ହେଡଲାଇନସ୍:

ଦାମ ଲଗାଇଲେ ନିଆଁ  : ଚାଲିଛି ଚର୍ଚ୍ଚା, କିଏ ଛୁଆଁ କିଏ ଅଛୁଆଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସକାଳୁ ସକାଳୁ ବର୍ଜ୍ୟବସ୍ତୁ ତ୍ୟାଗ କରିବା ଯେମିତି ଗୋଟେ ନିହାତି ନିଶ୍ଚିତ ଅଭ୍ୟାସ ସେମିତି ସକାଳ ହେଉ ହେଉ ସେମିତି କିଛି ପେଟ ଭିତରେ ବର୍ଜ୍ୟ ବକ୍ତବ୍ୟ ମିଡ଼ିଆ ଆଗରେ ତ୍ୟାଗ ନକଲେ  ଡାକ୍ତର ଦାମୋଦର ରାଉତଙ୍କୁ ଭଲ ଲାଗେନି, ତାକୁ ବାହାରକୁ ନଛାଡିବା ତାଙ୍କ ପେଟ ଖାଲି ଗୋଳେଇ ଘାଣ୍ଟି ହେବ ! ତାକୁ ବାହାରକୁ ଛାଡିଦେଲା ପରେ ସେନସନାଲଇଜି କରିବାକୁ ଟାକି ବସିଥିବା ମେଡିଆ ହାଉସ ତାକୁ ଘାଣ୍ଟିବେ ଦି ତିନିଦିନ ! ଆଉ ଏବେ ଯାହା ଚାଲିଛି କଂଗ୍ରେସ ବିଜେଡି ମେଣ୍ଟ ଗୂଲିକୁ ନେଇ ! ଦାମ କହୁ କହୁ କହିଦେଲେ ଯେ ଆସନ୍ତା ନିର୍ବାଚନରେ ରାଜ୍ୟ ରେ ନୂଆ ସମୀକରଣ ହେବ ! ଡା ରାଉତଙ୍କ କହିବି ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ନୂଆ ରାଜନୈତିକ ସମୀକରଣ ହେବ । ବିଜେପି ଏକ ସାମ୍ପ୍ରଦାୟିକ ଦଳ ହୋଇଥିବାରୁ ଏହାକୁ ରୋକିବା ପାଇଁ ଅଣ ବିଜେପି ଶକ୍ତି ମାନେ ଏକାଠି ହେବାର ଆବଶ୍ୟକତା ପଡିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡିର ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ସହିତ ମେଂଟ ହୋଇପାରେ । ଗଣମାଧ୍ୟମରେ ବିଜେଡିର ତୁଙ୍ଗ ନେତା ତଥା ବରିଷ୍ଠ ମନ୍ତ୍ରୀ ଡା. ଦାମୋଦର ରାଉତ କଂଗ୍ରେସକୁ ଏହି ଆହ୍ୱାନ ଦେଇଥିଲେ  ସେ କହିଛନ୍ତି ଯେ ଅନ୍ୟ ରାଜନୈତି କ ଦଳ ବିଜେଡିକୁ ଯଦି ସହଯୋଗ କରନ୍ତି ବିଜେଡି ଏହାକୁ ସ୍ୱାଗତ କରିବ । ତେବେ ଏସମ୍ପର୍କରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତିଗତ ଭାବେ ନିଷ୍ପତି ନେବେ । କଂଗ୍ରେସ ସହିତ ମେଂଟରେ ଲଢିଲେ କୌଣସି ବାଧା ନାହିଁ । ଏହି ଦଳ ଏକ ଧର୍ମ ନିରପେକ୍ଷ ଦଳ । ୧୪୭ ଟି ଆସନ ମଧ୍ୟରୁ ଯେଉଁଠି ସମ୍ଭାବନା ରହିଛି ସେମାନେ ତାହା ପ୍ରକାଶ କରନ୍ତୁ ବୋଲି ଶ୍ରୀ ରାଉତ କହିଥିଲେ ।

ଏହାକୁ ନେଇ ବାଦ ବିବାଦ ଓ ସମାଲୋଚାନା ହେବାରୁ ମୁହଁ ଖୋଲିଲେ ବିଜେଡି ସଭାପତି ନବୀନ ପଟ୍ଟାନାୟକ ! ସେ କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ସମ ଦୂରତାରେ ରହିଛି  ।  ଓଡିଶାବାସୀଙ୍କର ଆଶୀର୍ବାଦ ନେଇ ରାଜ୍ୟର ଅଧିକାର ପାଇଁ ଲଢେଇ ଜାରୀ ରଖିବୁ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  । ମଙ୍ଗଳବାର ଦିନ ନିଜ ଟ୍ୱିଟର ଶ୍ରୀ ପଟ୍ଟନାୟକ ଏହା ଲେଖିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ପଷ୍ଟୀକରଣ ପରେ ବିଜେଡିର କଂଗ୍ରେସ  ସହିତ ମେଂଟ ନେଇ ଚାଲି ଥିବା ଚର୍ଚ୍ଚା ଫିକା ପଡି ଯାଇଛି  ।

ଦାମ ବାବୁଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି ଜୁଏଲ ଓରାମ୍ । ସେ କହିଛନ୍ତି କଂଗ୍ରେସ ସହ ମେଂଟ ନେଇ ଦାମ ବାବୁଙ୍କ ମନ୍ତବ୍ୟ ବିଜେପି  ମାଡି ଚାଲିଛି  ବୋଲି ସ୍ପଷ୍ଟ କରିଛି । କେବଳ ଏତିକି ନୁହେଁ ଆସନ୍ତା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ଶାସନ କ୍ଷମତାକୁ ଆସିବ ବୋଲି ବିଜେଡି ନେତାଙ୍କ ମନରେ ଧାରଣା ଜନ୍ମିଲାଣି । ମାନସିକ ସ୍ତରରେ ବିଜେଡି କ୍ୟାମ୍ପରେ ବିଜେପି ପ୍ରତି ଭୟର ସଂଚାର ସୃଷ୍ଟି ହେଲାଣି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ କହିଛନ୍ତି ।  ସେ ଆହୁରି କହିଛନ୍ତି ଯେ ବିଜେପି ଏକାକୀ ଲଢିବ । ଲୋକ ଏଥିପାଇଁ ସୁଯୋଗ ଦେବେ  । ବରିଷ୍ଠ  ନେତା ଡା. ରାଉତଙ୍କ ମନ୍ତବ୍ୟ ଯୁକ୍ତିଯୁକ୍ତ  । କଂଗ୍ରେସ ସହିତ ମିଶିଲେ  ସେମାନଙ୍କୁ ରକ୍ଷା ମିଳିଯାଇପାରେ  । 

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିର ଅତୀତ ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ  ବିଜେଡି କଂଗ୍ରେସ ସହିତ ମେଂଟ କରିବାକୁ ପ୍ରସ୍ତୁତ ବୋଲି ଗତକାଲି  ବିଜେଡି ନେତା ଡ. ଦାମୋଦର ରାଉତ ଦେଇଥିବା ମନ୍ତବ୍ୟ ଗ୍ରହଣଯୋଗ୍ୟ ନୁହେଁ  । ବିଜେଡିର ଅତୀତ ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ  । ରାଜ୍ୟର ସ୍ୱାର୍ଥ ବିରୋଧୀ ଦଳ ସହ ମେଂଟ କରିବା ଅର୍ଥ ଆତ୍ମହତ୍ୟା କରିବା ସହ ସମାନ ବୋଲି ଶ୍ରୀ  ପଟ୍ଟନାୟକ ପ୍ରକାଶ କରିଛନ୍ତି  । ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ପାଇଁ ସେମାନେ ଯଦି ଚାହୁଁଛନ୍ତି ତାହେଲେ ସେମାନେ କଂଗ୍ରେସ ଦଳରେ ମିଶନ୍ତୁ  । ଫଳରେ କଂଗ୍ରେସ ବିଜେପିକୁ  ସଠିକ୍ ମୁକାବିଲା କରିପାରିବ ବୋଲି ସେ କହିଛନ୍ତି   ।

ହେଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦାମ ବାବୁଙ୍କ ବକ୍ତବ୍ୟ ଉପରେ ଏବେ କହିବା ଠିକ ହେବନି ବୋଲି କହିଛନ୍ତି  `। ସେ କହିଛନ୍ତି ବିଜେଡିର ବରିÂ ନେତା ଦାମୋଦର ରାଉତ ବିଜେଡି-କଂଗ୍ରେସ ମେଂଟ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ବର୍ତମାନ ପରିସ୍ଥିତିରେ ତାହା ସମ୍ଭବ ନୁହେଁ । ବିଜେପି ପଂଚାୟତ ଉପନିର୍ବାଚନ ଫଳାଫଳକୁ ସମୀକ୍ଷା କରିବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ହେଲେ ଓଡିଶାର ବିଜେଡି ଓ କଂଗ୍ରେସ ବିଜେପିର ନୀତି ବିରୋଧରେ ଲଢିଲେ ବାମପନ୍ଥୀମାନେ ମଧ୍ୟ ସମର୍ଥନ ଦେବେ ବୋଲି ସିପିଆଇଏମ୍ ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଧନ ପତି  କହିଛନ୍ତି  । ସେ ଦାମୋଦର ରାଉତ ବିଜେପି ବିରୋଧରେ କଂଗ୍ରେସ ସହିତ ହାତ ମିଳାଇବା  ପ୍ରସ୍ତାବକୁ  ସ୍ୱାଗତ କରିଛନ୍ତି ।  ସାଂପ୍ରଦାୟକ ନୀତି ବିରୋଧରେ ବୃହତର ଗଣ ଆନ୍ଦୋଳନ  ପାଇଁ  ଦାମ ବାବୁ ଯଦି ଆଗେଇବେ, ତେବେ ଆମ ସମେତ ରାଜ୍ୟର ଅନେକ ଧର୍ମ ନିରପେକ୍ଷ, ପ୍ରଗତିଶୀଳ ଶକ୍ତି ସେଥିରେ ଭାଗନେବେ । ଦାମ ବାବୁଙ୍କ ପ୍ରସ୍ତାବ ସମୟୋପଯୋଗୀ ଓ ବାସ୍ତବ ଧର୍ମୀ । ବିଜେପି ବିରୋଧି ମେଂଟ କେବଳ ରାଜ୍ୟ କ୍ଷମତା ଓ କେନ୍ଦ୍ର କ୍ଷମତାକୁ ଲକ୍ଷ୍ୟ ରଖି ହେବା ଉଚିତ୍ ହେବ ନାହିଁ । ବିଜେପିର ଜନ ବିରୋଧି ନୀତି ବିରୋଧରେ ସମସ୍ତ ଧର୍ମ ନିରପେକ୍ଷ ଶକ୍ତି ହାତ ମିଳାଇବା ଉଚିତ ବୋଲି ସେ କହିଛନ୍ତି  ।  ବିଜେପିର ବାସ୍ତବରେ ନିଜର ନୀତି କିଛି ନାହିଁ, ଆର୍.ଏସ୍.ଏସ୍.ର ଲକ୍ଷ୍ୟକୁ ବିଜେପି କାର୍ଯ୍ୟକାରୀ କରୁଛି । ଆର୍.ଏସ୍.ଏସ୍.ର ଦୁଇଟି ଲକ୍ଷ୍ୟ - ଭାରତରେ ହିନ୍ଦୁରାଷ୍ଟ୍ର ପ୍ରତିଷ୍ଠା ଓ ଭାରତର ଅର୍ଥନୀତିକୁ କର୍ପୋରେଟ ଦଖଲକୁ ଟେକି ଦେବା । ବିଜେପିର ନୀତି ବିରୋଧରେ ଲଢିବା ଓ ଓଡିଶାର ହକ୍ ପାଇଁ ଆନ୍ଦୋଳନରେ  କମ୍ୟୁନିଷ୍ଟମାନେ ପଛରେ ନାହାଁନ୍ତି ! କମ୍ୟୁନିଷ୍ଟମାନେ ଜନଗଣଙ୍କ ସମସ୍ୟା ଉପରେ ଲଢେଇର ଆଗଧାଡିରେ ରହିଛନ୍ତି ବୋଲି, ବିଜେପି  ସି.ପି.ଆଇ.(ଏମ୍) ଅଫିସ୍ ଉପରେ ଆକ୍ରମଣ କରି ବିକ୍ଷୋଭ ପ୍ରଦର୍ଶନ କରିଛି  । ସମସ୍ତ ଶକ୍ତି ଦେଇ ବିଜେପିର ସାଂପ୍ରଦାୟିକତା ଓ କର୍ପୋରେଟ୍ ସପକ୍ଷବାଦୀ ଆର୍ଥିକ ନୀତି ବିରୋଧରେ କମ୍ୟୁନିଷ୍ଟମାନେ ସଂଗ୍ରାମ ଚଳାଇବେ । 

କିନ୍ତୁ ଦାମଙ୍କ ବକ୍ତବ୍ୟ ହଜମ ହୋଇନି ଟୁଇଟ ମାଷ୍ଟର ଜୟ ପଣ୍ଡାଙ୍କୁ । ବିଜେଡ଼ି-କଂଗ୍ରେସ ମେଂଟ କୁ ଗ୍ରହଣ କରିବା କଷ୍ଟକର ବୋଲି କହିଛନ୍ତି  ଜୟ ।  କଂଗ୍ରେସ ସହ ବିଜେଡ଼ିର ମେ ନେଇ ବିଜେଡ଼ି ଉପସଭାପତି ତଥା କୃଷି ମନ୍ତ୍ରୀ ଦାମୋଦର ରାଉତ ମନ୍ତବ୍ୟ ଦେବା ପରେ ସରଗରମ ହୋଇପଡ଼ିଛି ରାଜ୍ୟ ରାଜନୀତି ।  ଶ୍ରୀ ପଣ୍ଡା ଟ୍ୱିଟ କରି  କହିଛନ୍ତି ଯେ  ୮୦-୯୦ ଦଶକରେ କଂଗ୍ରେସ ଦ୍ୱାରା ହୋଇଥିବା କ୍ଷତିକୁ ଭରଣା କରିବା  ପାଇଁ ବିଜେଡ଼ି ଦଳ ଗଠନ କରାଯାଇଥିଲା ଓ ଦଳ ଗଠନରେ ଯେଉଁମାନେ ସହଯୋଗ କରିଥିଲେ,  ସେମାନେ ଏହି ମେଂଟ ପ୍ରସ୍ତାବକୁ  ସହଜରେ ଗ୍ରହଣ କରି ପାରିବେ ନାହିଁ ବୋଲି କହିଛନ୍ତି । 

ହେଲେ ଦାମ ବାବୁ ତାଙ୍କର ବକ୍ତବ୍ୟକୁ ସାମାନ୍ୟ ପରିବର୍ତନ କରି ନିଜେ ପକାଇଥିବା ଛେପକୁ ଟିକେ ଷ୍ଟାଇଲରେ ଢ଼ୋକିଦେଇ ବିନା ସାହାଯ୍ୟରେ ନିର୍ବାଚନ ଲଢିବା ପାଇଁ ଅ।ମର ଶକ୍ତି ଅଛି ବୋଲି କହିଛନ୍ତି ` । ଦେ ପୁଣି କହିଛନ୍ତି ଯେ ମୋ କଥାର ଅର୍ଥରୁ ଅନର୍ଥ ବାହାର କରାଯାଉଛି । ବିନା ସାହାଯ୍ୟରେ ନିର୍ବାଚନ ଲଢିବା ପାଇଁ ଅ।ମର ଶକ୍ତି ଅଛି । ଦଳରେ କିଏ କ'ଣ ବୁଝନ୍ତି, ମୁଁ ଜାଣେ ନାହିଁ । ମୁଁ ପ୍ରଥମେ ଭାରତୀୟ ପରେ ଓଡ଼ିଅ । ।  ଓଡ଼ିଅ। ସ୍ୱାର୍ଥ ଓ ସ୍ୱାଭିମାନଙ୍କୁ ଅବହେଳା କରାଗଲା ବୋଲି ବିଜୁ ପଟ୍ଟନାୟକ ସେବେ ଆଂଚଳିକ ଦଳ ଗଢିଥିଲେ । ସେ ଜବାହାରଲାଲ ନେହେରୁଙ୍କ ସମର୍ଥକ ଥିଲେ,ସେ କଂଗ୍ରେସକୁ ବିରୋଧ କରୁ ନ ଥିଲେ ।  ଜବାହାରଲାଲ ନେହେରୁଙ୍କ ପରେ କଂଗ୍ରେସର ଯେଉଁ ନେତୃତ୍ୱ ଅ।ସିଥିଲା ସେଥିପାଇଁ ସେ କଂଗ୍ରେସ ଛାଡି ଦେଇଥିଲେ । ୨୦୦୯ ମସିହାରୁ କଂଗ୍ରେସ ଓ ବିଜେପଠାରୁ ସମଦୂରତା ରଖିଛୁ ।  ମୁଁ କଂଗ୍ରେସ ସମର୍ଥକ ନୁହେଁ, କଂଗ୍ରେସକୁ ସବୁବେଳେ ସମାଲୋଚନା କରି ଅ।ସିଛି । ସେହିପରି ବିଜେପି ସମ୍ପର୍କରେ ସେ କହିଛନ୍ତି ଯେ ତିନିବର୍ଷ ହେଲା ନରେନ୍ଦ୍ର ମୋଦି ସରକାର ସାଂପ୍ରଦାୟିକତା ବିଷ ମଞ୍ଜି ବୁଣି ·ଚାଲିଛନ୍ତି । 

 ଅନ୍ୟପକ୍ଷରେ ମେଂଟ ସମ୍ପର୍କରେ ବୈଜୟନ୍ତଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ୮୦ରୁ୯୦ ଦଶକରେ ବୈଜୟନ୍ତ କେଉଁଠି ଥିଲେ?  ଯାହାକୁ ଯେମିତି ରସିଲା, ତାକୁ ସେମିତି ବାସିଲା  । 

 

0
0
0
s2sdefault