ହେଡଲାଇନସ୍:

 ଲଜ୍ଜ୍ୟା : କ୍ଷମତା ଲିପ୍ସାରେ ହଜି ଯାଉଛି ଶାଳୀନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେବେ ଶ୍ରୀଖଣ୍ଡୀ ତା କେବେ  ସ୍ୱାମୀ ଛାଡି ଅଙ୍ଗନବାଡି 

 

କେବେ ପୋଡା ଟ୍ରାନ୍ସଫର୍ମର ତ କିଏ କହୁଛି ଦାଦନଙ୍କ ସ୍ତ୍ରୀ କରୁଛନ୍ତି ବେଶ୍ୟାବୃତ୍ତି

 

କିଏ କହିଲାନି ଉପାଡି ଫୋପାଡ଼ି ଦିଅ, ଆଉ କିଏ କହୁଛି ନୀଳ ତିମି ଭାଇରସ ଅବା ରାକ୍ଷସ 

 

 ଭୁବନେଶ୍ୱର : ଦାମ ବାବୁ ଶ୍ରୀଖଣ୍ଡୀ ! ମହାଭାରତର ଏଇ ଚରିତ୍ରର ଅବତାରଣା କରି ବିଜେଡି ବଶିଷ୍ଠ ନେତା ତଥା କୁହାଳିଆ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆକ୍ଷେପ କରିବା ପରେ ଦାମବାବୁ ତାହାର ଉତ୍ତରରେ କହିଥିଲେ ସେ ଶ୍ରୀଖଣ୍ଡୀ ନୁହନ୍ତି ଅର୍ଜୁନ ! ଅବଶ୍ୟ ଲେଖାଶ୍ରୀଙ୍କ ଏମିତି ବକ୍ତବ୍ୟକୁ କେମିତି ଦାମବାବୁ ହଜମ କରି ଚୁପ ରହିଗଲେ ବୋଲି ସହଜରେ ହଜମ କରିହେଉନଥିଲା ! ତଥାପି  ଦିନକର ଚର୍ଚ୍ଚା ପରେ ସେ ପ୍ରସଙ୍ଗ ଥମି ଯାଇଥିଲା । ଅବଶ୍ୟ ଲେଖାଶ୍ରୀ ଦାମ ବାବୁଙ୍କୁ ଶ୍ରୀଖଣ୍ଡୀ ବୋଲି କହିବା  କିଛି କମ ଅଶାଳୀନ  ନଥିଲା । ଶ୍ରୀଖଣ୍ଡୀ ମାନେ ହେଉଛି ତୃତୀୟ ଲିଙ୍ଗୀ । ଏହାର ଗଭୀର ଅର୍ଥ ହେଉଛି ସ୍ଥାନୀୟ  ବା ଲୋକ ମୁଖରେ କଥିତ ଭାଷାରେ  ହିଞ୍ଜଡ଼ା ବୋଲି କହିଲେ ଦାମବାବୁଙ୍କୁ ! ଏହାର ଅର୍ଥ ବି ହେଉଛି ତାଙ୍କର ପୌରୁଷ ନାହିଁ ବା ପୁରୁଷ ଗୁଣ ନାହିଁ । ହେଲେ ବିନା କାରଣରେ ବକ୍ତବ୍ୟ ଦେଇ ବିବାଦଇରହି ଆସିଥିବା ଦାମବାବୁଙ୍କ ପେଟ ଭିତରେ ଗୋଳେଇ ଘାଣ୍ଟି ହେଉଥିଲା ବୋଧେ, ଆଉ ସେ ମଉକା ଆପେକ୍ଷା ରେ ଥିଲେ ନିଶ୍ଚିତ । ଆଉ ବିଂଝାରପୁର ସଭାରେ ସେ ଏମିତି ଦୁଇଟି ଶବ୍ଦ କହିଦେଲେ ଯାହାକି ତାଙ୍କ ବରିଷ୍ଠତା ଅଭିଜ୍ଞତା ଓ ତାଙ୍କ ଠାରୁ ଆଶା କରାଯାଉଥିବା ଶାଳୀନତାକୁ ମାଟିଲେ ମିଶାଇ ଦେଲା । ଲେଖାଶ୍ରୀଙ୍କ ଠାରୁ ଆହୁରି ଶସ୍ତା ହୋଇଗଲେ ସେ । ଲେଖାଶ୍ରୀଙ୍କ ଶ୍ରୀଖଣ୍ଡୀ ମନ୍ତବ୍ୟର ଜବାବ ଦେବାକୁ ଯାଇ ଦାମ ବାବୁ ତାଙ୍କ ଉଦ୍ଦେଶ୍ୟରେ ସ୍ୱାମୀଛାଡି ଅଙ୍ଗନବାଡି ବୋଲି କହିଦେଲେ । ଏଇଠି ଗୋଟିଏ କଥା କୁହାଯାଇପାରେ ଏ ରାଜନେତା ଓ ନେତ୍ରୀ ମାନେ କେଉଁଭଳି ନୀଚ୍ଚ ସ୍ତରକୁ ଚାଲିଗଲେଣି କ୍ଷମତା ଲିପ୍ସା ଆଉ କ୍ଷମତା ଗର୍ବରେ ଅନ୍ଧ ହୋଇ । ଓଡିଶା ରାଜନୀତି ଇତିହାସରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା ଯାହା ଗତ କିଛି ମାସ ହେଲା ଏ ବିଜେପି ବିଜେଡି କ୍ଷମତା କଲି ଯୋଗୁ ଦେଖିବାକୁ ମିଳୁଛି । 

କିଛିଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ବିଜେପିର କୁହାଳିଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦାମ ବାବୁଙ୍କୁ ଶ୍ରୀଖଣ୍ଡୀ କହି ନିଜ ଶିକ୍ଷା ଦୀକ୍ଷା ଓ ଶାଳୀନତାର ପ୍ରମାଣ ଦେଇଥିବା ବେଳେ ଏହାର ଉତ୍ତରରେ ମନ୍ତ୍ରୀ ଦାମୋଦରଙ୍କ ମୁହଁରେ  ସ୍ୱାମୀଛାଡ଼ି ଅଙ୍ଗନବାଡ଼ି’ ତାଙ୍କ ଅସଲ ମାନସିକତାକୁ ପାଦରେ ପକାଇ ଦେଇଛି । ଯାଜପୁର ବିଂଝାରପୁର ଠାରେ ଆୟୋଜିତ ଏକ ସମାବେଶ ଦାମବାବୁ କହୁ କହୁ ଗୋଟାଏ ମଞ୍ଜ କଥା କହିଦେଲେ ଶାଳୀନତାର ସୀମା ଟପି  ! କହିଲେ ..ବିଜେପିରେ କିଏ ଗୋଟେ ନେତ୍ରୀ ଅଛି ସ୍ୱାମିଛାଡି ଅଙ୍ଗନବାଡି, କହୁଛି ନବୀନ ଧୃତରାଷ୍ଟ୍ର , ମୁଁ ଶ୍ରୀଖଣ୍ଡୀ ! ହେଲେ ସେ କୋଉ ମହାଭାରତ ପଢିଛି ! ନବୀନ ବାବୁ ଧୃତରାଷ୍ଟ୍ର ନୁହଁନ୍ତି  ସେ ପାଣ୍ଡୁପୁତ୍ର ଯୁଧିଷ୍ଠିର, ମୁଁ ଅର୍ଜୁନ ! କେବଳ ଦାମୋଦର ନୁହନ୍ତି ତାଙ୍କ ସହଯୋଗୀ ଦେବାଶିଷ ନାୟକ କହିଲେ ଯେ ଅମିତ ଶାହା ଓଡିଶା ଆସି ନବୀନ ବାବୁଙ୍କୁ କହୁଛନ୍ତି କଣ ନ ଉଖାଡ କେ ଫେଂକ ଦୋ, ଏଇଟା କଣ ତମ ଚୋପା ଜାଗା ! ଆମେ ଅମିତ ଶାହା ଭଳି ଅଶାଳୀନ ମନ୍ତବ୍ୟ ଦେଇ ପାରିବୁ ନାହିଁ ! ଆମେ ବିରୋଧୀ ଦଳର କୌଣସି ନେତାଙ୍କୁ ଏଭାଲି ଅସମ୍ମାନ ପ୍ରଦର୍ଶନ କରିପାରିନୁ ! ଏଠିକି  ଆସି କହିଦେବେ କଣ ନା ଉଖାଡ କେ ଫେଂକ ଦୋ `

ହେଲେ ଦାମ ଦେବାଶିଷ ଙ୍କ ଏଭଳି ବକ୍ତବ୍ୟର ଉତ୍ତର ରଖିଛି ବିଜେପି ` ଦାମଙ୍କୁ ପାଗଳ ବୋଲି କହିବା ସହ ଦେବାଶିଷଙ୍କ ପାରିବାରିକ ସଂସ୍କାରକୁ  ନେଇ ଆଶଙ୍କା ବ୍ୟକ୍ତ କରିଥିଲେ ! ୨୪ ଘଣ୍ଟା ଭିତରେ ଦାମ ବାବୁ ରାଜ୍ୟର ଅଙ୍ଗନବାଡି ମହିଳା ମାନଙ୍କୁ କ୍ଷମାମାଗନ୍ତୁ ବିଲି ଦାବି କରିଛି ବିଜେପି ।  ବିଜେପି ଆଉ ବିଜେଡି ମଧ୍ୟରେ ଚାଲିଥିବା ଅଶାଳୀନତା ଓ ଅଶୋଭନୀୟତା ପୁର୍ଣ ଲଢେଇ  ବୋଧହୁଏ ନିକଟ ଭବିଷ୍ୟତରେ ସରିବନା ନାହିଁ !  ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କର ଏହି ଟିପ୍ପଣୀ ବିଜେପି ଶିବିରରେ ନିଆଁ ଲଗାଇଦେଇଛି । ଦାମ ତାଙ୍କ ମନ୍ତବ୍ୟ ପାଇଁ ୨୪ ଘଣ୍ଟା ମଧ୍ୟରେ କ୍ଷମା ନ ମାଗିଲେ ମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ଧମକ ଦିଆଯାଇଛି । ଆମେ ଏଠି ମାନେ ପକାଇ ଦେବା ଯେ ସ୍ୱାମୀ ଛାଡି ଅଙ୍ଗନବାଡି ବୋଲି ଦାମବାବୁ  କହିବା ପରେ କହିବା ନିହାତି ଭାବେ ଲେଖାଶ୍ରୀଙ୍କୁ ବାଢ଼ିଛି ! ମାନେ...ପରୋକ୍ଷରେ ଦାମବାବୁ ତାଙ୍କ ପାଇଁ ସ୍ୱାମିଛାଡି ଶବ୍ଦଟି ପ୍ରୟୋଗ କରିଛନ୍ତି ! ନିହାତି ଭାବେ ଜଣେ ମହିଳାକୁ ସ୍ୱାମୀ ପରିତ୍ୟକ୍ତା ବୋଲି କହିବା ଅପମାନଜନକ ଓ ଆପତ୍ତିଜନକ ! ଦାମ ବାବୁ ଲେଖାଶ୍ରୀଙ୍କୁ ସ୍ୱାମିଛାଡି ବା ସ୍ୱାମୀ ପରିତ୍ୟକ୍ତା ବୋଲି କହି ନିଜ ଅଶାଳୀନତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି ! ତାଙ୍କଭଳି ରାଜନେତାଙ୍କ ଠାରୁ ଏହା ସ୍ପୃହଣୀୟ ହୁହେଁ, ନିନ୍ଦନୀୟ ! 

 

ଆମେ ଏଠି ମାନେ ପକାଇ ଦେବା ବିଜେପି ନେତ୍ରୀ ଲେଖାଶ୍ରୀ ପୂର୍ବରୁ ଓଡ଼ିଶାର ଦାଦନ ଖଟିବାକୁ ଯାଉଥିବା ଓଡ଼ିଆଙ୍କ ପତ୍ନୀ ମାନେ ଦେହ ବ୍ୟବସାୟ ବା ବେଶ୍ୟାବୃତ୍ତି କରନ୍ତି ବୋଲି କହି ତାଙ୍କ ସମାଲୋଚିତ ହୋଇଥିଲେ ! ଏପରିକି ଦାଦନ ଖଟୁଥିବା ପୁରୁଷଙ୍କ ମହିଳା ମାନେ ବେଶ୍ୟା ବୋଲି କହିବା ପ୍ରସଙ୍ଗରେ ପ୍ରଥମ ଦୁଇଦିନ ଦଳ ହାତ ଛାଡି ଦେଇଥିଲା । ଆଜି ସ୍ୱାମୀଛାଡି ଅଙ୍ଗନବାଡି କହିବାପରେ ନାରୀର ସମ୍ମାନ ପାଇଁ ଆଗେଇ ଆସିଥିବା  ବିଜେପି ସଭାନେତ୍ରୀ ସେତେବେଳେ ଦାଦନ ଖଟୁଥିବା ପୁରୁଷଙ୍କ ମହିଳାମାନେ ବେଶ୍ୟା ବୃତ୍ତିରେ ଲିପ୍ତ ରହୁଛନ୍ତି ବୋଲି ଦେଇଥିବା ଅପମାନଜନକ ବୟାନ ଉପରେ ଓଡ଼ିଆ ମହିଳାଙ୍କ  ସ୍ୱାଭିମାନ ଓ ଇଜ୍ଜତ ପାଇଁ ଦରଦ ଦେଖାଇ ନଥିଲେ । ବରଂ ଚୁପ ରହିଥିଲେ । 

 

ରାଜନୀତିରେ ଆରୋପ ପ୍ରତ୍ୟାରୋପ ହେବା ସ୍ୱାଭାବିକ  । ସମାଲୋଚନା କରାଯିବାରେ ବି କୌଣସି ଅସୁବିଧା ନାହିଁ  । କ୍ଷମତା ଲଢେଇରେ ସରକାରଙ୍କୁ ବିରୋଧୀ ଦଳ ସମାଲୋଚନା କରିଥାନ୍ତି ଓ ସରକାର ତାହାର କାଉଂଟର ଶାଳୀନତାର ସହ କରିଥାନ୍ତି । କାରଣ କ୍ଷମତା କାହାର ବୋପା ସମ୍ପତି ନୁହେଁ, ଲୋକମାନେ ଭୋଟ ଦେଇ ଦୟା କରିଛନ୍ତି ବୋଲି ଆଜି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଅବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ । ହେଲେ ତାଙ୍କୁ ନେଇ ଅହଙ୍କାରୀ ହେବା ବା ଶାଳୀନତା ହରାଇବା ଅନ୍ତତଃ ଶୋଭନୀୟ ନୁହେଁ  । ସୋସିଆଲ ମିଡିଆରେ ପିତୃମାତୃ ପରିଚୟହୀନ କିଛି ବ୍ୟକ୍ତି ଯେଉଁ ନିମ୍ନସ୍ତରର ଭାଷା ପ୍ରୟୋଗ କରୁଛନ୍ତି ସେଭଳି ନିଚ୍ଚସ୍ତରକୁ ଯାଇ ଦଳର ବରିଷ୍ଠ  ନେତାମାନେ ଭାଷାପ୍ରୟୋଗ କରିବା ଜମା ଶୋଭନୀୟ ନୁହେଁ  । ସେମାନେ ଭଲ ଭାବେ ଜାଣିଛନ୍ତି ଯେ ଲୋକଙ୍କ ଭୋଟ ଯୋଗୁ ସେମାନଙ୍କ ଅହଙ୍କାର  । ପୁଣି ଭୋଟ ଆସିଲେ କୋଉ ସନ୍ଦିରେ ଫିଙ୍ଗିଦେଲେ କିଏ ଯାଇ ଚା ବିକୁଥିବ ତ କିଏ ଯାଇ ଦିଲ୍ଲୀ ନାଇଟ୍ କ୍ଲବ୍ରେ ମାଲ ପିଇ ରାତି କଟାଉଥିବ  । ୟେ ପବ୍ଲିକ୍ ହୈ ଭାଇ ସବ୍ ଜାନତା ହୈ ଔର ସବ୍ ଦେଖତା ହୈ

ହେଲେ ସେ ଯାହା ବି ହେଉ ଏବେ ଗତ କିଛିଦିନ ହେଲା ଖାସ କରି ପଂଚାୟତ ନିର୍ବାଚନ ପରେ ବିଜେପି ଓ ବିଜେପି ମଧ୍ୟରେ ସମାଲୋଚନା ଯେଉଁ ସ୍ତରକୁ ଯାଇଛି ଲାଗୁଛି ଦୁଇ ଛୁଆଙ୍କ କଳି  । କିଏ କାହାକୁ ପୋଡା ଟ୍ରାନ୍ସଫର୍ମର କହିଲାଣି ତ କିଏ କାହାକୁ ନୀଳତିମୀ ଭାଇରସ ବୋଲି କହିଲାଣି  । କିଏ କାହାକୁ ରାକ୍ଷସ ବୋଲି କହିଲାଣି ତ କିଏ କାହାକୁ ଉଖାଡ କେ ଫେଙ୍କ ଦୋ ବୋଲି କହିଲାଣି  । ଦଳର ତଳ ସ୍ତରର ନେତା କହିଲେ ଏହା ସେମାନଙ୍କ ମୁର୍ଖତା ବୋଲି କୁହାଯାଇପାରେ  । ହେଲେ ଯେତେବେଳେ ଗୋଟାଏ ରାଷ୍ଟ୍ର୍ରୀୟ ଦଳର ସଭାପତି ରାଜ୍ୟରେ ଗୋଟାଏ ନିର୍ବାଚିତ ସରକାରର ମୁଖ୍ୟଙ୍କୁ ପୋଡା ଟ୍ରାନ୍ସଫର୍ମର ବୋଲି କହିବାକୁ ପଛାଇବ ନାହିଁ ଆଉ ଅନ୍ୟ ଦଳର ମୁଖପାତ୍ରମାନେ ଗୋଟିଏ ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ନୀଳତିମୀ ଭାଇରସ ଓ ରାକ୍ଷସ ବୋଲି କହିବାକ ପଛାଇବେ ନାହିିଁ, ସେଠି ରାଜନୀତି କେଉଁଭଳି ଭାବେ ତଳସ୍ତରକୁ ଗଲାଣି ତାହା ଅନୁମେୟ । ଏହା ଟିଭିରେ ଆଉ ଖବରକାଗଜରେ ପଢିଲା ବେଳକୁ ଭଦ୍ର ଲୋକଙ୍କୁ ଖରାପ ଲାଗିବା ସ୍ୱାଭାବିକ  । ଅବଶ୍ୟ ପଂଚାୟତ ନିର୍ବାଚନ ପରେ ମାଗିଅଣା ତିଅଣରେ ହାପୁର କରି  ଆଉ ଖାସ କରି କିଛି କଂଗ୍ରେସିଆଙ୍କ ସହାୟତାରେ ଦ୍ୱିତିୟ ସ୍ଥାନକୁ ଚାଲିଯିବା ପରେ ବିଜେପି  ସମ୍ପୂର୍ଣ୍ଣ ଭାବେ ତୃତୀୟ ମହଲାର ତଳ ମହଲାରେ ପହଂଚି ଗଲାଣି ଆଉ ମନ୍ତ୍ରୀମଣ୍ଡଳ ବି ଗଢା ସରିଲାଣି  । ତାପରେ ବାରମ୍ବାର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶହା ରାଜ୍ୟକୁ ଦୁଇଥା ଗସ୍ତ କରିସାରିଲେଣି  । ଖୁବ ଶୀଘ୍ର  ଆହୁରି ଆସିବେ  । ଆଗରୁ ଆସୁଥିଲେ ଯାହା କିଛି ଶାଳୀନତା ରଖି କହୁଥିଲେ  । ଏଥର ଆସିଲେ ଯେ,ସିଧା ନବୀନ ବାବୁଙ୍କୁ ପୋଡା ଟ୍ରାନ୍ସଫର୍ମର କହି ୧୭ବର୍ଷ ଶାସନର ହିସାବ ଦେବାକୁ କହିଲେ  । ଅବଶ୍ୟ ସେ ଭୂଲିଯାଇଛନ୍ତି ଯେ ନବୀନ ବାବୁଙ୍କ ଶାସନରେ ୯ବର୍ଷର କ୍ରିମି ଭାଗିଦାରୀ ବିଜେପିର ଥିଲା  । ତୁ ମୁତୁରୀ ମୁଁ ମୁତୁରି ହେସ କାହିଁପାଇଁ ପାରିବା ଭଳି ପରିସ୍ଥିତି ।  ବିଜେପି ରାଜ୍ୟରେ ତୃତୀୟ ମହଲାରେ ବସିବାର ସ୍ୱପ୍ନ ଦେଖିବା ସ୍ୱାଭାବିକ । ବିଜେଡି ତାହାର କ୍ଷମତାକୁ ଜାବୁଡି ଧରିବାକୁ ଆପ୍ରାଣ ଉଦ୍ୟମ କରିବାରେ ବି କିଛି ଅସୁବିଧା ଦାହିଁ  । ଅସୁବିଧା ରହୁଛି ସେମାନଙ୍କ ଅଶାଳୀନତା ପୂର୍ଣ୍ଣ ଆଚରଣରେ  । ଯାହ କି ଏବେ ଧିରେ ଧିରେ ଲୋକଙ୍କ କର୍ଣ୍ଣଶୂଳ ହେଲାଣି  ।

ଜନତା ମୈଦାନରେ ବିଜେପିର ତୃଣମୂଳ କର୍ମୀଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ  ରାଜ୍ୟ ସରକାରଙ୍କୁ ଦୁର୍ନୀତ ଓ ଭ୍ରଷ୍ଟା·ରୀ ବୋଲି କହିବା ସହ ନବୀନ ବାବୁଙ୍କୁ ‘ପୋଡା ଟ୍ରାନ୍ସଫର୍ମର’ ବୋଲି କହିଥିଲେ  । ହେଲେ  ବିଜେଡି ନେତାମାନେ ବି ଛାଡିବା ଲୋକ ନୁହନ୍ତି  ।  ବିଜେପିର ମୁହଁରେ ମୁହଁ ମିଶାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି । ଫିଙ୍ଗିଦିଅ ଓ ଉପାଡି ଦିଅ ରାକ୍ଷସର ଭାଷା ବୋଲି ଆକ୍ଷେପ କରି ବିଜେଡି ନେତାମାନେ କହିଥିଲେ, ଦୁଃର୍ଵଧନ  ଓ କଂସ ଏମିତି ଭାଷା ବ୍ୟବହାର କରୁଥିଲେ ଅମିତ ଶାହଙ୍କୁ ରାଜନୀତିର ନୀଳତିମି ଭାଇରସ ବୋଲି ଆକ୍ଷେପ କରିବା ସହିତ ଏମାନଙ୍କୁ ନେଇ ଦେଶରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛିି ବୋଲି କହିଥିଲେ ।  ହେଲେ ରାଜନୀତିରେ ଏ ଅଶୋଭନୀୟ ଓ ଅଭାଦ୍ରାମୀ ର ନାଟକକୁ କ୍ଷମତାଅନ୍ଧ ରାଜନେତା ମାନେ କେଉଁ ସ୍ତରକୁ ନେଉଛନ୍ତି  ଓ  ଏ ପିଲା କଳି ଆଗକୁ କେଉଁ ରୂପ ନେଉଛି ଆଉ କେଉଁସ୍ତର ପର୍ଯ୍ୟନ୍ତ ଯାଉଛି !

 

 

0
0
0
s2sdefault