ହେଡଲାଇନସ୍:

ପୁଣି ୪ ଜିଲ୍ଲାରେ ଯୁବ ବିଜେଡି ସଂଗଠନର ପୁନର୍ବିନ୍ୟାସ କଲା ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବଦଳିଲେ ବୌଦ୍ଧ, ନୟାଗଡ଼, ଭଦ୍ରକ ଓ ନୂଆପଡ଼ା ଜିଲ୍ଲା କମିଟି କର୍ମକର୍ତ୍ତା 

ଭୁବନେଶ୍ୱରରୁ ଚକ୍ରଧର ମାଝି : ପୁଣି ୪ଟି ଜିଲ୍ଲାରେ ଯୁବ ବିଜେଡି ସଂଗଠନର ପୁନର୍ବିନ୍ୟାସ କରିଛି ବିଜେଡି  । ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ୪ଟି ଜିଲ୍ଲା ବୌଦ୍ଧ, ନୟାଗଡ଼, ଭଦ୍ରକ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲା କମିଟି ଓ ବ୍ଲକ କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି । ପୁନର୍ବିନ୍ୟାସ ସଂଗଠନର ତାଲିକା ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା, ବଲାଙ୍ଗୀର ଜୋନ୍‍ ସଭାପତି ଅଶୋକ ସାହୁ ଓ ବାଲେଶ୍ୱର ଜୋନ୍‍ ସଭାପତି ସୁବ୍ରମଣ୍ୟମ ମହାନ୍ତି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜାରି କରିଛନ୍ତି  ।

 ବୌଦ୍ଧ ଜିଲ୍ଲା

 ଉପ-ସଭାପତି ଭାବେ ସ୍ୱାଧୀନ କୁମାର ବିଶ୍ୱାଳ, ଶିବନ୍ତ ମେହେର, ସୁଶାନ୍ତ ନାୟକ, ସୁଜିତ ମେହେର, ମନୋଜ କୁମାର ସାହୁ ମନୋନୀତ ହୋଇଥିବା ବେଳେ  ସାଧାରଣ ସଂପାଦକ ଭାବେ ଚନ୍ଦ୍ରକାନ୍ତ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସରୋଜ ରଞ୍ଜନ ତ୍ରିପାଠୀ, ରାଧେଶ୍ୟାମ ସାହୁ, ସଂପାଦକ ଭାବେ ସଂଜୟ ପ୍ରଧାନ, ଅଶୋକ କୁମାର ପ୍ରଧାନ, ଆଶୁତୋଷ ମହାପାତ୍ର, ବିଜୟ ବାରିକ, ବିଜୟ କୁମାର ମାହାର, ବାବୁଲି ବେରିହା, ବିଶ୍ୱକେଶନ ମିଶ୍ର, ଶରତ କୁମାର ପ୍ରଧାନ, ରିଣ୍ଟୁ ବାରିକ, ଅମର ପ୍ରଧାନ, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ମାନସ କୁମାର ମିଶ୍ର, ବୌଦ୍ଧଗଡ଼ ଏନ୍‍ଏସି ସଭାପତି ଭାବେ ବିଟୁ ଅଗ୍ରୱାଲ୍‍, ହରଭଙ୍ଗା ବ୍ଲକ ସଭାପତି ଭାବେ ଗରୁଡ଼ ପ୍ରଧାନ, ବୌଦ୍ଧ ବ୍ଲକ ସଭାପତି ଭାବେ ଜିତେନ୍ଦ୍ରୀୟ ଭୋଇ, କଣ୍ଟାମାଳ ବ୍ଲକ ସଭାପତି ଭାବେ ଶମ୍ଭୁ ପ୍ରସାଦ ସାହୁଙ୍କୁ ମନୋନୀତ କରାଯାଇଛି ।

ନୟାଗଡ଼ ଜିଲ୍ଲା 

ଉପ-ସଭାପତି ଭାବେ ରବୀନ୍ଦ୍ର କୁମାର ଜେନା, ରାମଚନ୍ଦ୍ର ବେହେରା, ସୁଶାନ୍ତ କୁମାର ସାହୁ, ମନୋଜ ମିଶ୍ର, ଦୀପକ କୁମାର ସିଠା, ସାଧାରଣ ସଂପାଦକ ଭାବେ ଅଜିତ କୁମାର ପରିଡ଼ା, ପାଣୁ ଚରଣ ସେଠୀ, ପୀତବାସ ଗୋଛି, ରଶ୍ମୀରଞ୍ଜନ ପଟ୍ଟନାୟକ, ରଞ୍ଜନ ଦାସ, ସଂପାଦକ ଭାବେ ସନ୍ତୋଷ କୁମାର ସାହୁ, ଉମାକାନ୍ତ ପ୍ରଧାନ, ମନୋଜ କୁମାର ସାହୁ, ଉମେଶ ଚନ୍ଦ୍ର ବଳବନ୍ତରାୟ, ମନୋରଞ୍ଜନ ଦାସ, ବେଣୁଧର ପ୍ରଧାନ, ପ୍ରସନ୍ନ କୁମାର ସାହୁ, ଲିଙ୍ଗରାଜ ପରିଡ଼ା, ପ୍ରଣବ କିଶୋର ଦାସ, ବିଶ୍ୱରଞ୍ଜନ ପଟ୍ଟନାୟକ, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ମନୋଜ କୁମାର ନାୟକ, ନୟାଗଡ଼ ବ୍ଲକ ସଭାପତି ଭାବେ ଦୁର୍ଯ୍ୟୋଧନ ବେହେରା, ଓଡ଼ଗାଁ ବ୍ଲକ ସଭାପତି ଭାବେ ବିଶ୍ୱରଞ୍ଜନ ସାହୁ, ଖଣ୍ଡପଡ଼ା ବ୍ଲକ ସଭାପତି ଭାବେ ଚନ୍ଦ୍ରକାନ୍ତ ବଳିଆରସିଂହ, ଭାପୁର ବ୍ଲକ ସଭାପତି ଭାବେ ସୁଶାନ୍ତ କୁମାର ସାହୁ, ଗଣିଆ ବ୍ଲକ ସଭାପତି ଭାବେ ବଳରାମ ମହାନ୍ତି, ନୂଆଗାଁ ବ୍ଲକ ସଭାପତି ଭାବେ ପର୍ଶୁରାମ ସ୍ୱାଇଁ, ଦଶପଲ୍ଲା ବ୍ଲକ ସଭାପତି ଭାବେ ଦିଲ୍ଲୀପ କୁମାର ବେହେରା, ରଣପୁର ବ୍ଲକ ସଭାପତି ଭାବେ ବନମାଳୀ ମହାପାତ୍ର, ନୟାଗଡ଼ ଏନ୍‍ଏସି ସଭାପତି ଭାବେ ସତ୍ୟବ୍ରତ ପଟ୍ଟନାୟକ, ଖଣ୍ଡପଡ଼ା ଏନ୍‍ଏସି ସଭାପତି ଭାବେ ବିନାୟକ ସାହୁ, ଦଶପଲ୍ଲା ଏନ୍‍ଏସି ସଭାପତି ଭାବେ ସନ୍ତୋଷ କୁମାର ସାହୁ, ରଣପୁର ଏନ୍‍ଏସି ସଭାପତି ଭାବେ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି ।

ଭଦ୍ରକ ଜିଲ୍ଲା 

ଉପ-ସଭାପତି ଭାବେ ପ୍ରଣୀତକାନ୍ତି ସାମଲ, ପଙ୍କଜ କୁମାର ବଳ, ଦେବଦର୍ଶନ ଦାସ, ଜିତେନ୍ଦ୍ର ପାଣି, ଜୟଦେବ ସାହୁ, ସାଧାରଣ ସଂପାଦକ ଭାବେ ଦିଲ୍ଲୀପ କୁମାର ସାମଲ, ଅନୀଲ ତ୍ରିପାଠୀ, ପ୍ରଦୀପ କୁମାର ପଣ୍ଡା, ଉକ୍ରଳ କେଶରୀ ମହାନ୍ତି, ଆଶିଷ ପାଢ଼ୀ, ସଂପାଦକ ଭାବେ ସୁବ୍ରତ ଦାସ, ମାନସ କୁମାର ରାଉତ, ଅଜୟ କୁମାର ଦାସ, ସୀତାକାନ୍ତ ଦାସ, ସମିନ ନୱାଜ୍‍, ଗଗନ ସେଠୀ, ବିପିନ ବିଶ୍ୱାଳ, ପ୍ରଭାତ ମିଶ୍ର, ପବିତ୍ର ମୋହନ ପାଣିଗ୍ରାହୀ, ମଧୁସୂଦନ ଦିକ୍ଷୀତ, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ଗଦାଧର ବଳ, ଭଦ୍ରକ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ପ୍ରବୀର ଜେନା, ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ରାଜେନ୍ଦ୍ର ପୋହି, ଧାମନଗର ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଭାନୁପ୍ରକାଶ ପଲେଇ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ପ୍ରଭାସ ନାୟକ, ଭଦ୍ରକ ବ୍ଲକ ସଭାପତି ଭାବେ ସରୋଜ ନାୟକ, ବାସୁଦେବପୁର ବ୍ଲକ ସଭାପତି ଭାବେ ଅସିତ କୁମାର ଦାସ, ଭଣ୍ଡାରୀପୋଖରୀ ବ୍ଲକ ସଭାପତି ଭାବେ ଦିପ୍ତୀସୌର୍ୟ ଭର୍ତ୍ତେନ୍ଦୁ ବିଶ୍ୱାଳ, ବନ୍ତ ବ୍ଲକ ସଭାପତି ଭାବେ ସତ୍ୟସାଧନ ବେଜ, ଧାମନଗର ବ୍ଲକ ସଭାପତି ଭାବେ ସୁଶାନ୍ତ କୁମାର ନାୟକ, ଚାନ୍ଦବାଲି ବ୍ଲକ ସଭାପତି ଭାବେ ପ୍ରଫୁଲ୍ଲ କୁମାର ବେହେରା, ତିହିଡି ବ୍ଲକ ସଭାପତି ଭାବେ ଉତ୍ତମ ମହାପାତ୍ର, ଭଦ୍ରକ ମୁ୍ୟନିସିପାଲିଟି ସଭାପତି ଭାବେ ଏସ୍‍.କେ. ଇସଲାମ୍‍, ବାସୁଦେବପୁର ମ୍ୟୁନିସିପାଲିଟି  ସଭାପତି ଭାବେ ମାନସ ରଞ୍ଜନ ସାହୁ, ଚାନ୍ଦବାଲି ଏନ୍‍ଏସି ସଭାପତି ଭାବେ ଏସ୍‍.କେ. ଫିରୋଜ୍‍ଙ୍କୁ ମନୋନୀତ କରାଯାଇଛି ।

ନୂଆପଡ଼ା ଜିଲ୍ଲା 

ଉପ-ସଭାପତି ଭାବେ ସଂଜୟ ପ୍ରଧାନ, ସ୍ୱାଗତ ଯୋଶୀ, ମନ୍‍ଦୀପ ସିଂହ ଗୁରୁଦତ୍ତ, ବିଶ୍ୱାମିତ୍ର କୁମାର, ଯୋଗୀନ୍ଦ୍ର ମାଝୀ, ସାଧାରଣ ସଂପାଦକ ଭାବେ ଅଭିଶେକ ମେହେର, ହେମନ୍ତ ମାଝୀ, ମହମ୍ମଦ ସର୍ଫରାଜ୍‍, ମୁକେଶ ଚନ୍ଦ୍ରକାର, ସଂପାଦକ ଭାବେ ବରିଡା ସୁନା, କୃପାସିନ୍ଧୁ ସାହୁ, ପ୍ରତାପ ସିଂ ଠାକୁର, ରମେଶ ଚନ୍ଦ୍ର ଭୋଇ, ଅଜୟ କୁମାର ନିଆଲ, ଚନ୍ଦ୍ରଶେଖର ଜାନି, କୃଷ୍ଣକୁମାର ସୋନି, ନରେଶ ଜୈନ, ସନ୍ତୋଷ ସାହୁ, ମନୋଜ କୁମାର ଅହିର, ସାଧାରଣ ସଂପାଦକ ତଥା ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ସାହେବାଜ୍‍ ହୁସେନ୍‍, ନୂଆପଡ଼ା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ସୁଧୀର ମିଶ୍ର, ଖରିଆର ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ସୁବୀର ସିଂହଦେଓ, ନୂଆପଡ଼ା ଏନ୍‍ଏସି ସଭାପତି ଭାବେ ଆଦମ ଖାନ୍‍, ନୂଆପଡ଼ା ବ୍ଲକ ସଭାପତି ଭାବେ ଏମ୍‍ଡି ମୋଇନି, ଖରିଆର ରୋଡ୍‍ ଏନ୍‍ଏସି ସଭାପତି ଭାବେ ସଂଜୁ ସୋନି, ଖରିଆର ଏନ୍‍ଏସି ସଭାପତି ଭାବେ ହେମନ୍ତ ମହ୍ନାରେ, ଖରିଆର ବ୍ଲକ ସଭାପତି ଭାବେ ବ୍ରଜବନ୍ଧୁ ଭିତିରିଆ, କୋମନା ବ୍ଲକ ସଭାପତି ଭାବେ ମୁରଲିଧର ଭୋଇ, ବୋଡେ଼ନ୍‍ ବ୍ଲକ ସଭାପତି ଭାବେ ମହମ୍ମଦ ଇମ୍ରାନ୍‍, ସିନାପାଲି ବ୍ଲକ ସଭାପତି ଭାବେ ସୁରେଶ କୁମାର ବାଗଙ୍କୁ ମନୋନୀତ କରାଯାଇଛି ।

0
0
0
s2sdefault