ହେଡଲାଇନସ୍:

ବର୍ଷିଲେ ଜାଭଡେକର, ଭ୍ରଷ୍ଟାଚାରରେ ପ୍ରବୀଣ ନବୀନ ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁୁବନେଶ୍ୱର, - ଓଡିଶାରେ ଲୋକପ୍ରିୟତା ହରାଇଥିବା ନବୀନ ନେତୃତ୍ୱାଧୀନ ବିଜେଡି ସରକାରର ଅପାରଗତା , ଦୁର୍ନୀତି , ଭ୍ରଷ୍ଟାଚାରକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ନବୀନ ସରକାର ଚିଟଫଣ୍ଡକୁ ପ୍ରୋତ୍ସାହିତ କରିଛନ୍ତି । କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବାକୁ କହି ଦେଇ ଠକିଦେଇଛନ୍ତି । ଏ ସରକାର ହେଉଛି ଚିଟିଂଗ୍ ସରକାର , ଭ୍ରଷ୍ଟାଚାରରେ ପ୍ରବୀଣ ସରକାର ।

ସୋମବାର ରାଜ୍ୟ ବିଜେପି କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ବର୍ଷି ଶ୍ରୀ ଜାଭଡେକର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଏବଂ ତାଙ୍କର ୫୦ ଜଣ ବିଧାୟକ ଓଡିଶାରେ ଚିଟଫଣ୍ଡ ସଂସ୍ଥାକୁ ପ୍ରୋତ୍ସାହିତ କରିଛନ୍ତି । ସି-ସୋର ଚିଟଫଣ୍ଡ ସଂସ୍ଥାର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ସଂସ୍ଥାରେ ଟଙ୍କା ରଖିବା ପାଇଁ ପରୋକ୍ଷରେ ଜମାକାରୀ ମାନଙ୍କୁ ପ୍ରୋତ୍ସାହିତ କରିବାର ପ୍ରମାଣ ମଧ୍ୟ ରହିଥିବାର ଫଟୋ ଦେଖାଇଛନ୍ତିି । ଭ୍ରଷ୍ଟାଚାରରେ ନବୀନ ସରକାର ପ୍ରବୀଣ ।

ରାଜ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ୟ୍ୟସ୍ତ ଅବସ୍ଥ୍ାରେ ପହଂଚିଛି । ସ୍କୁଲ ଅଛି ଶିକ୍ଷକ ନାହାନ୍ତି , ହସ୍ପିଟାଲ ଅଛି ମାତ୍ର ଡାକ୍ତର ନାହାନ୍ତି , ଗାଁ ଅଛି ସଡକ ନାହିଁ , ନଳ ଅଛି ପାଣି ନାହିଁ ଏବଂ ତାର ଅଛି ବିଜୁଳି ନାହିଁ । ରାଜ୍ୟ ରାଜଧାନୀ ଭୁବନେଶ୍ୱରର ମାତ୍ର ୪୦ ପ୍ରତିଶତ ଲୋକଙ୍କ ପାଇପ୍ ଯୋଗେ ପାଣି ମିଳି ପାରୁଛି । ଯଦି ରାଜଧାନର ଅବସ୍ଥା ଏୟା ତେବେ ଓଡିଶାକୁ କେଉଁଠି ପହଂଚାଇଛ ତାର ଉତର ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଜଣାଇଛନ୍ତି । ୨୭ଶହ କୋଟି ଟଙ୍କାର ଅବକାରୀ ଶୁଳ୍କ ଆଦାୟ କରୁଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମଦୁଆ କରିଛନ୍ତି । ପରିବାର ନଷ୍ଟ କରୁଛନ୍ତି । ଏଠି ପାଣି କମ୍ ମଦ ବେଶୀ ।

ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାରେ ରାଜ୍ୟ ପ୍ରକୃତ ହିତାଧିକାରୀ ମାନେ ସହାୟତା ପାଇ ପାରୁନାହାନ୍ତି । ଯୋଜନାର ସୁଫଳ ପାଇବା ପାଇଁ ରାଜ୍ୟ ସରକାର ଏକ ପ୍ରାୟୋରିଟି ଲିଷ୍ଟ ବନାଇଛନ୍ତି । ଏହି ଲିଷ୍ଟ ଅନୁଯାୟୀ ସେମାନଙ୍କୁ ସହାୟତା ଦିଆଯାଉଛି ଏବଂ ଏହି ଲିଷ୍ଟରେ ସାମିଲ ହେବା ପାଇଁ ସେମାନଙ୍କ ଠାରୁ ପଇସା ନିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏଥିପାଇଁ ଲୋକଙ୍କ ମନରେ ରାଗ ବଢିବାରେ ଲାଗିଛି । ସେମାନେ ବିଜେଡିକୁ ପ୍ରତ୍ୟାଖ୍ୟାନ କଲେଣି । ବିଜେପିକୁ ସ୍ୱୀକାର କରିବାରେ ଲାଗିଲେଣି ବୋଲି ସେ କହିଛନ୍ତି ।

0
0
0
s2sdefault