍ତାହରେ ୪ଦିନ ମନ୍ତ୍ରୀ ଓ ସଚିବମାନେ ସଚିବାଳୟରେ ନ ରହି ଜିଲ୍ଲା ଗସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିବା ପ୍ରକାଶ କରାଯାଇଛି ।  ଏହା ସହ ଶ୍ରୀ ପୁରୋହିତ କହିଛନ୍ତି ୧୮ ବର୍ଷ ପାଖାପାଖି ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବମାନଙ୍କୁ ଅନୁ୍ୟନ ୫ଥର ଏପରି ନିର୍ଦ୍ଦେଶନାମା  ଦେଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏପରିକି ସଚିବମାନଙ୍କୁ ବ୍ଲକସ୍ତରକୁ ଯାଇ ବିକାଶ କାମର ସମୀକ୍ଷା କରିବା ସହ ସେଠାରେ ରାତି୍ରଯାପନ ପାଇଁ ମଧ୍ୟ  ନିର୍ଦ୍ଦେଶ ଜାରି କରିଥିଲେ । ଶନିବାର ଦିନର ସଚିବମାନଙ୍କୁ ମାସକୁ ୪ଦିନ ଜିଲ୍ଲା ଗସ୍ତ ପାଇଁ ନିର୍ଦେଶ  ପରିପ୍ରେକ୍ଷୀରେ ଅକ୍ଟୋବର ୧୫.୨୦୧୫ ମସିହାର ନିର୍ଦେଶ  ଓ ପୂର୍ବରୁ ଏହିପରି ଅନେକବାର ନିର୍ଦେଶ  ପାଳନ ହେବାରେ କଣ ସମସ୍ୟା ରହିଥିଲା,ଏହା ସ୍ପଷ୍ଟ କରିବାକୁ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ପୁରୋହିତ ।

ନବୀନଙ୍କ ଘୋଷଣା ସର୍ବସ୍ୱ ସରକାର କେବଳ ଘୋଷଣା ମାଧ୍ୟମରେ ଗଣମାଧ୍ୟମ ଜରିଆରେ ପ୍ରଚାରପ୍ରସାର କରିବା ଛଡ଼ା ଘୋଷଣା କାର୍ଯ୍ୟକାରୀ କରିବାରେ ଆନ୍ତରିକତା ଶୂନ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପୁରୋହିତ । ଶ୍ରୀ ପୁରୋହିତ କହିଛନ୍ତି ବିଗତ ଦିନମାନଙ୍କରେ ରାଜ୍ୟ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଯୋଜନାବଦ୍ଧ ଭାବେ ନିଷ୍କ୍ରିୟ  କରି ବିନା ଗଣତାନ୍ତ୍ରିକ ପ୍ରତିବାଦରେ ନବୀନ କେବଳ ଘୋଷଣା କରି ବା ବା ନେବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିଜେପି ଏବେ ସାଢେଚାରିକୋଟି ଓଡ଼ିଆଙ୍କ ହକର  ଲଢେଇ ୩୬ ହଜାର ବୁଥ୍ ଓ ୯୨ହଜାର  ୱାଡ୍କୁ ନେଇ ମିଛ ପ୍ରଚାର କରୁଥିବା ବିଜେଡ଼ିକୁ ବିରୋଧ କରିବା କାରଣରୁ ବିଜେଡ଼ି ନେତାମାନେ ରାଗି ଯାଉଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନା ଡାକ୍ତର ଶୂନ୍ୟ, ଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ର ଅଭାବ , ପ୍ରସୂତି ମହିଳା ଅଟୋରେ-ଖଟରେ-ବୋତା ଟୋକେଇରେ ବୁହା ହେବା ଓ ଖୋଲା ଆକାଶ ତଳେ ପ୍ରସବ କରିବା ପରି ସମ୍ବେଦନଶୀଳ ଓ ମହିଳା ସମ୍ମାନର ପ୍ରଶ୍ନ ନେଇ ବିଜେପି ବିଜେଡ଼ିର ମିଥ୍ୟା ପ୍ରଚାରର ଗଣତାନ୍ତ୍ରିକ ପ୍ରତିବାଦ କରିବା ସହ ଓଡ଼ିଆଙ୍କ ହକ୍ର ଲଢେଇ ଜାରି ରଖିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି । 

ଗତ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ‘ପିସି ମଷ୍ଟ ଷ୍ଟପ୍’ ମୁଖ୍ୟମନ୍ତ୍ରୀ ବୟାନ ଦେଇଥିଲେ । ଏହା ମଧ୍ୟ ସମ୍ପୂର୍ଣ୍ଣ ଘୋଷଣା ସର୍ବସ୍ୱ ଥିଲା ବୋଲି କହିଛନ୍ତି ଶ୍ରୀ ପୁରୋହିତ । ଶ୍ରୀ ପୁରୋହିତ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ୧୭ ବର୍ଷର ଊଦ୍ଧ୍ୱର୍ ଶାସନ କାଳରେ ସେ ଓଡିଶାର କେଉଁ ଜିଲ୍ଲାରେ କେତେ ଥର ରାତି୍ର ରହଣୀ କରି ବିକାଶକାମକୁ ତ୍ୱରାନିତ୍ୱ କରିବାକୁ ଉଦ୍ୟମ କରିଛନ୍ତି ବୋଲି ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି । 

ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ୩୦ଟି ଜିଲ୍ଲା ଓ ଏହାର ଜିଲ୍ଲାପାଳଙ୍କ ନାଁ ବିନା କାଗଜ ଦେଖି ଗଣମାଧ୍ୟମ ସାମ୍ନାରେ କହିବାକୁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ପୁରୋହିତ । ଏହା କଲେ ମୁଖ୍ୟମନ୍ତ୍ରୀ ବିକାଶକାମରେ କେତେ କର୍ତବ୍ୟ ନିଷ୍ଠା ନା କେବଳ ଘୋଷଣା ସର୍ବସ୍ୱ ଏହା ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲିପ ମହାନ୍ତି  ରାଜ୍ୟ ସମ୍ପାଦକ କାଲନ୍ଦୀ ସାମଲ ଏବଂ ପ୍ରମୁଖ ଉପସ୍ଥିତ ଥିଲେ ।   

 

0
0
0
s2sdefault