ହେଡଲାଇନସ୍:

ଓଡିଆ ଯୁବକଙ୍କ ଆଶାକୁ ଧୂଳିସାତ କରିବାର ମୁଖ୍ୟ ନାୟକ ହେଉଛନ୍ତି ନବୀନ  : ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଲୋଚନା ହେଉ ଓଡିଆ ସଶସ୍ତ୍ର ବିପ୍ଲବର ସାହିତ୍ୟ 

୨୦୧୯ରେ ଓଡିଶାରୁ ନିର୍ବାଚନ ଲଢିବେ,  ବିଧାୟକ ବା ସାଂସଦ ଦଳ  ନିଷ୍ପତି ହିଁ ନେବ 

ଭୁବନେଶ୍ୱର/ chakradhar majhi : ବକ୍ସି ଜଗବନ୍ଧୁଙ୍କ ନେୃତ୍ୱରେ ପାଇକ ବିଦ୍ରୋହ ସମେତ  ଉନବିଂଶ ଶତାବ୍ଦୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୀର୍ଘ ଶହେ ବର୍ଷ ଧରି ଜୟୀ ରାଜଗୁରୁଙ୍କ ଠାରୁ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ  ଅନୁଗାମୀଙ୍କ ପର୍ଯ୍ୟନ୍ତ ଓଡିଆଙ୍କ ସଶସ୍ତ୍ର ସଂଗ୍ରାମର  ବୀର ଗାଥାକୁ ଦେଶ ବିଦେଶ ଫୋରମରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଆଙ୍କ ଶହେ ବର୍ଷର  ସଶସ୍ତ୍ର  ବିପ୍ଲବର ସାହିତ୍ୟର ଆଲୋଚନା ଓଡିଆ ମାନଙ୍କୁ ଗର୍ବ ଆଣି ଦେବ ବୋଲି ଇଂରାଜୀ ଦୈନିକ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର  ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଉତ୍ସବରେ  ଆୟୋଜକଙ୍କ ପ୍ରଶ୍ନର ଉତ୍ତରରେ  ଶ୍ରୀ ପ୍ରଧାନ କହିଛନ୍ତି ଯେ  ଆଗାମୀ ୨୦୧୯ ମସିହା ନିର୍ବାଚନ ଓଡିଶାରୁ ଲଢିବା ପାଇଁ ସେ ସ୍ଥିର କରିଛନ୍ତି । ମାତ୍ର  ବିଧାୟକ ବା ସାଂସଦ ପ୍ରାର୍ଥୀ ଭାବେ ଲଢିବେ ବୋଲି ପ୍ରଶ୍ନର ଉ ରରେ ସେ କହିଛନ୍ତି ଯେ  ଏ ସମ୍ବନ୍ଧରେ ଚୂଡାନ୍ତ ନିଷ୍ପତି ତାଙ୍କ ଦଳ ହିଁ ନେବ । ନବୀନ ପଟ୍ଟନାୟକଙ୍କ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ  ଶ୍ରୀ ପ୍ରଧାନ କହିଛନ୍ତି ଯେ  ଓଡିଆ ଯୁବକଙ୍କ ଆଶାକୁ ଧୂଳିସାତ କରିବାର ମୁଖ୍ୟ ନାୟକ ହେଉଛନ୍ତି ନବୀନ ପଟ୍ଟନାୟକ । ବ୍ୟକ୍ତିଗତ ଭାବେ ସାମାଜିକ ଜୀବନରେ ପରସ୍ପର ସହିତ ଭଲ ସମ୍ପର୍କ ରହିବା ଉଚିତ ବୋଲି କହିବା ସହ ସଭାଗୃହରେ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ  ଓ ମନୀଷ ତିୱାରୀ ବିଜେପିର କଟୁ ସମାଲୋଚନା କରୁଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ  ଉଭୟଙ୍କ ସହ ମଧୁର ସମ୍ପର୍କ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଦକ୍ଷତା ବିକାଶକୁ ୨୦୧୯ ପାଇଁ ମୋଦି ବ୍ୟବହାର କରିବା ସମ୍ପର୍କରେ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଦକ୍ଷତା ବିକାଶ ତିନି ବର୍ଷର ଯୋଜନା ନୁହେଁ । ଦେଶରେ ୫୦ କୋଟି ଲୋକ ରୋଜଗାର ଓ ସ୍ୱରୋଜଗାର ପାଇଁ ଯୋଗ୍ୟ । ପ୍ରତି ବର୍ଷ  ଏକ କୋଟି ଲୋକ ଏଥିରେ ଯୋଡି ହେଉଛନ୍ତି । ଦେଶର ସରକାରଙ୍କର ସବୁ ବିଭାଗ, ସିଭିଲ ସୋସାଇଟି ଏହି କାମରେ ଲାଗିଛି । ଦେଶରେ  ରୋଜଗାରର କ୍ଷେତ୍ର ଓ ରୋଜଗାରର ଆଗ୍ରହୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଏକ ନିରନ୍ତର ପ୍ରକ୍ରିୟା ବୋଲି ଶ୍ରୀ  ପ୍ରଧାନ କହିଛନ୍ତି । ମୋଦି ଏହି ଆବଶ୍ୟକତାକୁ ବୁଝି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ଦାୟିତ୍ୱ ତାଙ୍କ ମୁଣ୍ଡରେ ନ୍ୟସ୍ତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟ ଗୁଡିକ ପେଟ୍ରୋଲଜାତ  ଦ୍ରବ୍ୟ ଉପରୁ  ଭ୍ୟାଟ କମାଇବା ମାମଲା ଏକ ଦଳୀୟ ପ୍ରସଙ୍ଗ ନୁହେଁ ବୋଲି ସେ କହିଛନ୍ତି । କଂଗ୍ରେସ ଶାସିତ ହିମାଚଳ ପ୍ରଦେଶ ମଧ୍ୟ ଭ୍ୟାଟ କମାଇଛି । କିଛି ବିଜେପି ଶାସିତ ରାଜ୍ୟ ଭ୍ୟାଟ କମାଇଥିଲେ ମଧ୍ୟ ଅନ୍ୟ କିଛି ରାଜ୍ୟ କମାଇ ନାହାନ୍ତି ବୋଲି ସେ କହିଛନ୍ତି ।

0
0
0
s2sdefault