ନେତା-ନେତ୍ରୀ ଯଦି  ଅଭଦ୍ର ଆଉ ବଜାରୀ  ହେଲେ !!!!!! କହିବା କାହାକୁ କିଏ ବା ଶୁଣୁଛି, ସାଧାରଣ ଲୋକ କରିଛନ୍ତି ଛି ଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ସ୍ୱାମୀ ଛାଡି ଅଙ୍ଗନବାଡି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ଦାମ 

ଦାମ ଦୁଃଖ ପ୍ରକାଶ କରିବା ଏକ ଡ୍ରାମା : ଲେଖାଶ୍ରୀ

ଦାମ କ୍ଷମା ନମାଗିବା ଯାଏ ଅନ୍ଦୋଳନ ଚାଲିବ  : ପ୍ରଭାତୀ 

ଭୁୁବନେଶ୍ୱର   : ଓଡିଶା ରାଜନୀତି ଏବେ ସବୁଠାରୁ କଦର୍ଯ୍ୟ ସମୟ ଦେଇ ଗତି କରୁଛି. କ୍ୟାମତା ପାଇଁ ନେତା ନେତ୍ରୀମାନେ ଏମିତି ତଳସ୍ତରକୁ ଚାଲିଯାଉଛନ୍ତି ଆଉ ଏମିତି ଅଶାଳୀନତା ଆଚରଣ ପ୍ରଦର୍ଶନ କରୁଛନ୍ତି ଯେ ତାକୁ ଦେଖିଲେ ଶୁଣିଲେ ଲାଜ ଲାଗୁଛି ! ଏମାନେ କୁଆଡେ ଶିକ୍ଷିତ ! କେହି ଶାସନ କ୍ଷମତା ରେ ଅଛନ୍ତି ଅବା କିଏ ଶାସନ କ୍ଷମତାକୁ ଆସିବାର ସ୍ବପ୍ନ ଦେଖୁଛନ୍ତି ! କିଏ କାହାକୁ ହିଞ୍ଜଡ଼ା(ଶ୍ରୀଖଣ୍ଡୀ)  କହୁଛି, କିଏ କାହାକୁ ସ୍ୱାମିଛାଡି ଅଙ୍ଗନବାଡି( ସ୍ୱାମୀ ପରିତ୍ୟକ୍ତା) ବୋଲି କହୁଛି ! କିଏ ଦାଦନ ଖଟିବାକୁ ଯାଉଥିବା ,ଓଡ଼ିଆଙ୍କ ସ୍ତ୍ରୀ ମାନେ ଦେହ ବ୍ୟବସାୟ ବା ବେଶ୍ୟବୃତ୍ତି କରି ପରିବାର ଚଳାଉଛନ୍ତି ବୋଲି କହୁଛି, ତା କିଏ କାହାକୁ ପାଗଳ ବୋଲି କହୁଛି ! କିଏ କାହାକୁ ପୋଡା ଟ୍ରାନ୍ସଫର୍ମର କହୁଛି ତା କିଏ କାହାକୁ ବ୍ଲୁ ହବେଲ ଭାଇରସ ବୋଲି କହୁଛି ଅବା କିଏ କାହାକୁ ରାକ୍ଷସ ବୋଲି କହୁଛି ! ଲୋକଙ୍କ ସମସ୍ୟା ଚୁଳିକି ଗଲାଣି, ସେମାନଙ୍କ ପାଇଁ ସେ ଦଳର ନେତାଙ୍କ ଦରଦ ନାହିଁ, ହେଲେ କ୍ଷମତାଅଂଧ ହୋଇ ଓଡ଼ିଆ ମାନଙ୍କର ଖାସ କରି ଓଡ଼ିଆ ମହିଳା ବା ମା ଭଉଣୀମାନଙ୍କ ଅପମାନ କରିବାକୁ ପଛାଉନାହାନ୍ତି ! ଆଉ ଛତରା ବଜାରୀଙ୍କୁ ଭଳି ଆଚରଣ ସର୍ବୋପରି ବାକଯୁଦ୍ଧ ଭିତରେ ଓଡ଼ିଆ ମା ଭଉଣୀମାନଙ୍କର ଇଜ୍ଜତ ଯାଉ ପଛେ ଗଣମାଧ୍ୟମ ଏଭଳି ଖବର ଗୁଡି଼ଓ ଗୁରୁତ୍ୱ ଦେଇ ଟିଆରପି ବଢ଼ିବାରେ ଲାଗିଛନ୍ତି ! ଏମାନଙ୍କ ବାଂଝ କଳିରେ  ଅପ୍ରୀତିକର ପରିସ୍ଥିତି ଧାରଣା ବିକ୍ଷୋଭରେ ହେଉଛି,! ରାସ୍ତାଉପରେ ଦୁଇ କୁକୁର କଲି ବା ସନ୍ଧ୍ୟା ଲଢେଇରେ ଯେମିତି ସେ ରାସ୍ତାରେ ଯାଉଥିବା ଲୋକ ହଇରାଣ ହୁଅନ୍ତି ସେଭଳି ପରିସ୍ଥିତି ସୃଷ୍ଟି ହେଉଛି ! ନେତାଙ୍କ ଦାଇତ୍ୱହୀନତା ଓ ଅଭାଦ୍ରାମୀ ପାଇଁ ସାଧାରଣ ଜନତା ହଇରାଣ ହେଉଛନ୍ତି !  ଏଥିପାଇଁ ଲକ୍ଷ ଲକ୍ଷ ତାଙ୍କ ବ୍ୟୟରେ ପୋଲିସ ନିୟୋଜିତ ହେଉଛନ୍ତି ଆଇନ ଶୃଙ୍ଖଲା ନିୟନ୍ତ୍ରଣ ପାଇଁ ! ଅଭଦ୍ରଙ୍କ ପରି ବିବୃତି ଦେଉଛନ୍ତି , ପରେ ପରିସ୍ଥିତି ଅସମ୍ଭାଳ ହେଲେ ଦୁଖାପ୍ରକାଶ କରୁଛନ୍ତି ! ଯେମିତି ବିଜେଡି ପକ୍ଷରୁ ବିତରିତ ଏକ ଭିଡିଓରେ କୃଷି ମନ୍ତ୍ରୀ ଡା ଦାମୋଦର ରାଉତ ସ୍ୱାମୀ ଛାଡି ଆଙ୍ଗନବାଡି ବକ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହି ଭିଡିଓରେ ସେ ତାଙ୍କ କଥାକୁ ତିଳରୁ ତାଳ କରାଯାଇ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି ବୋଲି କହିଛନ୍ତି । ଏଥିପାଇଁ ସେ ମର୍ମାହତ ବୋଲି କହିବା ସହ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ଶ୍ରୀ ରାଉତ କହିଛନ୍ତି ଯେ ତାଙ୍କର ବକ୍ତବ୍ୟ କାହା ମନରେ ବ୍ୟଥା ସୃଷ୍ଟି କରିଥିଲେ ସେ ଦୁଃଖିତ । ଲୋକ କଥାକୁ ନେଇ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି । ସେ କହିଛନ୍ତି ଯେ ଜଣେ ଜାତୀୟ ଦଳର ନେତ୍ରୀ ଯେମିତି ଭାଷା ପ୍ରୟୋଗ କରିଛନ୍ତି ତାର ଉତର କଣ ହେବ ତାହା ସାଧାରଣ ଲୋକ ବିଚାର କରିବେ । ଡ. ରାଉତ କହିଛନ୍ତି ଯେ ଅଙ୍ଗନବାଡି କହିଲେ ଅଙ୍ଗନବାଡି କର୍ମୀ ବୋଲି କିପରି ବୁଝାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପୋଡା ଟ୍ରାନସଫର୍ମର, ଧୃତରାଷ୍ଟ୍ର, ପରବୁଦ୍ଧିଆ ବୋଲି କୁହାଯାଉଛି । ବୟସ୍କ ମନ୍ତ୍ରୀଙ୍କୁ ଶିଖଣ୍ଡୀ, ବଣଭାଲୁ ଓ ଜୋକର କୁହାଯାଇଛି । ଯେ କୌଣସି ପ୍ରସଙ୍ଗରେ ଉଦାହରଣ ଦିଆ ଗଲେ ବ୍ୟକ୍ତିଗତ ସ୍ତରକୁ ନିଆ ଯାଏ ନାହିଁ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ କଟୁ ସମାଲୋତନା କଲେ ଯଦି କିଛି ଅସୁବିଧା ନାହିଁ ତାଙ୍କର କିଛି କହିବାର ନାହିଁ ବୋଲି ଡା. ରାଉତ କହିଛନ୍ତି । ।

ହେଲେ ଏହାକୁ ନେଇ ରାଜନୀତି ଥମୁନି, ଏତେ ଦିନ ପରେ ଦାମ ରାଉତଙ୍କ ଭଳି ବିଜେଡିର ବଡମାଛ ଭୁଲ ମାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେତେବେଳେ, ଏଇନେ ଏହାକୁ କିଛିଦିନ ଗଡ଼ାଇ ଦେବାକୁ ବୋଧ ହୁଏ ଚାହୁଁଛି ବିଜେପି ! 

ବୋଧହୁଏ ସେହିକାରଣରୁ ଦାମବାବୁଙ୍କ ଦୁଃଖ ପ୍ରକାଶରେ ସନ୍ତୁଷ୍ଟ ହୋଇନି ବିଜେପି ମହିଳା ମୋର୍ଚା ! ଆପତିଜନକ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ଦାମୋଦର ରାଉତ ଏଥିପାଇଁ ଦୁଃଖ ପ୍ରକାଶ ନକରି କ୍ଷମା ମାଗନ୍ତୁ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏନେଇ ଜାରୀ ହୋଇଥିବା ଭିଡିଓ ଏକ ଡ୍ରାମା । ମୁଖ୍ୟମନ୍ତ୍ରୀ ଆଖିବୁଜି ତାମସା ଦେଖୁଛନ୍ତି । ଏହା ମଧ୍ୟ ଧୃତରାଷ୍ଟ୍ରଙ୍କର ଶ୍ରୀଖଣ୍ଡିଙ୍କୁ ଧରି ଆଉ ଏକ ଡ୍ରାମା । ଦାମ ଦୁଃଖ ପ୍ରକାଶ କରିବା ଆଳରେ ଧମକାଇଛନ୍ତି । ଆମେ ତାଙ୍କର କ୍ଷମା ପ୍ରାର୍ଥନା ଦାବି କରିଥିଲୁ ଦୁଃଖ ପ୍ରକାଶ ନୁହେଁ । ମନ୍ତ୍ରୀ ଗଣମାଧ୍ୟମ ଏବଂ ଲୋକଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ହେଲେ  ବରିଷ୍ଠ ମନ୍ତ୍ର୍ରୀ ଦାମୋଦର ରାଉତ ନିଜ ମନ୍ତବ୍ୟ ପାଇଁ କେବଳ ଦୁଃଖ ପ୍ରକାଶ କରିଛନ୍ତି କ୍ଷମା ପ୍ରାର୍ଥନା କରି ନାହାନ୍ତି । ତେଣୁ ଆମ ଆନ୍ଦୋଳନ ଜାରୀ ରହିବ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦାମଙ୍କ ମନ୍ତବ୍ୟ ପ୍ରତିବାଦରେ ମହିଳା ମୋର୍ଚ୍ଚା ପକ୍ଷରୁ ଶନିବାର ଠାରୁ ରାଜ୍ୟର ସବୁ ସଦରମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଗତକାଲି ମଧ୍ୟ ମହିଳା ମୋର୍ଚ୍ଚା ଡା. ରାଉତଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା । ଏଥିପାଇଁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଏବଂ ସଂଲଗ୍ନ ଥିବା ରାସ୍ତାରେ ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । 

ଲେଖାଶ୍ରୀଙ୍କୁ ସ୍ୱମୀଛାଡି ଆଙ୍ଗନବାଡୀ ବୋଲି କହିଥିବା ଦାମବାବୁ ଦୁଃଖ ପ୍ରକାଶ କରିଛନ୍ତି । କରିବା ବି ଉଚିତ `।  ସେ ସର୍ବସାଧାରଣ ରେ ଭୁଲ ବି ମାଗିବା ଉଚିତ ।  

ହେଲେ ଦେଖିବାକୁ ବାକି ରହିଲା ଓଡିଶାରୁ ଦାଦନ ଖଟିବା ପାଇଁ ଯାଉଥିବା ଓଡ଼ିଆଙ୍କ ସ୍ତ୍ରୀ ମାନେ ବେଶ୍ୟା ବୃତ୍ତି କରନ୍ତି ବୋଲି ମନ୍ତବ୍ୟ ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ଗର୍ହିତ ଆପରାଧ କରିଛନ୍ତି ସେଥିପାଇଁ ତାଙ୍କୁ ଦାଦନ ଖଟିବାକୁ ଯାଉଥିବା ଓଡ଼ିଆଙ୍କ ସ୍ତ୍ରୀମାନଙ୍କୁ କେବେ ଭୁଲ ମାଗିବାକୁ ବିଜେପି ମହିଳା ମୋର୍ଚ୍ଚା ପରାମର୍ଶ ଦେବ ତାହା ଦେଖିବାକୁ ବାକି ରହିଲା !

 ହେଲେ ସବୁଠାରୁ ବଡ଼କଥା ହେଲା, ସମ୍ପୃକ୍ତ ଦଳର ନେତା ନେତ୍ରୀ ମାନଙ୍କୁ କେବେ ସଦ୍ବୁଦ୍ଧି ଆସିବ ଆଉ କେବେ ସେମାନଙ୍କ ଅଭଦ୍ରୋଚିତ ବଜାରୀ ଆଚରଣ ଉପରେ ଅଙ୍କୁଶ ଲାଗିବ ତାହା ବେ ଦେଖିବାକୁ ବାକି ରହିଲା !

 

0
0
0
s2sdefault